ଓ୍ବାଶିଂଟନ: କୁହାଯାଏ ଯେ କୌଣସି କାମ ପାଇଁ ବୟସସୀମା ନଥାଏ । କିଛି କରିବାର ଇଚ୍ଛାଥିଲେ ଯେକୌଣସି ସ୍ଥାନ କିମ୍ବା ଯେକୌଣସି ପଦବୀରେ ରହି ତାହା ହାସଲ କରି ପାରିବ । ସେଭଳି ଜଣେ ବ୍ୟକ୍ତିତ୍ବ ହେଉଛନ୍ତି ଆମେରିକାର ଜଣେ ୭୨ ବର୍ଷୀୟ ବୃଦ୍ଧ ।
ଯେଉଁ ବୟସରେ ଜଣେ ଚାଲିବା ସକ୍ଷମ ହୋଇନଥାଏ ସେହି ବୟସରେ ସେ ଗିନିଜ ଓ୍ବାର୍ଲଡ ରେକର୍ଡ କରିଛନ୍ତି । ୪୩ ଦିନରେ ବୃଦ୍ଧା ୩,୩୦୦ ମାଇଲ ଯାତ୍ରା କରି ଗିନିଜ ୱାର୍ଲଡ ରେକର୍ଡର ଅଧିକାରୀ ହୋଇଛନ୍ତି । ଏପରି କରିବାରେ ଦୁନିଆର ସବୁଠୁ ବୟସ୍କା ମହିଳା ହୋଇଛନ୍ତି । ଲିନିୟା ସାଲଭୋ ଆମେରିକା-କାନାଡା ସୀମା ଶାନ୍ତି ଆର୍ଚରୁ ଯାତ୍ରା ଆରମ୍ଭ କରି ମାତ୍ର 43 ଦିନ ମଧ୍ୟରେ କାଲିଫର୍ନିଆର ସାନ ୟସିଡ୍ରୋରେ ପହଞ୍ଚିଛନ୍ତି।ତେବେ ଏହା ପ୍ରଥମ ଥର ନୁହେଁ ଲିନିୟା ୨୦୧୬ ମସିହାରେ ମଧ୍ୟ ସେ ଏହିପରି ଏକ ରେକର୍ଡ କରିଥିଲେ । ସେହି ସମୟରେ ତାଙ୍କ ବୟସ ୬୭ ବର୍ଷ ଥିଲା । ସେତେବେଳେ ସେ କାର୍ଲିଫନିଆରୁ ବେଥାନୀ ବିଚ୍, ଡେଲ ପର୍ଯ୍ୟନ୍ତ ସାଇକେଲରେ ଆମେରିକାକୁ ପାର କରିବା ରେକର୍ଡ କରିଥିଲେ ।
ଲିନିୟା ନିଜର ଏବି ବିଶ୍ୱ ରେକର୍ଡକୁ ନିଜର ଦିବଙ୍ଗତ ଭାଇଙ୍କୁ ସମର୍ପିଛନ୍ତି। ଲିନିୟାଙ୍କୁ ୨୮ ବର୍ଷ ବୟସରେ ଏକ ବିମାନ ଦୁର୍ଘଟଣାରେ ତାଙ୍କ ଭାଇଙ୍କ ମୃତ୍ୟୁ ହୋଇଥିଲା । କିନ୍ତୁ 2020 ରେ COVID-19 ମହାମାରୀ ହେତୁ ଏବଂ ପରେ 2022 ମସିହାରେ ଋଷ-ୟୁକ୍ରେନ ଯୁଦ୍ଧ ହେତୁ ତାଙ୍କ ଲକ୍ଷ୍ୟ ପଥରେ ପହଞ୍ଚିବା ପାଇଁ ୨ଥର ଯୋଜନା ସ୍ଥଗିତ ରହିଥିଲା ।