ETV Bharat / international

USA ଭିତରକୁ ବେଆଇନ ଅନୁପ୍ରବେଶ, ଧରାପଡ଼ିଲେ ୬ ଭାରତୀୟ - USA ଭିତରକୁ ବେଆଇନ ପ୍ରବେଶ ବେଳେ ଧରା ପଡ଼ିଲେ ଭାରତୀୟ

ବେଆଇନ ଭାବେ କାନାଡାରୁ ଆମେରିକା ସୀମୀ ମଧ୍ୟ ପ୍ରବେଶ କରୁଥିବା ବେଳେ ଧରା ପଡ଼ିଲେ ୬ ଭାରତୀୟ ଯୁବକ । ଅଧିକ ପଢ଼ନ୍ତୁ

USA ଭିତରକୁ ବେଆଇନ ପ୍ରବେଶ, ଧରା ପଡ଼ିଲେ ୬ ଭାରତୀୟ

author img

By

Published : May 6, 2022, 11:26 AM IST

ନୂଆଦିଲ୍ଲୀ: ବେଆଇନ ଭାବରେ କାନାଡାରୁ ଆମେରିକା ସୀମା ମଧ୍ୟ ପ୍ରବେଶ କରୁଥିବା ବେଳେ ଧରାପଡ଼ିଲେ ୬ ଭାରତୀୟ ଯୁବକ । ଏହି ସମୟରେ ସେମାନଙ୍କୁ ଆମେରିକା ସୀମା ସୁରକ୍ଷାକର୍ମୀ ଗିରଫ କରିଛନ୍ତି । ଏହି ଯୁବକମାନେ ଏକ ଡଙ୍ଗା ସାହାଯ୍ୟରେ ନଦୀ ପାର ହୋଇ ଆମେରିକା ମଧ୍ୟରେ ପ୍ରବେଶ କରୁଥିଲେ ।

ଗୁରୁବାର ଆମେରିକା ସୀମା ଭିତରକୁ ପ୍ରବେଶ କରିବା ସମୟରେ ସେଣ୍ଟ ରେଜିସ ନଦୀଗର୍ଭରେ ଡଙ୍ଗାଟି ବୁଡ଼ି ଯାଇଥିଲା । ଯୁବକମାନେ ସାହାଯ୍ୟ ମାଗିବା ପରେ ସେମାନଙ୍କୁ ଆମେରୀକିୟ ବୋର୍ଡର ପାଟ୍ରୋଲ ଏଜେଣ୍ଟ ଉଦ୍ଧାର କରିଥିଲେ । ବୁଡ଼ିଯାଉଥିବା ଡଙ୍ଗା ଭିତରେ ମୋଟ ୭ ଜଣ ଯୁବକ ଥିଲେ । ୬ ଜଣ ଭାରତୀୟ ନାଗରିକ ହୋଇଥିବା ବେଳେ ଜଣେ ଆମେରିକାର ନାଗରିକ ବୋଲି ଜଣାପଡ଼ିଛି । ପ୍ରତ୍ୟେକଙ୍କ ବୟସ ୧୯ରୁ ୨୧ ବର୍ଷ ହେବ ବୋଲି ସୂଚନା ଦେଇଛି ଆମେରୀକିୟ ବୋର୍ଡର ପାଟ୍ରୋଲ ଏଜେଣ୍ଟ ।

ଗତ ସପ୍ତାହରେ ସେଣ୍ଟ ରେଜିସ ନଦୀରେ କେତେକ ସନ୍ଦେହଜନକ ଗତିବିଧି ହେଉଥିବା ନେଇ ଆକ୍ବେସନ୍‌ ମୋହକ ପୋଲିସ ପାଖକୁ ରିପୋର୍ଟ ଆସିଥିଲା । ଏହାକୁ ନେଇ ସେଣ୍ଟ ରେଜିସ୍‌ ମୋହକ ଟ୍ରାଇବାଲ ପୋଲିସକୁ ସୂଚନା ଦିଆଯାଇଥିଲା । ତଦନ୍ତ ପରେ ଓଣ୍ଟାରିଓ ନିକଟରେ ଏକ ଡଙ୍ଗା ଏକାଧିକ ଲୋକଙ୍କୁ ନେଇ ଆମେରିକା ଅଭିମୁଖେ ଆସୁଥିବା ଜଣାପଡ଼ିଥିଲା ।

ତେବେ ଯେଉଁ ଡଙ୍ଗା ଆମେରିକା ଆଡ଼କୁ ଆସୁଥିବା ତାହା ଧୀରେଧୀରେ ବୁଡ଼ୁଥିବା ଜଣା ପଡ଼ିଥିଲା । ସେପଟେ ଡଙ୍ଗା ବୁଡ଼ିବା ଆରମ୍ଭ କରିବା କ୍ଷଣି ସେଥିରେ ଭାରତୀୟମାନେ ବେତାର ଯନ୍ତ୍ର ମାଧ୍ୟମରେ ବୋର୍ଡର ପାଟ୍ରୋଲ ଏଜେଣ୍ଟଙ୍କୁ ସାହାଯ୍ୟ ମାଗିଥିଲେ । ଉଦ୍ଧାରକାରୀଦଳ ସେମାନଙ୍କ ନିକଟରେ ପହଞ୍ଚି ବେଳକୁ ଡଙ୍ଗାଟି ପ୍ରାୟ ସମ୍ପୂର୍ଣ୍ଣ ପାଣିରେ ବୁଡ଼ି ଯାଇଥିଲା । କୌଣସି ମତେ ସେଥିରେ ୭ ଜଣଙ୍କୁ ଉଦ୍ଧାର କରି ପ୍ରଥମେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ନଦୀ ପାଣି ପ୍ରାୟ ବରଫ ପାଲିଟିଥିବାରୁ ଯୁବକମାନେ ହାଇପୋଥାଲମିଆର ଶିକାର ହୋଇଥିବା ଆଶଙ୍କା କରାଯାଉଥିଲା ।

ବିନା କୌଣସି ସୁରକ୍ଷାରେ ଏକ ଡଙ୍ଗା ନେଇ ଭାରତୀୟ ଯୁବକମାନେ ଆମେରିକା ମଧ୍ୟରୁ ବେଆଇନ ଭାବରେ ପ୍ରବେଶ କରୁଥିବାରୁ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଏହାପରେ ଯୁବକଙ୍କୁ ବୋର୍ଡର ପାଟ୍ରୋଲ ଷ୍ଟେସନକୁ ପଠାଇ ଦିଆଯାଇଛି । ମାନବଚାଲାଣ କରୁଥିବା ଅଭିଯୋଗରେ ଭାରତୀୟ ଯୁବକଙ୍କ ନାମରେ ମାମଲା ରୁଜୁ କରାଯାଇଛି ।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.