ETV Bharat / international

ଉଗାଣ୍ଡାରେ ସ୍କୁଲରେ ବିଦ୍ରୋହୀ ଗୋଷ୍ଠୀଙ୍କ ଗୁଳିମାଡ: 25 ମୃତ, ଅନେକ ଆହତ - ଉଗାଣ୍ଡାରେ ଗୁଳିକାଣ୍ଡରେ ଏକାଧିକ

ଉଗାଣ୍ଡାର ଏକ ସ୍କୁଲରେ ଆକ୍ରମଣ । 25 ମୃତ, ଏଖାଧିକ ଆହତ । ବିଦ୍ରୋହୀ ଉଗ୍ରବାଦୀ ଆକ୍ରମଣ କରିଥିବା ସୂଚନା । ଅଧିକ ପଢନ୍ତୁ

ଉଗାଣ୍ଡାରେ ସ୍କୁଲରେ ବିଦ୍ରୋହୀ ଗୋଷ୍ଠୀଙ୍କ ଗୁଳିମାଡ : 25 ମୃତ, ଅନେକ ଆହତ

author img

By

Published : Jun 17, 2023, 4:22 PM IST

କମ୍ପାଲା: ଉଗାଣ୍ଡର ଏକ ସ୍କୁଲରେ ବିଦ୍ରୋହୀ ଉଗ୍ରବାଦୀଙ୍କ ଆକ୍ରମଣରେ 25 ଜଣ ପ୍ରାଣ ହରାଇଛନ୍ତି । ପଶ୍ଚିମ ଉଗାଣ୍ଡାରେ ସୀମାବର୍ତ୍ତୀ ଅଞ୍ଚଳରେ ଏହି ଆକ୍ରମଣ ହୋଇଛି । ଏଥିରେ ପ୍ରାୟ 8 ଜଣ ଗୁରୁତର ମଧ୍ୟ ହୋଇଛନ୍ତି । ଆକ୍ରମଣ ନେଇ ଉଗାଣ୍ଡା ପୋଲିସ ଓ ସେନା ପକ୍ଷରୁ ସୂଚନା ମିଳିଛି । ଆଲଏଡ ଡେମୋକ୍ରାଟିକ ଫୋର୍ସର ରିବେଲ ଗୋଷ୍ଠୀ ଏହି ଆକ୍ରମଣ କରିଥିବା ପ୍ରାଥମିକ ଭାବେ ପ୍ରକାଶ କରାଯାଇଛି । ଆକ୍ରମଣ ପରେ ଉକ୍ତ ଅଞ୍ଚଳକୁ ନିୟନ୍ତ୍ରଣ ନେଇଛି ସେନା ।

ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ପଶ୍ଚିମ ଉଗାଣ୍ଡାରେ କଙ୍ଗୋ ଅନ୍ତର୍ଜାତୀୟ ସୀମାବର୍ତ୍ତୀ ଅଞ୍ଚଳରେ ଥିବା ଏକ ସେକେଣ୍ଡାରୀ ସ୍କୁଲରେ ବିଦ୍ରୋହୀ ଗୋଷ୍ଠୀ ଅଚାନକ ଆକ୍ରମଣ କରିଥିଲେ । ଆଖିବୁଜା ଗୁଳିମାଡ କରିବା ସହ ବିସ୍ଫୋରଣ ମଧ୍ୟ କରିଥିଲେ । କଙ୍ଗୋ ସୀମା ସହ ସମ୍ପୃକ୍ତ ଥିବା ଏହି ଅଞ୍ଚଳରେ ହୋଇଥିବା ଗୁଳିମାଡରେ ଏବେ ସୁଦ୍ଧା ପ୍ରାୟ 25 ଜଣଙ୍କ ମୃତ୍ଯୁ ହୋଇଥିବା ସୂଚନା ମିଳିଛି । ଅନ୍ୟ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆକ୍ରମଣକାରୀମାନେ ଆକ୍ରମଣ କରି ନରସଂହାର କରିବା ସହ ସ୍କୁଲରେ ଥିବା ଖାଦ୍ୟ ସାମଗ୍ରୀ ଲୁଟ କରିନେଇଛନ୍ତି । ଆଖୁବୁଜା ଗୁଳିମାଡରେ ଏବେ 8 ଆହତ ସଙ୍କଟାପନ୍ନ ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଉଗାଣ୍ଡା ଫୋର୍ସ ଓ ସ୍ଥାନୀୟ ପୋଲିସ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ କରିଛନ୍ତି ।

ଉଗାଣ୍ଡାରେ ଏବେ ସରାକର ବିରୋଧୀ ଗୋଷ୍ଠୀ ସକ୍ରିୟ ରହିଛନ୍ତି । ସେନା ସେମାନଙ୍କୁ ଦମନ କରିବା କାର୍ଯ୍ୟରେ ଲାଗିଥିବା ବେଳେ ବିଦ୍ରୋହୀ ଉଗ୍ରବାଦୀ ବିଭିନ୍ନ ସ୍ଥାନରେ ଆଂଶିକ ନିୟନ୍ତ୍ରଣ ମଧ୍ୟ ରଖିଛନ୍ତି । ଅନେକ ସମୟରେ ସେନା ଓ ବିଦ୍ରୋହୀଙ୍କ ମଧ୍ୟରେ ଗୁଳି ବିନିମୟ ମଧ୍ୟ ଜାରି ରହିଛି । ବିଦ୍ରୋହୀମାନେ ମଧ୍ଯ ବିଭିନ୍ନ ସ୍ଥାନରେ ଆକ୍ରମଣ ଜାରି ରଖିଛନ୍ତି । ଏହି ବିଦ୍ରୋହ କାରଣରୁ ଉଗାଣ୍ଡା ଏବେ ପ୍ରାୟତଃ ଅଶାନ୍ତ ରହିଛି ।

ନିକଟରେ କିଛି ଆମେରିକୀୟ ଓ ଉରୋପୀୟ ଦେଶରେ ମଧ୍ୟ ଅତର୍କିତ ଗୁଳିମାଡ ଘଟଣାର ନଜିର ରହିଛି । ସେଠାରେ ସାଧାରଣ ନାଗରିକ ଆତ୍ମରକ୍ଷା ପାଇଁ ସହଜରେ ମାରଣାସ୍ତ୍ର ରଖିବାର ଅନୁମତି ପାଉଥିବାରୁ ଏପରି ଗୁଳିକାଣ୍ଡ ଘଟଣା ବାରମ୍ବାର ଘଟିଥାଏ । କେତେବେଳେ ଜନଗହଳିପୂର୍ଣ୍ଣ ବଜାର ହେଉ, କିମ୍ବା କୌଣସି କାର୍ଯ୍ୟକ୍ରମ, ହୋଟେଲ ରେସ୍ତୋରାଁ ଆଦିରେ ଏହି ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସେ । ନିକଟ ତୀତତରେ ଆମେରିକାରେ ସାଧାରଣ ନାଗରିକଙ୍କ ଦ୍ବାରା ଗୁଳିକାଣ୍ଡର ସର୍ବାଧିକ ମାମଲା ସାମ୍ନାକୁ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.