ETV Bharat / international

ଗାଁରେ ପଶି ଆଖିବୁଜା ଗୁଳିମାଡ କଲେ ଆତତାୟୀ, ୨୧ ମୃତ - ସେଣ୍ଟ୍ରାଲ ମାଲି

ଗାଁରେ ପଶି ଆଖିବୁଜା ଗୁଳିମାଡ କଲେ ଆତତାୟୀ । ୨୧ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

ମାଲି ଗୁଳିକାଣ୍ଡ
ମାଲି ଗୁଳିକାଣ୍ଡ
author img

By

Published : Aug 20, 2023, 11:36 AM IST

ବାମାକୋ: ଆଫ୍ରିକୀୟ ଦେଶ ସେଣ୍ଟ୍ରାଲ ମାଲିରେ କିଛି ଆତତାୟୀ ବର୍ବରକାଣ୍ଡ ଘଟାଇଛନ୍ତି । ଅଜ୍ଞାତ ବନ୍ଧୁକଧାରୀ ଆତତାୟୀମାନେ ଉଗ୍ରବାଦ ପ୍ରଭାବିତ ମୋପ୍‌ତି ଅଞ୍ଚଳର ଏକ ଗାଁରେ ପଶି ଆଖିବୁଜା ଗୁଳି ଚାଳନା କରିଛନ୍ତି । ଏହି ଆକ୍ରମଣରେ ଅତିକମରେ ୨୧ ଜଣ ଗାଁ ଲୋକଙ୍କ ମୃତ୍ୟୁ ଘଟିଥିବା ସୂତ୍ରରୁ ସୂଚନା ମିଳିଛି । ଶୁକ୍ରବାର ଅପରାହ୍ନ ସମୟରେ ଆତତାୟୀମାନେ ମୃତ୍ୟୁର ତାଣ୍ଡବ ରଚିଥିଲେ । ଏଥିରେ ୧୧ ଜଣ ଆହତ ହୋଇଛନ୍ତି ।

ସୂଚନା ଅନୁଯାୟୀ, ବଣ୍ଡିଆଗାରାର ୟରୋଉ ସହର ପାଖ ଗୋଟିଏ ଗାଁରେ କିଛି ଅଜ୍ଞାତ ବନ୍ଧୁକଧାରୀମାନେ ଶୁକ୍ରବାର ଅପରାହ୍ନରେ ପହଞ୍ଚିଥିଲେ ଓ କେହି କିଛି ବୁଝିବା ଆଗରୁ ଆଖିବୁଜା ଗୁଳି ଚାଳନା କରିଥିଲେ । ଜଣଙ୍କ କହିବା ଅନୁସାରେ, ଏହି ଘଟଣାରେ ୨୦ରୁ ୩୦ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି । ଗୁଳିମାଡରେ ମହିଳାଙ୍କ ସମେତ ୨୧ ଜଣଙ୍କ ମୃତ୍ୟୁ ଘଟିଛି । ଏଥିରେ ୧୧ ଜଣ ଆହତ ହୋଇଛନ୍ତି । ଏହି ବର୍ବରକାଣ୍ଡ ପାଇଁ ଏ ଯାଏଁ କୌଣସି ଗୋଷ୍ଠୀ ନିଜକୁ ଦାୟୀ କରିନାହାନ୍ତି ।

ଏହାମଧ୍ୟ ପଢନ୍ତୁ: Bomb Blast: ପାକିସ୍ତାନରେ ଭୟଙ୍କର ବୋମା ବିସ୍ଫୋରଣ, ୧୧ ଶ୍ରମିକ ମୃତ

ପଶ୍ଚିମ ଆଫ୍ରିକୀୟ ଦେଶ ବର୍ତ୍ତମାନ ହିଂସାତ୍ମକ ବିଦ୍ରୋହ ସହ ଯୁଝି ହେଉଛି । ଅଲ କାଏଦା ଓ ଇସଲାମିକ ଷ୍ଟେଟ ଭଳି ଆତଙ୍କୀ ସଂଗଠନ ସହ ଏହି ବିଦ୍ରୋହ ଜଡିତ । ୨୦୧୨ ପରଠୁ ତୁଆରେଗ ବିଚ୍ଛିନ୍ନତାବାଦୀ ବିଦ୍ରୋହ ପରେ ସେଠାରେ ଆତଙ୍କବାଦୀ ଗତିବିଧି ବୃଦ୍ଧି ପାଇଛି । ସାହାରର ଦକ୍ଷିଣ ପାର୍ଶ୍ବରେ ଥିବା ସହେଲ ଅଞ୍ଚଳରେ ଆତଙ୍କବାଦୀ ଅଧିକ ସକ୍ରିୟ ରହିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତକାଲି ପାକିସ୍ତାନର ଉତ୍ତର ୱାଜିରିସ୍ତାନରେ ଭୟଙ୍କର ବୋମା ବିସ୍ଫୋରଣ ହୋଇ ୧୧ ଜଣଙ୍କ ଶ୍ରମିକଙ୍କ ମୃତ୍ୟୁ ହୋଇଛି ଦୁଇ ଜଣ ଆହତ ହୋଇଛନ୍ତି । ସମସ୍ତେ ଗୋଟିଏ ଭ୍ୟାନରେ ଯାଉଥିବା ବେଳେ ସେହି ଗାଡିରେ ହିଁ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା । ଏହି ଆକ୍ରମଣ ପାଇଁ ଦାୟୀ ବୋଲି ଏ ପର୍ଯ୍ୟନ୍ତ କୌଣସି ସଂଗଠନ ଦାବି କରିନାହାନ୍ତି । ଏହାର କେଇ ଦିନ ପୂର୍ବରୁ ଖାଇବର ପଖତୁନଖ୍ବାରେ ଏକ ରାଜନୈତିକ ସଭାରେ ବୋମା ବିସ୍ଫୋରଣ ହୋଇ ୬୩ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୧୧୧ରୁ ଅଧିକ ଜଣ ଆହତ ହୋଇଥିଲେ ।

ଏହାମଧ୍ୟ ପଢନ୍ତୁ: ପାକିସ୍ତାନରେ ଭୟଙ୍କର ଦୁର୍ଘଟଣା, ବସରେ ନିଆଁ ଲାଗି 16 ଜୀବନ୍ତ ଦଗ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.