ETV Bharat / international

Airstrikes on Myanmar village: ସେନାର ବର୍ବରତା, ଆଖିବୁଜା ଗୁଳିମାଡରେ ୧୦୦ ମୃତ

author img

By

Published : Apr 12, 2023, 7:22 AM IST

ମିଆଁମାରରେ ସେନାର ଏୟାରଷ୍ଟ୍ରାଇକ । ୨୦ ମିନିଟ ଧରି ଆଖିବୁଜା ଗୁଳିମାଡ କରିଥିବା ପାଖାପାଖି ୧୦୦ ଜଣ ପ୍ରାଣ ହରାଇଥିବା ସୂଚନା ରହିଛି । ଅଧିକ ପଢନ୍ତୁ

Airstrikes on Myanmar village
Airstrikes on Myanmar village

ନାଏପିଦା: ମିଆଁମାର ସେନାର ବର୍ବରତା । ସରକାର ବିରୋଧୀଙ୍କ ଏୟାରଷ୍ଟ୍ରାଇକ । ଆଖିବୁଜା ଗୁଳିମାଡରେ ୧୦୦ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ମୃତକଙ୍କ ମଧ୍ୟରେ ଅନେକ ଶିଶୁ ଏବଂ ମହିଳା ରହିଥିବା ସୂଚନା । ଗତକାଲି(ମଙ୍ଗଳବାର) ମିଆଁମାରର ସାଗାଇଙ୍ଗ ପ୍ରଦେଶସ୍ଥିତ କାଣ୍ଟ ବୁଲ ଟାଉନସିପ ଠାରେ ଏହି ବର୍ବରକାଣ୍ଡ ଘଟିଥିବା ବେଳେ ମୃତ୍ୟୁ ସଂଖ୍ୟା ଆଗକୁ ବୃଦ୍ଧି ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

  • Myanmar junta confirms deadly air strike on a village, reports AFP news agency. The air strike killed as many as 100 people.

    — ANI (@ANI) April 12, 2023 " class="align-text-top noRightClick twitterSection" data=" ">

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ୨୦୨୧ ମସିହାରେ ଅଙ୍ଗ ସାନ ସୁକିଙ୍କ ସରକାରଙ୍କୁ ହଟାଇ ସେନା କ୍ଷମତା ହାତେଇଥିଲା । ଏହାପର ଠାରୁ ସେନାର ଏୟାକ ଷ୍ଟ୍ରାଇକ ଦୈନନ୍ଦିନ ଘଟଣା ପାଲଟିଯାଇଛି । ସେନାର ବର୍ବର ଗୁଳିକାଣ୍ଡରେ ପ୍ରାୟ ୩୦୦ରୁ ଅଧିକ ଲୋକଙ୍କ ପ୍ରାଣ ଯାଇଛି । କିନ୍ତୁ ସେନା ପକ୍ଷରୁ ଏୟାରଷ୍ଟ୍ରାଇକ ବନ୍ଦ ହେଉନାହିଁ ।

ଏନେଇ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, "ମିଆଁମାରର ସାଗାଇଙ୍ଗ ପ୍ରଦେଶସ୍ଥିତ କାଣ୍ଟ ବୁଲ ଟାଉନସିପ ଠାରେ ଏକ କାର୍ଯ୍ୟାଳୟର ଉଦଘାଟନ ପାଇଁ ଲୋକେ ଏକାଠି ହୋଇଥିଲେ । ସେହି ସମୟ ସକାଳ ୮ଟା ରହିଥିଲା । ଲୋକମାନେ ଏକାଠି ହୋଇ ରହିଥିବା ବେଳେ ଗାଁକୁ ଏକ ସେନା ବିମାନ ଆସିଥିଲା । ଫଳରେ ଲୋକ ଭୟଭୀତ ହୋଇଯାଇଥିଲେ । କେହି କିଛି ଭାବିବା ଆଗରୁ ଏୟାରଷ୍ଟାଇକ କରିଥିଲା ସେନା । ଏହାପରେ ଜୀବନ ବଞ୍ଚାଇବା ପାଇଁ ଦୌଡିବାକୁ ଲାଗିଲେ । କିନ୍ତୁ ସେନାର ବର୍ବରକାଣ୍ଡରେ ବର୍ତ୍ତିପାରିନଥିଲେ । ହେଲିକପ୍ଟରରୁ ବୋମାବର୍ଷଣ କରିବା ଅତର୍କିତ ଗୁଳିମାଡ କରିଥିଲେ । ଫଳରେ ୧୦୦ଜଣଙ୍କ ମୃତ୍ୟୁ ହୋଇଥିଲା । "

ଏହା ମଧ୍ୟ ପଢନ୍ତୁ: Snake on Plane: ମଝି ଆକାଶରେ କକପିଟ୍‌ରେ ବାହାରିଲା ସାପ, ଭୟ ନକରି ପାଇଲଟଙ୍କ ସୁରକ୍ଷିତ ଲ୍ୟାଣ୍ଡିଂ

ଏହି ଅଞ୍ଚଳ ଦେଶର ଦ୍ୱିତୀୟ ବୃହତ୍ତମ ସହର ମାଣ୍ଡାଲେ ଠାରୁ ପ୍ରାୟ ୧୧୦ କିଲୋମିଟର ଦୂରରେ ଅବସ୍ଥିତ । ପ୍ରାୟ ୨୦ ମିନିଟ ଯାଏଁ ଗୁଳିମାଡ କରାଯାଇଥିଲା । ପ୍ରଥମେ ମୃତ୍ୟୁ ସଂଖ୍ୟା ୫୦ ବୋଲି ଘୋଷଣା କରାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ସ୍ଥାନୀୟ ଗଣମାଧ୍ୟମ ଦ୍ବାରା ଏହି ସଂଖ୍ୟା ୧୦୦କୁ ବୃଦ୍ଧି କରାଯାଇଛି । ତେବେ ମୃତକଙ୍କ ମଧ୍ୟରେ ଅଧିକ ମହିଳା ଏବଂ ଶିଶୁ ରହିଥିବା ସୂଚନା ଦିଆଯାଇଛି । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ମୃତଦେହ ପଡିରହିଥିବା ଦେଖାଯାଇଛି । ବିଦ୍ରୋହୀଙ୍କ ଉପରେ ସେନା ସରକାରଙ୍କ ଏହା ସବୁଠାରୁ ବଡ ଆକ୍ରମଣ ବୋଲି କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.