ତେହେରାନ: ଇରାନରେ ଅବସ୍ଥାପିତ ବ୍ରିଟିଶ ରାଷ୍ଟ୍ରଦୂତ ରୋବ ମାକାଇରେଙ୍କୁ ଗିରଫ କରାଯାଇଛି । ୟୁକ୍ରେନ ବିମାନକୁ ଖସାଇ ଥିବା ଇରାନ ସ୍ବୀକାର କରିବା ପରେ ଏହା ବିରୋଧରେ ଚାଲିଥିବା ବିକ୍ଷୋଭରେ ଭାଗ ନେଇଥିବାରୁ ବ୍ରିଟେନ ରାଷ୍ଟ୍ରଦୂତଙ୍କୁ ଇରାନ ପୋଲିସ ଗିରଫ କରିଛି । ଏହି ଘଟଣାରେ ବ୍ରିଟେନ ପ୍ରତିକ୍ରିୟା ପ୍ରକାଶ କରିଛି ।
ବ୍ରିଟେନର ବୈଦେଶିକ ସଚିବ ଡେମିନିକ ରାବ କହିଛନ୍ତି, କାରଣ ନ ଦର୍ଶାଇ ଆମ ରାଷ୍ଟ୍ରଦୂତଙ୍କୁ ଗିରଫ କରି ଇରାନ ଆନ୍ତର୍ଜାତୀୟ ଆଇନର ଉଲ୍ଲଙ୍ଘନ କରିଛି । ଇରାନ ଏକ ଘଡିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଥିବା ବେଳେ ଏପରି କରି ରାଜନୈତିକ ତଥା ଅର୍ଥନୈତିକ ଅସୁବିଧାର ସମ୍ମୁଖୀନ ହେବାକୁ ଯାଉଛି। ତେଣୁ ତାକୁ ସମସ୍ୟାରୁ ମୁକ୍ତି ପାଇଁ ନିଜକୁ ନିୟୋଜିତ କରିବାକୁ ପଡିବ ।
ଶନିବାର ଇରାନର ରାଜଧାନୀ ତେହେରାନରେ ୟୁକ୍ରେନ ବିମାନ ଦୁର୍ଘଟଣାକୁ ନେଇ ବିକ୍ଷୋଭ କରାଯାଇଥିଲା । ଏଥିରେ ହଜାର ହଜାର ଲୋକ ସାମିଲ ହୋଇଥିବା ଜଣାପଡିଛି । ପୋଲିସ ବିକ୍ଷୋଭକାରୀଙ୍କ ଉପରକୁ ଲୁହ ବୁହା ବାଷ୍ପ ପ୍ରୟୋଗ କରିଥିବା ଇରାନ ଗଣମାଧ୍ୟମ ପ୍ରକାଶ କରିଛି ।