ETV Bharat / international

ପୃଥକ ପୃଥକ ବୋମା ବିସ୍ପୋରଣରେ 24 ମୃତ - idlib

ଯୁଦ୍ଧଗ୍ରସ୍ତ ମଧ୍ୟ ଏସୀୟ ଦେଶ ସିରିଆରେ ବଡ଼ ଧରଣର ବୋମା ବିସ୍ଫୋରଣ ହେବାରୁ 24 ଜଣଙ୍କର ମୃତ୍ୟୁ ହୋଇଛି।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Feb 19, 2019, 12:09 PM IST

ଡାମାସ୍କସ: ସିରିଆରେ ଥମିବାର ନାଁ ନେଉନାହିଁ ଜିହାଦୀ କାର୍ଯ୍ୟକଳାପ । ସାଧାରଣ ଲୋକଙ୍କ ଜୀବନ ଏଠାରେ ପ୍ରତି ମୁହୂର୍ତ୍ତରେ ବାଜିରେ ଲାଗିଛି। ଘନ ଘନ ବିସ୍ପୋରଣ, ଗୁଳି ଗୋଳା ବର୍ଷାରେ ଅନେକ ନିରୀହ ପ୍ରାଣ ହରାଉଛନ୍ତି। ଦେଶର ଉତ୍ତର-ପଶ୍ଚିମ ଭାଗରେ ଅବସ୍ଥିତ ଇଦଲିବ ସହରରେ ଦୁଇଟି ବୋମା ବିସ୍ଫୋରଣ ଘଟିବାରୁ 24 ଜଣ ପ୍ରାଣ ହରାଇଛନ୍ତି।

ଏହି ବିସ୍ପୋରଣରେ 4 ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସିରିଆ ମାନବାଧିକାର ନିରୀକ୍ଷକଙ୍କ କହିବାନୁଯାୟୀ, ଇଦଲିବ ସହରରେ ମୁଖ୍ୟ ଭାଗରେ ହିଁ ଏହି ବିସ୍ଫୋରଣ ହୋଇଛି। ପ୍ରଥମେ ଏକ କାର ମଧ୍ୟରେ ଥିବା ବୋମା ହଠାତ୍ ବିସ୍ଫୋରଣ ହୋଇଥିଲା । ଖବର ପାଇ ଘଟଣାସ୍ଥଳରେ ତୁରନ୍ତ ଆମ୍ବୁଲାନ୍ସ ପହଞ୍ଚିବା ସହ ମୃତାହତଙ୍କୁ ହସ୍ପିଟାଲ ନେବା କାର୍ଯ୍ୟ ଜାରି ରଖିଥିଲା। ଠିକ ଏହି ସମୟରେ ଅନ୍ୟ ଏକ ବିସ୍ଫୋରଣ ହୋଇଥିଲା। ଦ୍ୱିତୀୟ ବୋମାଟି ଏକ ବାଇକରେ ଖଞ୍ଜା ହୋଇଥିବାର ଖବର ମିଳିଛି।

ମୋଟ 24 ଜଣଙ୍କର ଜୀବନ ଏହି ବିସ୍ଫୋରଣରେ ଯାଇଥିବା ବେଳେ ଏଯାଏଁ କୌଣସି ସଙ୍ଗଠନ ନିଜକୁ ଦାୟୀ କରିନାହାନ୍ତି। ତେବେ ଇଦଲିବ ହେଉଛି ସିରିଆର ଏକ ପ୍ରମୁଖ ସ୍ଥାନ ଯାହା ଏପର୍ଯ୍ୟନ୍ତ ରାଷ୍ଟ୍ରପତି ବସର-ଅଲ୍ -ଅସଦଙ୍କ ନିୟନ୍ତ୍ରଣାଧିନ ହୋଇପାରିନାହିଁ।

ଭୁବନେଶ୍ୱର:ଆତଙ୍କବାଦୀ ଓ ପାକିସ୍ତାନ ପ୍ରତି ଲୋକଙ୍କ ମନରେ ଥିବା ଆକ୍ରୋଶ ର ସ୍ପଷ୍ଟ ନିଦର୍ଶନ ଆଜି ଓଡିଶା ବ୍ୟବସାୟୀ ମହାସଙ୍ଘ ପକ୍ଷରୁ ଦିଆଯାଇଥିବା ବନ୍ଦ ରୁ ବାରିହୋଇ ପଡୁଛି।ବାରମ୍ବାର ଆତଂକବାଦୀମାଙ୍କ ଦ୍ୱାରା ବଳି ପଡିଥିବା ଭାରତୀୟ ଯବାନଙ୍କ ଜୀବନ ତୁଚ୍ଛ ନୁହେଁ।ତାହାକୁ ଗତ 14 ତାରିଖ ଆତଙ୍କୀ ଘଟଣା ପରେ ପୁନଃ ଉଜ୍ଜୀବିତ କରିବା ସହ ଏହାର ନିର୍ଣ୍ଣାୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ସରକାରଙ୍କ ଉପରେ ଚାପ ପକାଇବା ପାଇଁ ସ୍ୱତ ପ୍ରବୃତ୍ତ ଭାବେ ଭାରତର ସମସ୍ତ ନାଗରିକ ସମର୍ଥନ ଜଣାଉଥିବା ଦେଖିବାକୁ ମିଳିଛି।
ଆଜି ସକାଳ 6ଟା ରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଦିଆଯାଇଥିବା ଏହି ବନ୍ଦ ଡାକରାକୁ ସମର୍ଥନ କରି ରାଜଧାନୀର ଛୋଟ ବଡ଼ ସବୁ ବ୍ୟବସାୟୀ ପ୍ରତିଷ୍ଠାନ ,ମଲ, ହାଟ, ବଜାର ଏପରିକି ପେଟ୍ରୋଲ ପମ୍ପ ମାନେ ମଧ୍ୟ ନିଜର ବ୍ୟବସାୟ ବନ୍ଦ ରଖିଛନ୍ତି।ଯେଉଁଠି ଅନ୍ୟ ଦିନ ମାନଙ୍କରେ ସକାଳୁ ସକାଳୁ ଗହଳି ଲାଗି ଯାଉଥିଲା ସେଠି ଆଜି ଖାଁ ଖାଁ ଲାଗୁଛି।ଦୋକାନ ମାନଙ୍କରେ ତାଲା ପକାଇ ବ୍ୟବସାୟୀ ମାନେ ପ୍ରତିବାଦ ସଭା କରିବା ସହିତ କେଉଁଠି ମନ୍ଦିରରେ ଅମର ଆତ୍ମାଙ୍କ ପ୍ରତି ଦ୍ୱୀପ ଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଥିବା ଦେଖାଯାଇଛି।ତେବେ ଏହି ବନ୍ଦ କେବଳ ରାଜଧାନୀ କିମ୍ବା ସହର ଅଞ୍ଚଳରେ ନୁହେଁ ବରଂ ରାଜ୍ୟର ସମଗ୍ର ଅଞ୍ଚଳ ଏମିତିକି ଗାଁ ଗହଳରେ ମଧ୍ୟ ଅନୁଭୂତ ହେଉଥିବା ଦେଖିବାକୁ ମିଳିଛି ବୋଲି ଓଡିଶା ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା ପ୍ରକାଶ କରିଛନ୍ତି।ଏହା ମାଧ୍ୟମରେ ଦେଶ ତଥା ରାଜ୍ୟର ବ୍ୟବସାୟୀ ସମ୍ପ୍ରଦାୟ ସରକାରଙ୍କ ସାଥୀରେ ଥିବା ଦର୍ଶାଇ ଏହାର ଦୃଢ଼ ଜବାବ ଦେବାକୁ ଦାବି କରିଛନ୍ତି।
Laxmikanta das
Bhubaneswar
Visual already sent by WhatsApp

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.