ସିଡ୍ନୀ: 19 ମାସରେ କୁନି ଶିଶୁ ହାର୍ଭେ କିଟନ ଶାନ୍ତ ଭାବରେ ଜଣେ ଦମ୍ଭ ଓ ବୀରପୁତ୍ର ଭଳି ଛିଡା ହୋଇଛି । ତାଙ୍କ ପିତାଙ୍କ ଶ୍ରେଷ୍ଠ ବଳିଦାନ ଲାଗି ମରଣୋତ୍ତର ସମ୍ମାନ ଶିଶୁଟିକୁ ପ୍ରଦାନ କରାଯାଇଛି। ପିତାଙ୍କ ସମର୍ପଣ ଭାବ ପ୍ରତିବଦ୍ଧତା ଓ ବଳିଦାନ ଲାଗି ଏହା ପ୍ରଦାନ କରାଯାଇଛି। ଅଗ୍ନିଶମ ବିଭାଗର କମିଶନର ନିଜ ହାତରେ ମରଣୋତ୍ତର ସମ୍ମାନ ସ୍ବରୁପ ମେଡାଲ ପ୍ରଦାନ କରିଛନ୍ତି ।
ହାର୍ଭେଙ୍କ ପିତା 32 ବର୍ଷୀୟ ଜେଫ୍ରି କିଟନ ଅଷ୍ଟ୍ରେଲିଆର ଜଣେ ଅଗ୍ନିଶମ କର୍ମଚାରୀ । ଅଷ୍ଟ୍ରେଲିଆରେ ଲାଗିଥିବା ଭୟଙ୍କର ଅଗ୍ନିକୁ ଆୟତ୍ତ କରିବା ସମୟରେ ସେ ପ୍ରାଣ ହରାଇଥିଲେ । ପରେ ତାଙ୍କ ଅନ୍ତିମ ସଂସ୍କାର ଦିନ ତାଙ୍କୁ ମରଣୋତ୍ତର ସମ୍ମାନରେ ସମ୍ମାନିତ କରାଯାଇଛି । ଏହାକୁ ଗ୍ରହଣ କରିବା ପାଇଁ ସେ ତ ନଥିଲେ ମାତ୍ର ତାଙ୍କ 19 ମାସର ଚାଲି ଶିଖିନଥିବା ପୁଅକୁ ଏହି ସମ୍ମାନ ମିଳିଛି ।
ଏଠାରେ ସୂଚନା ଯେ, ଜେଫ୍ରି କିଟନ ଜଣେ ସ୍ବେଚ୍ଛାସେବୀ ଅଗ୍ନିଶମ କର୍ମଚାରୀ । ନିଜ ସାଥିଙ୍କ ଏକ ଟ୍ରକରେ ଯିବା ସମୟରେ ଟ୍ରକଟି ଗଛ ଉପରେ ମାଡି ଯାଇଥିଲା । ଫଳରେ ଜେଫ୍ରି କିଟନଙ୍କ ସମେତ ତିନି ଜଣ ଗୁରୁତର ହୋଇଥିଲେ । ପ୍ରଥମେ ଜେଫ୍ରିଙ୍କ ଦୁଇ ଜଣ ସାଥୀ ପ୍ରାଣ ହରାଇଥିଲେ । ପରବର୍ତ୍ତୀ ସମୟରେ ଜେଫ୍ରି ପ୍ରାଣ ହରାଇଥିଲେ । ଅଗ୍ନିଶମ କର୍ମଚାରୀଙ୍କ ଦ୍ବାରା ମୃତ ଜେଫ୍ରିଙ୍କୁ ‘ଫାୟାର ଟର୍ଣ୍ଣାଡୋ’ କୁହାଯାଇଛି । ଅଗ୍ନିଶମ ସେବା ଦ୍ବାରା ଅନଲାଇନ ଏକ ପୋଷ୍ଟ କରି ଜେଫ୍ରିଙ୍କୁ ଅନ୍ତିମ ବିଦାୟ ଦେଇଛନ୍ତି ।
ପିତାଙ୍କ ବଳିଦାନ ପାଇଁ ମାତ୍ର 19 ମାସର ଶିଶୁକୁ ଏନଏସଡବ୍ଲ୍ୟୁ ଷ୍ଟେଟ ରୟାଲ ଫାୟାର ସର୍ଭିସ କମିଶନର କ୍ରେଗ ଫିଟଜସିମନସ୍ସ ତଳେ ଆଣ୍ଠୁ ମାଡି ବସିବା ସହ ହାର୍ଭେ ସାର୍ଟରେ ପଦକକୁ ପିନ୍ରେ ଗୁନ୍ଥି ଥିଲେ ।
ସୂଚନା ଅନୁସାରେ ଅଷ୍ଟ୍ରେଲିଆରେ ପୁଣି ନିଆଁ ଆତଙ୍କ ସୃଷ୍ଟି କରିଛି। ରବିବାର ନ୍ୟୁ ସାଉଥ ୱେଲସ ଜଙ୍ଗଲରେ ନିଆଁ ଲାଗି ପରେ କ୍ୱିନ୍ସ ଲ୍ୟାଣ୍ଡ ଓ ଏବେ ସିଡନି ଆଡକୁ ମୁହାଁଇଛି। ଏହାର ସମଧାନ ନହେବା ନେଇ ପ୍ରଧାନମନ୍ତ୍ରୀ ସ୍କଟ ମରିସନଙ୍କୁ ସମାଲୋଚନାର ସାମ୍ନା କରିବାକୁ ପଡିଛି ନ୍ୟୁ ସାଉଥ ୱେଲସ ଓ ଭିକ୍ଟୋରିଆରେ ସୋମବାର ଜଙ୍ଗଲୀ ଲୋକଙ୍କ ଦ୍ବାରା ଆଠ ଜଣ ଲୋକ ପ୍ରାଣ ହରାଇସାରିଲେଣି ଓ ଏବେ ସୁଧା 18 ନିଖୋଜ ରହିଛନ୍ତି ।