ETV Bharat / international

ଇସ୍ରାଏଲ ସରକାରଙ୍କୁ ମହଙ୍ଗା ପଡିଲା ସ୍କୁଲ ଖୋଲିବା ନିଷ୍ପତ୍ତି, ଜାଣନ୍ତୁ କାରଣ

author img

By

Published : Jun 4, 2020, 9:36 PM IST

ଇସ୍ରାଏଲ ସରକାର ମେ ମାସର ଶେଷ ସପ୍ତାହରେ ସ୍କୁଲ ଖୋଲିଥିଲେ । ଆଉ ଏବେ ସରକାରଙ୍କୁ ତାଙ୍କର ଏହି ନିଷ୍ପତ୍ତି ମହଙ୍ଗା ପଡିଛି । ସ୍କୁଲ ଖୋଲିବା ପରେ ଦେଶର 261 ଜଣ ଶିଶୁ ଏବଂ ଅନ୍ୟ କର୍ମଚାରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଯାହା ପରେ ଇସ୍ରାଏଲ ସରକାରଙ୍କୁ ନିଜ ନିଷ୍ପତ୍ତିରୁ ପଛଘୁଞ୍ଚା ହେବାକୁ ପଡିଛି ।

The decision to reopen the school was costly to the Israeli government
ଇସ୍ରାଏଲ ସରକାରଙ୍କୁ ମହଙ୍ଗା ପଡିଲା ସ୍କୁଲ ଖୋଲିବା ନିଷ୍ପତ୍ତି, ଜାଣନ୍ତୁ କାରଣ

ଜେରୁଜେଲମ: ଇସ୍ରାଏଲ ହେଉଛି ବିଶ୍ବର ସେହି ଦେଶମାନଙ୍କ ମଧ୍ୟରୁ ଅନ୍ୟତମ ଯେଉଁଠାରେ କୋରୋନା ଭାଇରସ ନିୟନ୍ତ୍ରଣରେ ରହିଛି । ଯାହାକୁ ଦୃଷ୍ଟିରେ ରଖି ଇସ୍ରାଏଲ ସରକାର ମେ ମାସର ଶେଷ ସପ୍ତାହରେ ସ୍କୁଲ ଖୋଲିଥିଲେ । ଆଉ ଏବେ ସରକାରଙ୍କୁ ତାଙ୍କର ନିଷ୍ପତ୍ତି ମହଙ୍ଗା ପଡିଛି । ସ୍କୁଲ ଖୋଲିବା ପରେ ଦେଶର 261 ଜଣ ଶିଶୁ ଏବଂ ଅନ୍ୟ କର୍ମଚାରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଯାହା ପରେ ଇସ୍ରାଏଲ ସରକାରଙ୍କୁ ନିଜ ନିଷ୍ପତ୍ତିରୁ ପଛଘୁଞ୍ଚା ହେବାକୁ ପଡିଛି ।

ଗତ ମାର୍ଚ୍ଚ ଓ ଏପ୍ରିଲ ମାସରେ ଇସ୍ରାଏଲରେ କୋଭିଡ-19 ଦ୍ରୁତଗତିରେ ବୃଦ୍ଧି ପାଇଥିଲା । ଏହାକୁ ରୋକିବାକୁ ଇସ୍ରାଏଲ ସରକାର ଲକଡାଉନ ଭଳି କଠୋର ନିଷ୍ପତ୍ତି ନେଇଥିଲେ । ଏପ୍ରିଲ 30ରେ ଇସ୍ରାଏଲରେ 15,946 ମାମଲା ରିପୋର୍ଟ ହୋଇଥିଲା । ଏହାର ପରବର୍ତ୍ତୀ 15 ଦିନ ମଧ୍ୟରେ ଦେଶରେ କେବଳ 600ଟି ମାମଲା ସାମନାକୁ ଆସିଥିଲା । ଯାହାକୁ ଦେଖି ସରକାର ଉତ୍ସାହିତ ହୋଇ ବିଦ୍ୟାଳୟ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲେ ।

ଶିକ୍ଷା ମନ୍ତ୍ରାଳୟର ସୂଚନାନୁସାରେ, ସ୍କୁଲରେ ଚିହ୍ନଟ 261 ସଂକ୍ରମିତଙ୍କ ମଧ୍ୟରେ 250 ଜଣ ପିଲା ଅଛନ୍ତି । ଏଥିସହ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 17,377ରେ ପହଞ୍ଚିଛି ।

ଏହି ଘଟଣା ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍କୁଲଗୁଡ଼ିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯେପର୍ଯ୍ୟନ୍ତ ବିଦ୍ୟାଳୟ ସହିତ ଜଡିତ କୌଣସି ବି କର୍ମଚାରୀ କିମ୍ବା ଛାତ୍ରଛାତ୍ରୀ କୋରୋନା ମୁକ୍ତ ନହୋଇଛନ୍ତି ସେ ପର୍ଯ୍ୟନ୍ତ ସ୍କୁଲ ଖୋଲିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ସ୍କୁଲରୁ ଏହି ନୂତନ ମାମଲା ଆସିବା ପରେ 6800 ଛାତ୍ରଛାତ୍ରୀଙ୍କୁ କ୍ୟାରେନଣ୍ଟାଇନରେ ରଖାଯାଇଛି ।

ଇସ୍ରାଏଲରେ କୋଭିଡ-19 ଯୋଗୁଁ ଏପର୍ଯ୍ୟନ୍ତ 291 ଜଣଙ୍କର ମୃତ୍ୟୁ ହୋଇଛି । କୋରୋନା ମାମଲାରେ ଦେଶ ସାରା ବିଶ୍ବ ତୁଳନାରେ 42ତମ ସ୍ଥାନରେ ରହିଛି । ସେହିପରି କୋରୋନା ସଂକ୍ରମିତ ହେବା ପରେ ଏପର୍ଯ୍ୟନ୍ତ 14,993 ଜଣ ଲୋକ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ଏହାସହ 2145 ମାମଲା ଏବେ ବି ସକ୍ରିୟ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.