ETV Bharat / international

ହଜ୍‌ ଯାତ୍ରା ଆୟୋଜନ ପାଇଁ ପ୍ରସ୍ତୁତ ସାଉଦି ଆରବ - ହଜ୍‌ ଯାତ୍ରା ପ୍ରସ୍ତୁତି

ଆଗକୁ ଆସୁଛି ପ୍ରସିଦ୍ଧା ହଜ୍‌ ଯାତ୍ରା । କୋରୋନା ମହାମାରୀ ସତ୍ତ୍ବେ ହଜ୍‌ର ଆୟୋଜନ ପାଇଁ ସମସ୍ତ ସୁରକ୍ଷା ପଦକ୍ଷେପ ଓ ଅନ୍ୟାନ୍ୟ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଥିବା ସାଉଦି ଆରବ ପକ୍ଷରୁ ସୂତନା ଦିଆଯାଇଛି।

hajj, hajj 2020, hajj preparation in saudi, preparation for hajj, hajj latest news, ହଜ୍‌ ଯାତ୍ରା, ହଜ୍‌ 2020, ସାଉଦି ଆରବରେ ହଜ୍‌ ପ୍ରସ୍ତୁତି, ହଜ୍‌ ଯାତ୍ରା ପ୍ରସ୍ତୁତି, ହଜ୍‌ ଯାତ୍ରା ଲାଟେଷ୍ଟ ନ୍ୟୁଜ୍‌
ହଜ୍‌ ଯାତ୍ରା ଆୟୋଜନ ପାଇଁ ପ୍ରସ୍ତୁତ ସାଉଦି ଆରବ
author img

By

Published : Jul 20, 2020, 11:00 PM IST

ରିୟାଦ: ଆଗକୁ ଆସୁଛି ପ୍ରସିଦ୍ଧା ହଜ୍‌ ଯାତ୍ରା । ଏନେଇ ସାଉଦି ଆରବରେ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ନେଇ ସୋମବାର ପ୍ରକାଶ ପାଇଛି । କୋରୋନା ମହାମାରୀ ସତ୍ତ୍ବେ ହଜ୍‌ର ଆୟୋଜନ ପାଇଁ ସମସ୍ତ ସୁରକ୍ଷା ପଦକ୍ଷେପ ଓ ଅନ୍ୟାନ୍ୟ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଥିବା ସାଉଦି ଆରବ ପକ୍ଷରୁ ସୂତନା ଦିଆଯାଇଛି। ଏନେଇ ଗଣମାଧ୍ୟମକୁ ସ୍ପଷ୍ଟ କରିଛନ୍ତି ହଜ ସୁରକ୍ଷା ବଳ କମାଣ୍ଡର ଜାୟେଦ ଅଲ ତୁୱାଇଲାନ ।

ସେ କହିଛନ୍ତି କି କିଛି ଦିନ ପରେ ଆୟୋଜିତ ହେବାକୁ ଥିବା ହଜ୍‌ ଯାତ୍ରାରେ ତୀର୍ତଯାତ୍ରୀଙ୍କ ସୁରକ୍ଷା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହେବାକୁ ବସିଛି । ସେ ଏହା ମଧ୍ୟ କହିଛନ୍ତି କି ଚଳିତବର୍ଷର ଯାତ୍ରାରେ 70 ଜଣ ବିଦେଶୀ ତୀର୍ଥଯାତ୍ରୀଙ୍କ ସମେତ 160ଟି ଦେଶର ତୀର୍ଥଯାତ୍ରୀ ସାମିଲ ହେବେ । ଚଳିତବର୍ଷ କୋରୋନା ମହାମାରୀ ପାଇଁ ସ୍ଥିତି ଗମ୍ଭୀର ରହିଥିବା ବେଳେ ମକ୍କା ସହରରେ ମଧ୍ୟ କୋରୋନା ସ୍ଥିତି ଭୟଙ୍କର ରହିଛି । ଏମିତିରେ ସମ୍ପୂର୍ଣ୍ଣ ସୁରକ୍ଷିତ ପଦକ୍ଷେପ ସହ ହଜ୍‌ ଯାତ୍ରାର ଆୟୋଜନ ବର୍ତ୍ତମାନ ଏକ ବଡ ଚ୍ୟାଲେଞ୍ଜ ବୋଲି ସେ ପ୍ରକାଶ କରିଛନ୍ତି ।

ତେବେ ହଜ୍‌ ଯାତ୍ରାର ସୁରକ୍ଷିତ ପରିଚାଳନା ପାଇଁ ଲାଗୁ ହୋଇତିବା କଟକଣା ଓ ନିୟମ ଉଲଙ୍ଘନ କଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଜେଲ ଦଣ୍ଡ ସହ ତଣ୍ଡ ମଧ୍ୟ ଗଣିବାକୁ ପଡିପାରେ ବୋଲି ଆୟୋଜକ ମଣ୍ଡଳୀ କଡା ଚେତାବନୀ ଦେଇଛନ୍ତି । ସେପଟେ ସାଉଦି ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ ଦେଶରେ ନୂଆ 2504ଟି ମାମଲା ସାମ୍ନାକୁ ଆସିଛି । ଯାହା ହଜ୍‌ର ଆୟୋଜନ ପ୍ରତି ଏକ ବିପଦ ସଙ୍କେତ ।

ହଜ୍‌ ଯାତ୍ରା ସାଉଦି ଆରବ ପାଇଁ ଆୟର ଏକ ପ୍ରମୁଖ ମାଧ୍ୟମ ହୋଇଥିବା ବେଳେ ଏଥିରୁ ବାର୍ଷିକ ପ୍ରାୟ 5.3 ବିଲିୟନ ଡଲାର ରୁ 6.9 ବିଲିୟନ ଡଲାର ପର୍ଯ୍ୟନ୍ତ ଆୟ ହୋଇଥାଏ । ଗତ ବର୍ଷ ଏହି ଯାତ୍ରାରେ ପାଖାପାଖି 2.5 ମିଲିୟନ ତୀର୍ଥଯାତ୍ରୀ ସାମିଲ ହୋଇଥିଲେ । ଯେଉଁଥିରେ ପ୍ରାୟ 600,000 ସାଉଦି ନାଗରିକ ସାମିଲ ରହିଥିଲେ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.