ରିୟାଧ: ସାଉଦି ଆରବରେ ଗତ 24 ଘଣ୍ଟାରେ ସର୍ବାଧିକ କୋରୋନା ଆକ୍ରାନ୍ତ ସାମନାକୁ ଆସିଛି । ସୋମବାର 1289ଟି ପଜିଟିଭ ମାମଲା ସ୍ପଷ୍ଟ ହୋଇଛି । ଗୋଟିଏ ଦିନରେ ଆକ୍ରାନ୍ତ ବାହାରିବାରେ ଏହା ସର୍ବାଧିକ । ପୂର୍ବରୁ 24 ଘଣ୍ଟାରେ ଏତେ ସଂଖ୍ୟକ ପଜିଟିଭ ବାହାରିନାହିଁ ।
ଏହାସହ ଦେଶରେ ମୋଟ କୋଭିଡ 19 ଆକ୍ରାନ୍ତଙ୍କ ସଂଖ୍ୟା 18 ହଜାର 811 ଛୁଇଁଛି । ସେହିପରି ସୋମବାର 5ଟି ମୃତ୍ୟୁ ରେକର୍ଡ ହୋଇଛି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନାନୁସାରେ ମୋଟ ମୃତ୍ୟୁ ସଂଖ୍ୟା 144 ପହଞ୍ଚିଛି । ତେବେ ସୋମବାର 174 ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଫଳରେ ଦେଶରେ ଏବେ ସୁଦ୍ଧା 2531 ଲୋକ ସୁସ୍ଥ ହୋଇସାରିଲେଣି ।
2 ସପ୍ତାହ ତଳେ ସରକାରଙ୍କ ପକ୍ଷରୁ ବ୍ୟାପକ ଭାବେ କୋଭିଡ 19 ପରୀକ୍ଷା ଆରମ୍ଭ ହୋଇଥିଲା । ଯାହା ପାଇଁ ଅଧିକ ସଂଖ୍ୟାରେ ପଜିଟିଭ ସାମନାକୁ ଆସିଥିଲେ । ଏବେ ପର୍ଯ୍ୟନ୍ତ ପ୍ରାୟ 1 ମିଲିୟନ ଲୋକଙ୍କ କୋରୋନା ଟେଷ୍ଟ ହୋଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ।