ETV Bharat / international

ବିଗୁଡୁଛି ସ୍ଥିତି, ଇରାନକୁ ଫେରିପାରେ ଲକଡାଉନ - Rouhani warns lockdown may be reimposed in Iran

ଦେଶର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନାନୁସାରେ ଗତ 24 ଘଣ୍ଟାରେ ଇରାନରେ 2410 କେସ ବାହାରିଛି । ଫଳରେ ମୋଟ୍ ସଂଖ୍ୟା 1 ଲକ୍ଷ 84 ହଜାର 955ରେ ପହଞ୍ଚିଛି । ଜୁନ୍ 5 ପରେ ପ୍ରଥମ ଥର ପାଇଁ ଗୋଟିଏ ଦିନରେ ସର୍ବାଧିକ ଆକ୍ରାନ୍ତ ବାହାରିଛନ୍ତି ।

ବିଗୁଡୁଛି ସ୍ଥିତି, ଇରାନକୁ ଫେରିପାରେ ଲକଡାଉନ
ବିଗୁଡୁଛି ସ୍ଥିତି, ଇରାନକୁ ଫେରିପାରେ ଲକଡାଉନ
author img

By

Published : Jun 14, 2020, 4:24 AM IST

ତେହେରାନ: ଇରାନରେ କୋଭିଡ 19 ସ୍ଥିତି ବିଗିଡିବାରେ ଲାଗିଛି । ଦିନକୁ ଦିନ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ପ୍ରଥମ ପର୍ଯ୍ୟାୟରେ ଆକ୍ରାନ୍ତଙ୍କ ସଂଖ୍ୟା ଥମିବା ପରେ ସରକାର ଲକଡାଉନ କୋହଳ କରିଥିଲେ । ତେବେ ଦ୍ବିତୀୟ ପର୍ଯ୍ୟାୟରେ ଦେଶରେ ପୁଣି ପଜିଟିଭ ବଢିବାରେ ଲାଗିଛନ୍ତି ।

ଦେଶର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନାନୁସାରେ ଗତ 24 ଘଣ୍ଟାରେ ଦେଶରେ 2410 କେସ ବାହାରିଛି । ଫଳରେ ମୋଟ୍ ସଂଖ୍ୟା 1 ଲକ୍ଷ 84 ହଜାର 955ରେ ପହଞ୍ଚିଛି । ଜୁନ୍ 5 ପରେ ପ୍ରଥମ ଥର ପାଇଁ ଗୋଟିଏ ଦିନରେ ସର୍ବାଧିକ ଆକ୍ରାନ୍ତ ବାହାରିଛନ୍ତି । ଏହାସହ ଗତ 24 ଘଣ୍ଟାରେ 71 ଜଣଙ୍କର ମୃତ୍ୟୁ ହୋଇଛି । ଏବେ ଯାଏଁ ଏହି ମହାମାରୀରେ 8730 ଲୋକଙ୍କର ପ୍ରାଣ ଯାଇଛି । ସେହିପରି ମୋଟ୍ 1 ଲକ୍ଷ 46 ହଜାର 748 ଲୋକ ସୁସ୍ଥ ହେବା ପରେ ଡିସଚାର୍ଜ ହୋଇଛନ୍ତି ।

ପରିସ୍ଥିତି ଖରାପ ହେଉଥିବାର ଦେଖି ରାଷ୍ଟ୍ରପତି ହାସନ ରୌହାନୀ ପୁଣିଥରେ ଲକଡାଉନ ଜାରି କରିବା ପାଇଁ ଚେତାବନୀ ଦେଇଛନ୍ତି । ଜୁନ୍ 4ରେ ସର୍ବାଧିକ 3574 କେସ ବାହାରିବା ପରଠାରୁ ପ୍ରତିଦିନ 3000 ତଳେ କୋରୋନା ମାମଲା ରହିଥିଲା । ହେଲେ ପୁଣି ଏହା ବଢିବାରୁ ହାସନ କଟକଣା ଲାଗୁ କରିବାକୁ ସରକାର ଚିନ୍ତା କରୁଥିବା କହିଛନ୍ତି । ସ୍ଥାନୀୟ ଗଭର୍ନଙ୍କୁ ପରିସ୍ଥିତି ଦେଖି ଲକଡାଉନ ଲାଗୁ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଇରାନବାସୀଙ୍କୁ ମହାମାରୀକୁ ଗୁରୁତର ସହ ନେବା ପାଇଁ ପରାମର୍ଶ ଦେଇଛନ୍ତି । ଏପ୍ରିଲ ମଧ୍ୟ ଭାଗରୁ ଇରାନ କଟକଣା କୋହଳ କରିବା ସହ ବ୍ୟବସାୟୀଙ୍କୁ ଦେଶ ଭିତରେ ଯାତ୍ରା କରିବାକୁ ଅନୁମତି ଦେଇଥିଲା । ପ୍ରକାଶ ଥାଉ କି ମାର୍ଚ୍ଚରେ ଚୀନ, ଇଟାଲୀ ଓ ସ୍ପେନ ପରେ ଇରାନରେ କୋରୋନା ସ୍ଥିତି ଅତ୍ୟନ୍ତ ଖରାପ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.