ETV Bharat / international

ଆଇସୋଲେସନରେ ଋଷ ରାଷ୍ଟ୍ରପତି ପୁତିନ - Covid

ଟୀକାକରଣ ସତ୍ତ୍ବେ ଅନେକ ଦେଶ କୋରୋନାର କାୟା ଭିତରେ ରହିଛନ୍ତି । ଏହାରି ମଧ୍ୟରେ ଆଇସୋଲେସନକୁ ଯାଇଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ । ଅଧିକ ପଢନ୍ତୁ...

ଆଇସୋଲେସନରେ ଋଷ ରାଷ୍ଟ୍ରପତି ପୁତିନ
ଆଇସୋଲେସନରେ ଋଷ ରାଷ୍ଟ୍ରପତି ପୁତିନ
author img

By

Published : Sep 14, 2021, 5:22 PM IST

ମସ୍କୋ: ମହାମାରୀ କୋରୋନାକୁ ବିତିସାରିଛି ଦେଢ ବର୍ଷରୁ ଅଧିକ ସମୟ । ହେଲେ ଏବେ ବି ମହାମାରୀରେ ପଡିନାହିଁ ପୂର୍ଣ୍ଣଛେଦ । ଟୀକାକରଣ ସତ୍ତ୍ବେ ଅନେକ ଦେଶ କୋରୋନାର କାୟା ଭିତରେ ରହିଛନ୍ତି । ଏହାରି ମଧ୍ୟରେ ଆଇସୋଲେସନକୁ ଯାଇଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ।

ଋଷ ରାଷ୍ଟ୍ରପତିଙ୍କ ନିକଟତର ସମ୍ପର୍କୀୟଙ୍କୁ କୋରୋନା ସଂକ୍ରମଣ ନେଇ ସାମ୍ନାକୁ ଆସିଛି ଖବର । ଏହାପରେ ସତର୍କତାମୂଳକ ପଦକ୍ଷେପ ନେଇ ନିଜକୁ ଆଇସୋଲେସନରେ ରଖିଛନ୍ତି ପୁତିନ । ଚଳିତ ସପ୍ତାହ ତାଜାକିସ୍ତାନ ଗସ୍ତ କରିଥାନ୍ତେ ଋଷ ରାଷ୍ଟ୍ରପତି । ହେଲେ ଏବେ ଏହି ଗସ୍ତ ବାତିଲ କରିଦିଆଯାଇଛି ।

ସୂଚନା ଅନୁଯାୟୀ, ନିକଟତର ସମ୍ପର୍କୀୟଙ୍କୁ କୋରୋନା ସଂକ୍ରମଣ ଖବର ଆସିବା ପରେ ଆଇସୋଲେଟ ହୋଇଥିବା ପୁତିନ ଆଉ ତାଜାକିସ୍ତାନ ଯିବେନାହିଁ । ଆଞ୍ଚଳିକ ସୁରକ୍ଷା ବାବଦରେ ତାଜାକିସ୍ତାନରେ ଥିଲା ପୁତିନଙ୍କ ବୈଠକ ।

ମହାମାରୀ ସମୟରେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି ଋଷ ରାଷ୍ଟ୍ରପତି । ତାଙ୍କୁ ସ୍ପୁଟନିକ ଭି ଭ୍ୟାକ୍ସିନର ୨ଟି ଡୋଜ ଦିଆଯାଇସାରିଛି । ନିକଟରେ ଅନେକ ସାର୍ବଜନିକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ପୁତିନ । ଋଷ ପାରାଲମ୍ପିକ ଖେଳାଳିଙ୍କୁ ମଧ୍ୟ ଭେଟିଥିଲେ ରାଷ୍ଟ୍ରପତି ପୁତିନ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.