ଅଙ୍କାରା: ଦୁଇ ମାସର କୋରୋନା ଲକଡାଉନର ବିରତି ପରେ ଆଂଶିକ ଭାବେ ସ୍ବାଭାବିକ ହୋଇଛି ତୁର୍କୀର ଘରୋଇ ବିମାନ ସେବା । ଏଥିରେ ଜାତୀୟ ପତାକ ପରିବହକ ତୁର୍କୀଶ ଏୟାରଲାଇନ୍ସ ଓ ପେଗାସସ ଏୟାରଲାଇନର ସେବା ମଧ୍ୟ ଆରମ୍ଭ ହୋଇଛି । ହେଲେ ଏହା କେବଳ ଇସ୍ତାନବୁଲରୁ ଅଳ୍ପ କେତେକ ମୁଖ୍ୟ ସହରକୁ ସେବା ଆରମ୍ଭ କରିଥିବା ଜଣା ପଡିଛି ।
ସୋମବାର ତୁର୍କୀଶ ଏୟାରଲାଇନ୍ସର ପ୍ରଥମ ବିମାନ ଇସ୍ତାନବୁଲ ବିମାନବନ୍ଦରରୁ ରାଜଧାନୀ ଅଙ୍କାରାକୁ ଉଡାଣ ଭରିଥିଲା । ସେହିପରି ପେଗାସସ ଏୟାରଲାଇନ୍ସର ପ୍ରଥମ ବିମାନ ସକାଳେ ଇସ୍ତାନବୁଲର ସବିହା ଗୋକେନ ବିମାନବନ୍ଦରରୁ ଅଜମିରର ପଶ୍ଚିମ ପ୍ରାନ୍ତକୁ ଉଡାଣ ଭରିଥିଲା । ତେବେ ତୁର୍କୀଶ ଏୟାରଲାଇନ୍ସର ଅନ୍ୟ ବିମାନଗୁଡିକ ଦେଶ ମଧ୍ୟରେ ଅନ୍ୟ ସ୍ଥାନକୁ ଜୁନ 4ରୁ ସ୍ବାଭାବିକ ଯାତ୍ରା କରିବ । ଏଥିସହ ଜୁନ 10ରୁ ଅନ୍ତର୍ଜାତୀୟ ଉଡାଣ ଆରମ୍ଭ କରିବା ନେଇ ସୂଚନା ରହିଛି ।
ସେପଟେ ପେଗାସସ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ଖୁବଶୀଘ୍ର କମ୍ପାନୀ ସ୍ବାଭାବିକ ବିମାନସେବା ଆରମ୍ଭ କରିବ । ହେଲେ ଏନେଇ କୌଣସି ସଠିକ୍ ସୂଚନା ଦିଆଯାଇନାହିଁ । ଗତ ସପ୍ତାହ ରାଷ୍ଟ୍ରପତି ରେସେପ ତାୟିପ ଏରଡୋଗାନ ଜୁନ 1 ଅର୍ଥାତ ସୋମବାରରୁ ଦେଶରେ ନୂଆ ପ୍ରକ୍ରିୟାରେ କଟକଣା କୋହଳ ପାଇଁ ଘୋଷଣା କରିଥିଲେ । ସେପଟେ ବର୍ତ୍ତମାନ ସୁଦ୍ଧା ଦେଶରେ 1,63,942 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ସହ 4540 ଜଣଙ୍କ ମୃତ୍ୟୁ ହୋଇସାରିଛି ।
@IANS