ETV Bharat / international

ଜେଲରୁ ମୁକ୍ତି ନେଇ ରାଜି ହେଲା ଇସ୍ରାଇଲ, ଅନଶନ ଭାଙ୍ଗିଲେ ପାଲେଷ୍ଟାଇନ କଏଦୀ - ପାଲେଷ୍ଟାଇନ କଏଦୀ

ଜଣେ ପାଲେଷ୍ଟାଇନ କଏଦୀଙ୍କୁ ଜେଲରୁ ମୁକ୍ତି କରିବା ପାଇଁ ଇସ୍ରାଇଲ ରାଜି । ଅନଶନ ଭାଙ୍ଗିଲେ କଏଦୀ । ଅଧିକ ପଢନ୍ତୁ...

ଇସ୍ରାଇଲ
ଇସ୍ରାଇଲ
author img

By

Published : Nov 7, 2020, 12:37 PM IST

ଜେରୁଜେଲମ୍‌: ଜେଲରୁ ମୁକ୍ତି କରିବାକୁ ନେଇ ଦୀର୍ଘ 103 ଧରି ଅନଶନରେ ଥିବା ପାଲେଷ୍ଟାଇନ କଏଦୀ ଶେଷରେ ନିଜ ଉପବାସ ଭାଙ୍ଗିଛନ୍ତି । ଇସ୍ରାଇଲ ସରକାର ତାଙ୍କୁ ଜେଲରୁ ମୁକ୍ତି କରିବାକୁ ନିଷ୍ପତ୍ତି ନେବା ପରେ ସେ ଏହି ଅନଶନରୁ ଓହରିଛନ୍ତି । ନଭେମ୍ବର 26 ତାରିଖରେ ତାଙ୍କୁ ମୁକ୍ତି ଦିଆଯିବ ବୋଲି ଇସ୍ରାଇଲ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।

ତେବେ 50 ବର୍ଷିୟ ମହେର ଅଲ ଅଖରାସ 103 ଧରି ଅନଶନରେ ରହିବାରୁ ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡିଛି । ତାଙ୍କୁ 20 ଦିନ ହେବ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଖସର ପାଲେଷ୍ଟାଇନ ଇସଲାମିକ ଜିହାଦ ଆନ୍ଦୋଳନ(ପିଆଇଜେ)ର ଜଣେ ସଦସ୍ୟ ଥିବା କହି ଇସ୍ରାଇଲ ତାଙ୍କୁ ଗିରଫ କରିଥିଲା । ଏପଟେ ତାଙ୍କ ପତ୍ନୀ ସେ କୌଣସି ସଙ୍ଗଠନ ସହ ଜଡିତ ନୁହଁନ୍ତି ବୋଲି କହିଛନ୍ତି ।

ଅନ୍ୟପଟେ ଇସଲାମିକ ହମାସ ଆନ୍ଦୋଳନ ଓ ପିଆଇଜେ ଅଲଗା ଅଲଗା ବିବୃତି ଜାରି କରି ଅଖସର ତାଙ୍କ ସଙ୍ଗଠନର ନୁହେଁ ଦର୍ଶାଇଛନ୍ତି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.