ETV Bharat / international

ୟୈମେନ ଏୟାରବେସରେ ମିସାଇଲ ମାଡ ସହ ଡ୍ରୋନ ଆକ୍ରମଣ, ୩୦ ମୃତ - ୟମନ ଡ୍ରୋନ ଆଟାକ୍

ୟୈମେନ ଏୟାରବେସରେ ମିସାଇଲ ମାଡ ଓ ଡ୍ରୋନ ଆକ୍ରମଣ । ଆକ୍ରମଣରେ ୩୦ରୁ ଅଧିକ ସୈନ୍ୟ ପ୍ରାଣ ହରାଇ ଥିବାବେଳେ ୬୫ରୁ ଅଧିକ ଆହାତ । ଅଧିକ ପଢନ୍ତୁ...

ୟମନ ଏୟାର ବେସ ଉପରେ ମିଶାଇଲ ମାଡ ସହ ଡ୍ରୋନ ଆକ୍ରମଣ, ୩୦ ମୃତ

author img

By

Published : Aug 29, 2021, 8:40 PM IST

ସନା: ଥରିଲା ୟୈମେନ । ପଶ୍ଚିମ ଏସୀୟ ରାଷ୍ଟ୍ର ୟୈମେନରେ ମିସାଇଲ ମାଡ ସହ ଡ୍ରୋନ ଆକ୍ରମଣ । ରବିବାର ୟୈମେନର ଦକ୍ଷିଣ ଅଞ୍ଚଳରେ ଥିବା ପ୍ରମୁଖ ଏୟାର ବେସ୍ ଉପରେ ଏହି ଆକ୍ରମଣ ହୋଇଛି । ଏଥିରେ ପ୍ରାୟ ୩୦ ଜଣ ସୈନିକଙ୍କ ମୃତ୍ୟୁ ଘଟିବା ସହ ୬୦ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି ।

ୟୈମେନର ସାଉଥ୍ ଫୋର୍ସ ମୁଖପାତ୍ର ମହମ୍ମଦ ଅଲ ନକିବ କହିଛନ୍ତି କି, ଲହଜି ରାଜ୍ୟରେ ଥିବା ଅଲ୍-ଆନଦ ଏୟାର ବେସ୍ ଉପରେ ଏହି ଆକ୍ରମଣ ହୋଇଛି । ଏଥିରେ ପାଖାପାଖି ୬୫ ଜଣ ଆହତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୩୦ ଜଣ ସୈନ୍ୟଙ୍କ ମୃତ୍ୟୁ ଘଟିଥିବାବେଳେ ଆଗକୁ ମୃତ୍ୟୁସଂଖ୍ୟା ବଢିବା ନେଇ ସନ୍ଦେହ କରାଯାଉଛି ।

ଅଫିସିଆଲ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଏୟାର ବେସରେ ମୋଟ ତିନୋଟି ବିସ୍ଫୋରଣ କରାଯାଇଛି । ଏୟାର ବେସଟି ଅନ୍ତରାଷ୍ଟ୍ରୀୟ ମାନ୍ୟତାପ୍ରାପ୍ତ ସରକାରଙ୍କ ନିୟନ୍ତ୍ରଣାଧୀନ ରହିଛି । ତେବେ ପ୍ରକୃତରେ କିଏ ଏହି ଆକ୍ରମଣ କରିଛି ସେନେଇ କିଛି ସ୍ପଷ୍ଟ ଚିତ୍ର ଜଣାପଡିନାହିଁ । ତେବେ ୨୦୧୪ ମସିହାରୁ ୟୈମେନ ଗୃହଯୁଦ୍ଧରେ ସାମିଲ ଅଛି ।

ଅଧିକାରୀଙ୍କ କହିବା କଥା, ଏକ ବାଲିଷ୍ଟିକ୍ ମିସାଇଲ ବେସର ପ୍ରଶିକ୍ଷଣ ଅଞ୍ଚଳରେ ମାଡ ହୋଇଥିଲା । ସେହି ସମୟରେ ଏଠାରେ 12 ରୁ ଅଧିକ ସୈନ୍ୟ ସକାଳ ବ୍ୟାୟାମ କରୁଥିଲେ । ତେବେ ପ୍ରକୃତରେ ଡ୍ରୋନ ଆକ୍ରମଣ ପଛରେ କାହାର ହାତ ରହିଛି ତାହା ଜଣାପଡି ନଥିବାବେଳେ ଏଥିପାଇଁ ହୋଉଥିସ(Houthis) କୁ ଦାୟୀ କରିଛି ରାଷ୍ଟ୍ର । ସେପଟେ ହୋଉଥିସ ମୁଖପାତ୍ର ଏହି ଆକ୍ରମଣ ସମ୍ପର୍କରେ ଚୁପ୍ ରହିଛନ୍ତି ।

@AP

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.