ETV Bharat / international

ଲକଡାଉନ ନିୟମ ଭାଙ୍ଗି ପଦ ହରାଇଲେ ନ୍ୟୁଜିଲାଣ୍ଡ ସ୍ବାସ୍ଥ୍ୟମନ୍ତ୍ରୀ - କୋରୋନା ଭାଇରସ ନ୍ୟୁଜ୍‌

ନ୍ୟୁଜିଲାଣ୍ଡରେ ଦେଖିବାକୁ ମିଳିଛି ଏକ ଏପରି ଘଟଣା ଯେଉଁଥିରେ ଲକଡାଉନ ନିୟମ ଭାଙ୍ଗୁଥିବା ନଜର ଆସିଛନ୍ତି ଦେଶର ସ୍ବାସ୍ଥ୍ୟମନ୍ତ୍ରୀ ।

newzealand health minister violates lockdown rule, coronavirus news, corona update, newzealand fights corona, ଲକଡାଉନ ନିୟମ ଭାଙ୍ଗିଲେ ନ୍ୟୁଜିଲାଣ୍ଡ ସ୍ବାସ୍ଥ୍ୟମନ୍ତ୍ରୀ, ନ୍ୟୁଜିଲାଣ୍ଡରେ କୋରୋନା ମୁକାବିଲା, କୋରୋନା ଭାଇରସ ନ୍ୟୁଜ୍‌, କୋରୋନା ଅପଡେଟ
ଲକଡାଉନ ନିୟମ ଭାଙ୍ଗି ପଦ ହରାଇଲେ ନ୍ୟୁଜିଲାଣ୍ଡ ସ୍ବାସ୍ଥ୍ୟମନ୍ତ୍ରୀ
author img

By

Published : Apr 7, 2020, 10:14 PM IST

ୱେଲିଂଟନ: ସାରା ବିଶ୍ବରେ ଏବେ ଲକଡାଉନ ନିୟମରେ ବନ୍ଧା । ସାମାଜିକ ଦୂରତ୍ବ ଓ ସ୍ବଚ୍ଛତାର ମଧ୍ୟ ରହିଛି ପ୍ରତିବନ୍ଧକ । ସାଧାରଣ ଲୋକେ କୋରୋନାର ପ୍ରଭାବକୁ ହୃଦବୋଧ କରିବା ସହ ସରକାରୀ ନୀତି ନିୟମକୁ କିପରି ମାନିବେ ସେନେଇ ଚାଲିଛି ଜୋରସୋର ପ୍ରୟାସ । ଏମିତିରେ ନ୍ୟୁଜିଲାଣ୍ଡରେ ଦେଖିବାକୁ ମିଳିଛି ଏକ ଏପରି ଘଟଣା ଯେଉଁଥିରେ ଏହି ନିୟମ ଭାଙ୍ଗୁଥିବା ନଜର ଆସିଛନ୍ତି ଦେଶର ସ୍ବାସ୍ଥ୍ୟମନ୍ତ୍ରୀ ।

ସ୍ବାସ୍ଥ୍ୟମନ୍ତ୍ରୀ ଡେଭିଡ କ୍ଲାର୍କ ନିକଟରେ ସପରିବାର ସମୂଦ୍ରକୂଳକୁ ବୁଲିଯିବା ପାଇଁ ନେଇଥିଲେ 20 କିଲୋମିଟରର ଲଙ୍ଗ ଡ୍ରାଇଭ । ଯାହା ବର୍ତ୍ତମାନର ସରକାରୀ ନିୟମକୁ ଭାଙ୍ଗିବା ସହ ସାଧାରଣ ଲୋକଙ୍କୁ ଉତ୍ତ୍ୟକ୍ତ କରିଥିଲା । ହେଲେ ନିଜ ଭୁଲ ବୁଝିପାରି ଡେଭିଡ ପ୍ରଧାନମନ୍ତ୍ରୀ ଜାକିଣ୍ଡା ଆଡର୍ଣ୍ଣକୁ ନିଜ ଇସ୍ତଫା ପାଇଁ ଚିଠି ଲେଖିଥିଲେ । ଯାହାକୁ ଖାରଜ କରି ପ୍ରଧାନମନ୍ତ୍ରୀ ତାଙ୍କଠାରୁ ପଦବୀ ଛଡାଇବା ସହ କ୍ୟାବିନେଟରେ ତାଙ୍କ ରାଙ୍କ ଖସାଇଛନ୍ତି ।

ତେବେ ଚିଠିରେ ଲେଖିଥିଲେ କି ବର୍ତ୍ତମାନର ସଙ୍କଟ ସମୟରେ ଦେଶବାସୀ ସହଯୋଗର ହାତ ବଢାଇବା ସହ ସମସ୍ତ ସରକାରୀ ନିୟମ କାନୁନକୁ କଡାକଡି ଭାବେ ମାନୁଛନ୍ତି । ଏମିତିରେ ଏପରି ନିୟମ ଉଲ୍ଲଙ୍ଘନକାରୀ କାର୍ଯ୍ୟକଳାପ ଅନେକଙ୍କୁ ବ୍ୟକ୍ତିଗତସ୍ତରରେ ମର୍ମାହତ କରିଛି । ପରିଣାମ ସ୍ବରୂପ ସେ ଅନେକ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ତେବେ ତାଙ୍କର ଏହି ଭୁଲର ଶାସ୍ତି ଇସ୍ତଫା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.