ୱେଲିଂଟନ: ସାରା ବିଶ୍ବ କୋରୋନା ସଂକ୍ରମଣରେ ବ୍ରେକ ଦେଇ ପାରୁନଥିବା ବେଳେ, ନ୍ୟୁଜିଲାଣ୍ଡ ଏଥରେ ସଫଳ ହୋଇଛି । ଦେଶରେ କୋରୋନା ଲଢେଇ ପାଇଁ କଡାକଡି ଲକଡାଉନର ପାଳନ ପରେ କୋରୋନାର ପ୍ରଭାବ କମିଥିବା ଦେଖାଯାଇଥିଲା । ତେବେ ଦେଶରେ ମେ’ 18ରେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହା ପରଠାରୁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନଥିବା ସ୍ପଷ୍ଟ ହୋଇଛି ।
ସୂଚନା ମୁତାବକ ଯଦି କୌଣସି ସଂକ୍ରମଣର 28 ଦିନ ପର୍ଯ୍ୟନ୍ତ ନୂଆ ସଂକ୍ରମଣ ଚିହ୍ନଟ ହୋଇନଥାଏ ତେବେ ଏହା ସାମ୍ପ୍ରଦାୟିକ ସଂକ୍ରମଣ ନୁହେଁ ବୋଲି ଜଣା ପଡିଥାଏ । ଏଥିସହ ଆଗାମୀ ଦିନରେ ଏହାଦ୍ବାରା ସାମ୍ପ୍ରଦାୟିକ ସଂକ୍ରମଣ ହେବାର ସମ୍ଭାବନା ନଥାଏ ବୋଲି ଡାକ୍ତରମାନେ ସୂଚନା ଦେଇଛନ୍ତି । ଏହା ଅନୁଯାୟୀ ମେ’ 18ରେ ଦେଶରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କର ସଂକ୍ରମଣର 28 ଦିନ ପର୍ଯ୍ୟନ୍ତ ଯଦି କୌଣସି ସଂକ୍ରମଣ ଚିହ୍ନଟ ନହୁଏ ଏହି ଦିନକୁ ଦେଶରେ କୋରୋନା ମୁକ୍ତି ଦିବସ ଭାବେ ପାଳନ କରାଯିବ ବୋଲି ସ୍ପଷ୍ଟ କରାଯାଇଛି ।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ମୁଖପାତ୍ରଙ୍କ କହିବା ଅନୁଯାୟୀ ଜୁନ 15ରେ 28ଦିନର ଅବଧି ସରୁଥିବା ବେଳେ ଏହି ଦିନକୁ କୋରୋନ ମୁକ୍ତି ଦିବସ ଭାବେ ସାରା ଦେଶରେ ପାଳନ କରାଯିବ । ହେଲେ ଏହାର ଅର୍ଥ ଏହା ନୁହେଁ କି ଦେଶରୁ କୋରୋନା ସମ୍ପୂର୍ଣ୍ଣ ବିତାଡିତ ହୋଇଛି । ଏହାର ଅର୍ଥ ହେଉଛି ଦେଶ ବର୍ତ୍ତମାନ ସାମ୍ପ୍ରଦାୟିକ ସଂକ୍ରମଣରୁ ସୁରକ୍ଷିତ ଓ ଆଗକୁ ଯଦି କିଛି ସଂକ୍ରମଣ ଦେଖାଯାଏ ତେବେ ଏହାର ନିରାକରଣ କରାଯାଇପାରିବ ।
ତେବେ ଖୁସିର କଥା କି ନ୍ୟୁଜିଲାଣ୍ଡରେ କ୍ରମାଗତ 13 ଦିନ ଧରି କୌଣସି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇନଥିବା ଜଣାପଡିଛି ।
@IANS