ETV Bharat / international

ଲକଡାଉନ: ସମୂଦ୍ରରେ କଟିଲା 2ମାସ, ଫିଜିରେ ପହଞ୍ଚିଲେ ‘ସିଙ୍ଗାପୁର ମ୍ୟାନ’ - ଜଳରାଶିରେ 2ମାସ ବିତାଇଲେ ସିଙ୍ଗାପୁରର ବ୍ୟକ୍ତି

ଲକଡାଉନ ଅନେକଙ୍କ ପାଇଁ ସୁଖଦ ଅନୁଭୂତି ଆଣିଥିବା ବେଳେ ଏହା ଅନେକଙ୍କ ପାଇଁ ସୃ୍ଷ୍ଟି କରିଛି ନାହିଁ ନଥିବା ଅସୁବିଧା । 59 ବର୍ଷୀୟ ୱୋଙ୍ଗ ଟେଟଚୁଙ୍ଗ ସିଙ୍ଗାପୁର ବାସିନ୍ଦା ହୋଇଥିବା ବେଳେ ଲକଡାଉନ ପାଇଁ ସମୂଦ୍ର ମଧ୍ୟରେ ତାଙ୍କୁ ବିତାଇବାକୁ ପଡିଥିଲା 2 ମାସ ।

singapore man in southern fiji, singapore man rescued in fiji, singapore man spends 2 months in ocean, corona lockdown, ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ସିଙ୍ଗାପୁର ମ୍ୟାନ, ଫିଜିରେ ଉଦ୍ଧାର ହେଲେ ସିଙ୍ଗାପୁର ମ୍ୟାନ, ଜଳରାଶିରେ 2ମାସ ବିତାଇଲେ ସିଙ୍ଗାପୁରର ବ୍ୟକ୍ତି, କୋରୋନା ଲକଡାଉନ
ଲକଡାଉନ ପାଇଁ ସମୂଦ୍ରରେ ବିତିଲା 2ମାସ, ଫିଜିରେ ପହଞ୍ଚିଲେ ‘ସିଙ୍ଗାପୁର ମ୍ୟାନ’
author img

By

Published : May 6, 2020, 1:15 AM IST

ସୁଭା: ଲକଡାଉନ ଅନେକଙ୍କ ପାଇଁ ସୁଖଦ ଅନୁଭୂତି ଆଣିଥିବା ବେଳେ ଏହା ଅନେକଙ୍କ ପାଇଁ ସୃ୍ଷ୍ଟି କରିଛି ନାହିଁ ନଥିବା ଅସୁବିଧା । ନିକଟରେ ଏପରି ଏକ ଘଟଣା ଦେଖିବାକୁ ମ ମିଳିଛି ସିଙ୍ଗାପୁରର ଜଣେ ବ୍ୟକ୍ତିଙ୍କ ସହ । 59 ବର୍ଷୀୟ ୱୋଙ୍ଗ ଟେଟଚୁଙ୍ଗ ସିଙ୍ଗାପୁର ବାସିନ୍ଦା ହୋଇଥିବା ବେଳେ ଲକଡାଉନ ପାଇଁ ସମୂଦ୍ର ମଧ୍ୟରେ ତାଙ୍କୁ ବିତାଇବାକୁ ପଡିଥିଲା 2 ମାସ । ହେଲେ ଫିଜି ନୌସେନା ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାର ଭର୍ତ୍ତି କରିବା ପରେ ଏବେ ଲକଡାଉନ ଖୋଲିବା ଅପେକ୍ଷାରେ ବସିଛନ୍ତି ୱୋଙ୍ଗ ।

ଗତ ଫେବୃଆରୀ 2ରେ ୱୋଙ୍ଗ ନିଜର ଦୁଇ ବନ୍ଧୁଙ୍କ ସହ ଦକ୍ଷିଣ ପ୍ରସାନ୍ତ ମହାସାଗରରେ ଆରମ୍ଭ କରିଥିଲେ ନୌକା ବିହାର । ଉଦ୍ଦେଶ୍ୟ ଥିବା ପ୍ରଶାନ୍ତ ମହାସାଗର ଦେଇ ବିଭିନ୍ନ ଉପକୂଳବର୍ତ୍ତୀ ରାଷ୍ଟ୍ର ଭ୍ରମଣ । ହେଲେ ବିଡମ୍ବନାର କଥା କି କୋରୋନା ସଂକ୍ରମଣ ତାଙ୍କ ଏହି ଯାତ୍ରା ପାଇଁ କାଳ ସାବ୍ୟସ୍ତ ହେଲା । ୱୋଙ୍ଗଙ୍କ ସହିତ ଯାତ୍ରା କରୁଥିବା ଦୁଇ ଇଣ୍ଡୋନେସିଆନ ବନ୍ଧୁ କୋରୋନା ପାଇଁ ଫେବୃଆରୀ 28ରେ ନିଜ ରାଷ୍ଟ୍ରକୁ ଫେରିଯିବା ପରେ ୱୋଙ୍ଗଙ୍କୁ ଲାଗିଥିଲା ପ୍ରଥମ ଝଟକା । ଏହାପରେ ସେ ନିଜ ଦେଶକୁ ନଫେରି ଜଳରାଶି ଦେଇ ବିଭିନ୍ନ ରାଷ୍ଟ୍ରରେ ପହଞ୍ଚିଥିଲେ ।

ଲକଡାଉନ ମଧ୍ୟରେ ସେ ଫିଜି, ପାପୁଆ ନ୍ୟୁ ଗିନି, ସୋଲୋମୋନ ଦ୍ବୀପ ଓ ତୁଭାଲୁ ପହଞ୍ଚିଥିଲେ । ତୁଭାଲୁରେ ସେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ତାଙ୍କୁ ପ୍ରବେଶ ଅନୁମତି ମିଳିନଥିଲା । ହେଲେ ସେଠାକାର ଲୋକେ ତାଙ୍କୁ ଖାଦ୍ୟ ଯୋଗାଇଥିବା ସେ ପ୍ରକାଶ କରିଛନ୍ତି । ଏହି ଦ୍ବିତୀୟ ଝଟକା ପରେ ୱୋଙ୍ଗ ପୁଣି ଫିଜି ଫେରିଥିଲେ । 6 ଦିନ 6 ରାତିର ଯାତ୍ରା ପରେ ଏପ୍ରିଲ 28ରେ ସେ ଫିଜି ପହଞ୍ଚିଥିଲେ । ହେଲେ ଏପ୍ରିଲ 30ରେ ତାଙ୍କୁ ନୌସେନା ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା ।

ଏନେଇ ଫିଜି ସରକାର ସିଙ୍ଗାପୁରକୁ ଖବର କରିଥିଲେ । ଖବର ପାଇ ସିଙ୍ଗାପୁର ବୈଦେଶିକ ମନ୍ତ୍ରୀ ଭିଭିଆନ ବାଲାକ୍ରିଷ୍ଣନ ଫିଜି ସରକାର ଓ ନୌସେନାକୁ ଟ୍ବିଟ ଯୋଗେ ଧନ୍ୟବାଦ ଜଣାଇଥିଲେ । ସେପଟେ ଲକଡାଉନ ଖୋଲିଲେ ପୁଣି ଘରକୁ ଫେରିବେ ବୋଲି ଚାହିଁ ବସିଛନ୍ତି ୱୋଙ୍ଗ ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.