ETV Bharat / international

କିମଙ୍କ ଅଧ୍ୟକ୍ଷତାରେ ପରମାଣୁ ଯୁଦ୍ଧ ପାଇଁ ରଣନୀତି ପ୍ରସ୍ତୁତ କରୁଛି ଉତ୍ତର କୋରିଆ - ଉତ୍ତର କୋରିଆ

ପରମାଣୁ ଯୁଦ୍ଧ ପାଇଁ ରଣନୀତି ପ୍ରସ୍ତୁତ କରୁଛି ଉତ୍ତର କୋରିଆ । ଏନେଇ ଉତ୍ତର କୋରିଆ ଶାସକ କିମ ଜୋଙ୍ଗ ଉନ ଏକ ବୈଠକ କରିଥିବା ନେଇ ଚର୍ଚ୍ଚା ହେଉଛି ।

କିମଙ୍କ ଅଧ୍ୟକ୍ଷତାରେ ପରମାଣୁ ଯୁଦ୍ଧ ପାଇଁ ରଣନୀତି ପ୍ରସ୍ତୁତ କରୁଛି ଉତ୍ତର କୋରିଆ

author img

By

Published : May 24, 2020, 11:38 AM IST

ସିଓଲ: ନିକଟରେ ପୁଣି ଉତ୍ତର କୋରିଆ ଶାସକ କିମ ଜୋଙ୍ଗ ଉନ ଅନୁପସ୍ଥିତି ହେବା ନେଇ ଖବର ସାମନାକୁ ଆସିଥିଲା । ତେବେ ଏହାର ଗୋଟିଏ ଦିନ ନପୁରୁଣୁ କିମ କେନ୍ଦ୍ରୀୟ ସାମରିକ ଆୟୋଗର ଏକ ବୈଠକରେ ଅଧ୍ୟକ୍ଷତା କରିଛନ୍ତି ବୋଲି ଖବର ସାମନାକୁ ଆସିଛି । ଯେଉଁଥିରେ "ସାମଗ୍ରିକ ସଶସ୍ତ୍ର ବାହିନୀକୁ ଆହୁରି ବଢାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ସାମରିକ ପଦକ୍ଷେପ ତଥା ସାଂଗଠନିକ ତଥା ରାଜନୈତିକ ପଦକ୍ଷେପ" ଆଲୋଚନା କରାଯାଇଥିଲା ବୋଲି ରାଜ୍ୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

ଦେଶର ଆଣବିକ ଯୁଦ୍ଧ ପ୍ରତିରୋଧକୁ ଆହୁରି ବଢାଇବା ଏବଂ ସଶସ୍ତ୍ର ନିର୍ମାଣ ତଥା ବିକାଶର ସାଧାରଣ ଆବଶ୍ୟକତା ଅନୁଯାୟୀ ରଣନୀତିକ ସଶସ୍ତ୍ର ବାହିନୀକୁ ଏକ ହାଇ ଆଲର୍ଟ ଅପରେସନରେ ରଖିବା ପାଇଁ ନୂତନ ନୀତି ପ୍ରସ୍ତୁତ କରାଯାଇଥିଲା ।

ରିପୋର୍ଟ ଅନୁଯାୟୀ, କୋରିଆ ପିପୁଲ୍ସ ଆର୍ମି ଫାୟାର ଷ୍ଟ୍ରାଇକ୍ କ୍ଷମତାକୁ ଯଥେଷ୍ଟ ବୃଦ୍ଧି କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ତେବେ କିଛି ଦିନ ବ୍ୟବଧାନରେ ରାଜ୍ୟ ଗଣମାଧ୍ୟମ ସାଧାରଣତଃ କିମଙ୍କ କାର୍ଯ୍ୟକଳାପ ବିଷୟରେ ଜଣାଇଥାଏ ।

ଏଠାରେ ସୂଚନା ଥାଉ ଯେ ଏହି ମାସର ଆରମ୍ଭରେ, କିମ ଜୋଙ୍ଗ-ଉନ୍ ପ୍ରାୟ 20 ଦିନ ଅନୁପସ୍ଥିତି ପରେ ସର୍ବସାଧାରଣରେ ସାମନାକୁ ଆସିଥିଲେ । ଗତ ମାସରେ ସ୍ୱର୍ଗତ ରାଜ୍ୟ ପ୍ରତିଷ୍ଠାତା ତଥା ତାଙ୍କ ଜେଜେବାପା କିମ ଇଲ-ସୋଙ୍ଗଙ୍କ ଜନ୍ମଦିନରେ ପ୍ୟୋଙ୍ଗୟାଙ୍ଗର କୁମୁସାନ ପ୍ୟାଲେସରେ ତାଙ୍କ ଅନୁପସ୍ଥିତି ପରେ କିମଙ୍କ ଅସୁସ୍ଥତା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଏହାପରେ ସେ ଏକ ସାର କାରଖାନା ପ୍ରତିଷ୍ଠା ଦିବସରେ ସର୍ବସମ୍ମୁଖକୁ ଆସିଥିଲେ ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.