ଜେରୁସଲମ: ପୁଣି ଆଉ ଏକ ମୁଣ୍ଡ ନେଲା କୋରୋନା ନ୍ୟୁ ଭାରିଆଣ୍ଟ ଓମିକ୍ରନ(Covid-19 New Variant Omicron) । କିଛି ଦିନ ମଧ୍ୟରେ ବିଶ୍ବରେ ମୃତ୍ୟୁସଂଖ୍ୟା ୩ରେ ପହଞ୍ଚିଛି । ଇସ୍ରାଏଲରେ ପ୍ରଥମ ଓମିକ୍ରନ ସଂକ୍ରମିତ ମୃତ୍ୟୁ(Israel First Omicron Death) ଘଟିଥିବା ଜଣାପଡିଛି । ଏନେଇ ଇସ୍ରାଏଲ ସରକାରଙ୍କ ପକ୍ଷରୁ ସ୍ପଷ୍ଟ ହୋଇଛି ।
ଇସ୍ରାଏଲ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ବିବୃତ୍ତିରେ କୁହାଯାଛି ଯେ, ମୃତ ବ୍ୟକ୍ତି ଜଣକ ୬୦ ବୟସ୍କ ଥିଲେ । ସେ ଗତ ୨ ସପ୍ତାହ ହେବ ଓମିକ୍ରନରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଏଥିସହ ତାଙ୍କର ମଧ୍ୟ ପୂର୍ବରୁ ବିଭିନ୍ନ ରୋଗ ଥିଲା । ମାତ୍ର କେଉଁ ରୋଗରେ ପୀଡିତ ଥିଲେ ସେନେଇ ସ୍ପଷ୍ଟ କରାଯାଇନାହିଁ । ଅନ୍ୟପଟେ ଇସ୍ରାଏଲ ଦେଶ ତଥା ଦେଶ ବାହାରେ ବିମାନ ଚଳାଚଳକୁ ବହୁ ମାତ୍ରାରେ ସୀମିତ ରଖିଛି ଏବଂ ସଂକ୍ରମଣ ରୋକିବା ପାଇଁ ଜନସାଧାରଣଙ୍କ ଉପରେ ଅନେକ ପ୍ରତିବନ୍ଧକ ଲଗାଯାଇଛି ।
ଏହା ମଧ୍ୟ ପଢନ୍ତୁ:- ଆମେରିକାରେ ପ୍ରଥମ Omicron ଆକ୍ରାନ୍ତ ମୃତ
ପ୍ରଧାନମନ୍ତ୍ରୀ ନାଫତାଲି ବେନେଟ୍ଟ କହିଛନ୍ତି ଯେ, ବୟସ୍କ ନାଗରିକ ତଥା ଗୁରୁତର ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ଚତୁର୍ଥ ବୁଷ୍ଟର୍ ସଟ୍ ଅନୁମୋଦନକୁ ଅପେକ୍ଷା କରିଛନ୍ତି ।
ତେବେ ଚଳିତ ବର୍ଷ ପ୍ରାରମ୍ଭରେ ବ୍ୟାପକ ଟୀକାକରଣ କରିବାରେ ଇସ୍ରାଏଲ୍ ପ୍ରଥମ ଦେଶମାନଙ୍କ ମଧ୍ୟରୁ ଅନ୍ୟତମ । 9.3 ନିୟୁତ ଜନସଂଖ୍ୟା ବିଶିଷ୍ଟ ଇସ୍ରାଏଲରେ 8,200 ରୁ ଅଧିକ ବ୍ୟକ୍ତିଙ୍କର କୋରୋରେ ମୃତ୍ୟୁ ଘଟିଥିଲା । ଏହା ପ୍ରଥମ ଓମିକ୍ରନ ଜନିତ ମୃତ୍ୟୁ ଖବର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ