ETV Bharat / international

ଲକଡାଉନ କଟକଣା କୋହଳ କଲା ଅଷ୍ଟ୍ରେଲିଆ

author img

By

Published : Jun 12, 2020, 8:45 PM IST

ତୃତୀୟ ପର୍ଯ୍ୟାୟର କଟକଣା ନିୟମ ମୁତାବକ ଦେଶରେ ସାର୍ବଜନୀନ ସ୍ଥାନରେ ଜଣଙ୍କ ପିଛା 4 ବର୍ଗ ମିଟର ଜାଗା ଛାଡିବା ପାଇଁ କୁହାଯାଉଛି । ଏହି କ୍ରମରେ ଦେଶରେ ଥିବା ବଡ ବଡ ଷ୍ଟାଡିୟମର କ୍ଷମତାକୁ 40,000ରୁ 10,000କୁ କମାଇ ଦିଆଯାଇଛି ।

lockdown restriction eases in australia, lockdown update in australia, corona situation in australia, australia latest news, ଅଷ୍ଟ୍ରେଲିଆରେ ଲକଡାଉନ କଟକଣା କୋହଳ, ଅଷ୍ଟ୍ରେଲିଆରେ ଲକଡାଉନ ଅପଡେଟ, ଅଷ୍ଟ୍ରେଲିଆରେ କୋରୋନା ସ୍ଥିତି, ଅଷ୍ଟ୍ରେଲିଆ ଲାଟେଷ୍ଟ ନ୍ୟୁଜ୍‌
ଲକଡାଉନ କଟକଣା କୋହଳ ନେଇ ଅଷ୍ଟ୍ରେଲିଆରେ ଜରୁରୀ ଘୋଷଣା

କାନବେରା: ଅଷ୍ଟ୍ରେଲିଆରେ କୋରୋନା ସ୍ଥିତି ଓ ଲକଡାଉନ କୋହଳ ପ୍ରକ୍ରିୟାର ସମୀକ୍ଷା କରିବା ପାଇଁ ଶୁକ୍ରବାର ଆୟୋଜିତ ହୋଇଥିଲା ଜାତୀୟ କ୍ୟାବିନେଟ ବୈଠକ । ଏହି ବୈଠକରେ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନଙ୍କ ସମେତ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମୁଖ୍ୟମାନେ ସାମିଲ ହୋଇଥିଲେ । ସ୍ଥିତି ସମୀକ୍ଷା ପରେ ଦେଶରେ ତୃତୀୟ ପର୍ଯ୍ୟାୟରେ ଲକଡାଉନ କଟକଣା କୋହଳ କରିବା ପାଇଁ ଆଲୋଚନା ହୋଇଥିଲା ।

ତୃତୀୟ ପର୍ଯ୍ୟାୟର ନିୟମ ମୁତାବକ ଦେଶରେ ସାର୍ବଜନୀନ ସ୍ଥାନରେ ଜଣଙ୍କ ପିଛା 4 ବର୍ଗ ମିଟର ଜାଗା ଛାଡିବା ପାଇଁ କୁହାଯାଉଛି । ଏହି କ୍ରମରେ ଦେଶରେ ଥିବା ବଡ ବଡ ଷ୍ଟାଡିୟମର କ୍ଷମତାକୁ 40,000ରୁ 10,000କୁ କମାଇ ଦିଆଯାଇଛି । ସେପଟେ ଦେଶରେ ଲକଡାଉନ କାରଣରୁ ବନ୍ଦ ପଡିଥିବା କ୍ରୀଡା ଅଭ୍ୟାସ କ୍ଷେତ୍ରଗୁଡିକୁ ସ୍ବତନ୍ତ୍ର ସୁରକ୍ଷା ନିୟମ ସହ ପୁଣି ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ପ୍ରଧାନମନ୍ତ୍ରୀ ମୋରିସନ ବିସ୍ତୃତ ସୂଚନା ଦେଇ କହିଛନ୍ତି କି ଦେଶରେ ଲୋକଙ୍କୁ ବର୍ତ୍ତମାନ ବାହାରକୁ ବାହାରିବାର ଅନୁମତି ଅଛି । ହେଲେ ଏଥିପାଇଁ ଲୋକଙ୍କ ସାମାଜିକ ଦୂରତା ପ୍ରତି ବିଶେଷ ଧ୍ୟାନ ଦେବାକୁ ହେବ । ସେହିପରି ଲକଡାଉନ ପରେ ଖୋଲୁଥିବା ସ୍ପୋର୍ଟସ କମ୍ପ୍ଲେକ୍ସ ଗୁଡିକରେ ମଧ୍ୟ ସାମାଜିକ ଦୂରତା ବଜାୟ ରଖିପାରିବା ଭଳି ବ୍ୟବସ୍ଥା ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ରହିଛି । ଦେଶରେ ତିନି ସ୍ତରରେ ଲକଡାଉନ କୋହଳ ହେବାର ଯୋଜନା ରହିଥିବା ବେଳେ ଜୁଲାଇ ସୁଦ୍ଧା ଦେଶରେ ସ୍ଥିତି ସ୍ବାଭାବିକ ହେବା ନେଇ ଆଶା ରହିଛି ।

ସୂଚନା ମୁତାବକ ଅଷ୍ଟ୍ରେଲିଆରେ ବର୍ତ୍ତମାନ ସୁଦ୍ଧା 7285 ଜଣ ଆକ୍ରାନ୍ତ ରହିଛନ୍ତି ଓ 102 ଜଣଙ୍କ ମୃତ୍ୟୁ ହୋଇ ସାରିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.