ETV Bharat / international

ପ୍ରସିଦ୍ଧ ହଜ୍‌ ଯାତ୍ରା ପାଇଁ ସାଉଦି ଅଭିମୁଖେ ଆଞ୍ଚଳିକ ତୀର୍ଥଯାତ୍ରୀ - ସାଉଦିରେ ହଜ୍‌ ପ୍ରସ୍ତୁତି

ଆଉ ଦିନକ ପରେ ଆରମ୍ଭ ହେବ ପ୍ରସିଦ୍ଧ ହଜ୍‌ ଯାତ୍ରା । ଚଳିତବର୍ଷ କୋରୋନା ସଂକ୍ରମଣକୁ ନଜରରେ ରଖି ତୀର୍ଥଯାତ୍ରୀଙ୍କ ସଂଖ୍ୟା ନିୟନ୍ତ୍ରିତ କରାଯାଇଛି । ଏମାନଙ୍କ ମଧ୍ୟରେ ସାଉଦି ଆରବର ବିଭିନ୍ନ ସହରରୁ ସାମିଲ ହେବାକୁ ଥିବା ତୀର୍ଥ ଯାତ୍ରୀ ତୀର୍ଥ ସ୍ଥଳରେ ପହଞ୍ଚିବା ଆରମ୍ଭ କରିଛନ୍ତି ।

hajj, hajj in saudi arabia, preparations for hajj in saudi, hajj 2020, ହଜ୍‌ ଯାତ୍ରା, ସାଉଦି ଆରବରେ ହଜ୍‌ ଯାତ୍ରା, ସାଉଦିରେ ହଜ୍‌ ପ୍ରସ୍ତୁତି, ହଜ୍‌ ଯାତ୍ରା 2020
ପ୍ରସିଦ୍ଧ ହଜ୍‌ ଯାତ୍ରା ପାଇଁ ସାଉଦି ଅଭିମୁଖେ ଆଞ୍ଚଳିକ ତୀର୍ଥଯାତ୍ରୀ
author img

By

Published : Jul 27, 2020, 6:13 AM IST

ରିୟାଦ: ଆଉ ଦିନକ ପରେ ଆରମ୍ଭ ହେବ ପ୍ରସିଦ୍ଧ ହଜ୍‌ ଯାତ୍ରା । ଚଳିତବର୍ଷ କୋରୋନା ସଂକ୍ରମଣକୁ ନଜରରେ ରଖି ତୀର୍ଥଯାତ୍ରୀଙ୍କ ସଂଖ୍ୟା ନିୟନ୍ତ୍ରିତ କରାଯାଇଛି । କେତେକ ହାତ ଗଣତି ତୀର୍ଥଯାତ୍ରୀ ଚଳିତ ଥର ଯାତ୍ରାରେ ସାମିଲ ହେବା ନେଇ ଜଣା ପଡିଛି । ଏମାନଙ୍କ ମଧ୍ୟରେ ସାଉଦି ଆରବର ବିଭିନ୍ନ ସହରରୁ ସାମିଲ ହେବାକୁ ଥିବା ତୀର୍ଥ ଯାତ୍ରୀ ତୀର୍ଥ ସ୍ଥଳରେ ପହଞ୍ଚିବା ଆରମ୍ଭ କରିଛନ୍ତି ।

ଗତ ଶନିବାରଠାରୁ ସ୍ଥାନୀୟ 5ଟି ସହରରୁ ତୀର୍ଥଯାତ୍ରୀ ଜେଦାହସ୍ଥିତ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି । ଏନେଇ ହଜ୍‌ ଓ ଉମରାହ ମନ୍ତ୍ରଣାଳୟର ସୂଚନ ମୁତାବକ ଶନିବାର ମେଦିନା, ରିୟାଦ, ଆଭା, ତାବୁକ ଓ ଜଜାନରୁ ତୀର୍ଥଯାତ୍ରୀ ବିମାନବନ୍ଦରରେ ପହଞ୍ଚିଥିଲେ । ଏମାନଙ୍କ ପାଇଁ କଡାକଡି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସେପଟେ ଚଳିତବର୍ଷର ମହାମାରୀ ସ୍ଥିତି ପାଇଁ କେବଳ ସ୍ଥାନୀୟ ତୀର୍ଥଯାତ୍ରୀଙ୍କ ମଧ୍ୟରେ ହଜ୍‌ ଯାତ୍ରା ଆୟୋଜନ ନେଇ ନିଷ୍ପତ୍ତ ହୋଇଥିଲା । ଏହି ନିଷ୍ପତ୍ତି ମୁତାବକ ଦେଶରେ ଅବସ୍ଥିତ 160 ଦେଶର ନାଗରିକଙ୍କୁ ଯାତ୍ରାରେ ସାମିଲ ପାଇଁ ଅନୁମତି ମିଳିଛି ।

ତେବେ ହଜ୍‌ ଯାତ୍ରା ଆୟୋଜନ ମଧ୍ୟରେ ପୁରା ସମୟ ତୀର୍ଥଯାତ୍ରୀଙ୍କୁ ସୁରକ୍ଷାକୁ ବିଶେଷ ଧ୍ୟାନ ଦେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି । ଏନେଇ ମନ୍ତ୍ରଣାଳୟର ହଜ୍‌ ବ୍ୟାପାର ବିଭାଗୀୟ ସଚିବ ଅଲ ଶରିଫ ସୂଚନା ଦେଇଛନ୍ତି । ସେପଟେ ବର୍ତ୍ତମାନ ସୁଦ୍ଧା ସାଉଦି ଆରବରେ 264,973 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 2703 ଜଣଙ୍କ ମୃତ୍ୟୁ ରୋକର୍ଡ କରାଯାଇଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.