ୱେଲିଂଟନ: ସାରା ବିଶ୍ବ କୋରୋନା କବଳରୁ ରକ୍ଷା ପାଇବା ପାଇଁ ଅହରହ ଚେଷ୍ଟା ଜାରି ରଖିଛନ୍ତି । ଏପରିସ୍ଥଳେ ଅନେକ ରାଷ୍ଟ୍ର କୋରୋନା ସଂକ୍ରମଣ ହ୍ରାସ କରିବାରେ ସଫଳ ହେବାରେ ଲାଗିଛନ୍ତି । ନ୍ୟୁଜିଲ୍ୟାଣ୍ଡ ଏପରି କିଛି କରିବାରେ ସଫଳ ହୋଇଛି ଯାହା ଅନେକ ଦେଶ ଚାହୁଁଛନ୍ତି । ଦେଶରେ ଚାରି ଦିନ ଧରି କ୍ରମାଗତ ଭାବରେ କୋରୋନା ଭାଇରସ୍ ସଂକ୍ରମଣ ରିପୋର୍ଟରେ ହ୍ରାସ ଘଟିଛି।
ଏକ ରିପୋର୍ଟ ଅନୁଯାୟୀ, ଗୁରୁବାର ଦିନ ଦେଶ 29 ଟି ପଜିଟିଭ କେସ ରହିଥିଲା । ଏବେ ଏହା କମିବାରେ ଲାଗିଛି । ନ୍ୟୁଜିଲ୍ୟାଣ୍ଡରେ ମୋଟ କୋରୋନା ଭାଇରସ୍ ସଂକ୍ରମଣକୁ 1,239ରେ ପହଞ୍ଚାଇଛି । ଦେଶରେ ଏହି ଭାଇରସ ହେତୁ ଗୋଟିଏ ମୃତ୍ୟୁ ଘଟିଛି ଏବଂ କେବଳ 14 ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । 317 ଜଣ ଲୋକ ସୁସ୍ଥ ହୋଇ ଘରକୁ ଯାଇଛନ୍ତି ।
50 ଲକ୍ଷରୁ କମ୍ ଜନସଂଖ୍ୟା ବିଶିଷ୍ଟ ଏକ ଛୋଟ ଦ୍ବୀପ ନ୍ୟୁଜିଲ୍ୟାଣ୍ଡ ଏକ ମାସର ଲକଡାଉନ୍ ମାଧ୍ୟମରେ ଜିତିଛି । ଯାହା କେବଳ ଭାଇରସ ପରାସ୍ତ କରିବା ନୁହେଁ, ବରଂ ଏହାକୁ ଦୂର କରିବା ପାଇଁ ଲକ୍ଷ୍ୟ ରଖିଛି ।
@IANSଇନପୁଟ