ୱେଲିଂଟନ: କୋରୋନା ପ୍ରକୋପରୁ ବଞ୍ଚିପାରିନି ନ୍ୟୁଜିଲାଣ୍ଡ । ଏନେଇ ମଙ୍ଗଳବାର ପ୍ରଧାନମନ୍ତ୍ରୀ ଜାକିଣ୍ଡା ଆଡର୍ଣ୍ଣ କହିଛନ୍ତି କି ଏହା ଦେଶ ପାଇଁ ଏପର୍ଯ୍ୟନ୍ତର ସବୁଠାରୁ ଖରାପ ଦିନ । ମଙ୍ଗଳବାର ଦେଶରେ 17 ନୂଆ କୋରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଥିବା ବେଳେ ମୋଟ ସଂଖ୍ୟା 1366ରେ ପହଞ୍ଚିଛି ।
ସେପଟେ ଦେଶରେ 4ନୂଆ କୋରୋନା ମୃତ୍ୟୁ ସହ ମୋଟ ମୃତ୍ୟୁ ସଂଖ୍ୟା 9ରେ ପହଞ୍ଚିଛି । ଯାହା ଦେଶ ପାଇଁ ଅତି ଦୁଃଖର ବିଷୟ । ଏଠାରେ କହି ରଖୁ କି ନ୍ୟୁଜିଲାଣ୍ଡରେ 4 ସପ୍ତାହର କଡ଼ା ଲକଡାଉନ ଘୋଷଣା କରାଯାଇଛି । ଯାହା ଆସନ୍ତା 22 ଏପ୍ରିଲରେ ଶେଷ ହେବ । ବର୍ତ୍ତମାନ ଦେଶ 3 ସପ୍ତାହ ଲକଡାଉନ ଦେଇ ଗତି କରି ସାରିଥିବା ବେଳେ ଦେଶର ଆର୍ଥିକ ସ୍ଥିତି ଏଥିରେ ବହୁ ମାତ୍ରାରେ ପ୍ରଭାବିତ ହୋଇଛି । ଦେଶ ଅନେକ କ୍ଷତି ଦେଇ ବର୍ତ୍ତମାନ ଚାଲୁଛି । ପରିସ୍ଥିତି ଏପରି ହୋଇଛି କି ପ୍ରସିଦ୍ଧ ବର୍ଗର କିଙ୍ଗକୁ ଏବି ବିକିବା ନେଇ ଯୋଜନା ଆରମ୍ଭ ହୋଇଛି ।
ବର୍ଗର କିଙ୍ଗକୁ ଏବେ ଲକଡାଉନ ଖୋଲିବା ପର୍ଯ୍ୟନ୍ତ ଅନ୍ୟ କମ୍ପାନୀ ହାତକୁ ଟେକାଯିବା ନେଇ ଯୋଜନା ଚାଲିଛି । ଏହ ଯୋଜନା ମୁତାବକ ଲକଡାଉନ ଶେଷ ହେବା ପରେ କମ୍ପାନୀକୁ ପୁଣି ପରିଚାଳିତ କରାଯିବ । ଦେଶରେ ଲକଡାଉନକୁ ଏତେ କଡାକଡି କରାଯାଇଛି କି ସମସ୍ତ ରେସ୍ତୋରାଁ ଓ ଫାଷ୍ଟଫୁଡ ଦୋକାନ ଆଦିକୁ ଅସ୍ଥାୟୀ ଭାବେ ବନ୍ଦ କରି ଦିଆଯାଇଛି ।