ETV Bharat / international

ମୂର୍ତ୍ତି ପଛରେ ରହିଛି ଏପରି କାହାଣୀ, ଯାହାକୁ ଶୁଣିଲା ପରେ ଆପଣଙ୍କ ଉଡିଯିବ ହୋସ୍

2015ରେ ବୈଜ୍ଞାନିକମାନେ ଚୀନ୍‌ରୁ ଏକ 1000ବର୍ଷ ପୁରୁଣା ମୂର୍ତ୍ତି ପାଇଥିଲେ । କିନ୍ତୁ ପ୍ରକୃତରେ ଉକ୍ତ ମୂର୍ତ୍ତି ଭିତରେ ଏକ ବଡ କାହାଣୀ ଲୁଚି ରହିଥିଲା । ଯେଉଁ କାହାଣୀ ବୈଜ୍ଞାନିକମାନଙ୍କୁ ଜଣାପଡିବା ପରେ ସେମାନେ ଆଶ୍ଚର୍ଯ୍ୟ ହୋଇଥିଲେ ।

author img

By

Published : May 28, 2019, 12:24 AM IST

ଫାଇଲ ଫଟୋ

ବେଜିଙ୍ଗ୍: ଚାରି ବର୍ଷ ପୂର୍ବେ ଅର୍ଥାତ୍ 2015ରେ ବୈଜ୍ଞାନିକମାନେ ଚୀନ୍‌ରୁ ଏକ 1000ବର୍ଷ ପୁରୁଣା ମୂର୍ତ୍ତି ପାଇଥିଲେ । ପ୍ରଥମେ ବୈଜ୍ଞାନିକମାନଙ୍କୁ ଲାଗିଥିଲା ଏହା କେବଳ ଏକ ସାଧାରଣ ମୂର୍ତ୍ତି । କିନ୍ତୁ ପ୍ରକୃତରେ ଉକ୍ତ ମୂର୍ତ୍ତି ଭିତରେ ଏକ ବଡ କାହାଣୀ ଲୁଚି ରହିଥିଲା । ଯେଉଁ କାହାଣୀ ବୈଜ୍ଞାନିକମାନଙ୍କୁ ଜଣାପଡିବା ପରେ ସେମାନେ ଆଶ୍ଚର୍ଯ୍ୟ ହୋଇଥିଲେ ।

ତେବେ ପ୍ରଥମେ ବୈଜ୍ଞାନିକମାନେ ଉକ୍ତ ମୂର୍ତ୍ତିକୁ ନେଇ ସ୍କାନିଙ୍ଗ କରିଥିଲେ। ସ୍କାନିଙ୍ଗ କରିବା ପରେ ସେମାନେ ଯାହା ଦେଖିଥିଲେ ତାହାକୁ ସେମାନେ ସାଧାରଣରେ ବିଶ୍ବାସ କରିପାରିନଥିଲେ । ଉକ୍ତ ମୂର୍ତ୍ତି ମଧ୍ୟରେ ଏକ ମନୁଷ୍ୟ ପିଞ୍ଜରା ଥିଲା । ଏହା ଦେଖିବା ପରେ ବୈଜ୍ଞାନିକମାନେ ଗୋଟିଏ ପରେ ଗୋଟିଏ ପରୀକ୍ଷା କରିବା ଆରମ୍ଭ କରିଥିଲେ । ଯାହାଫଳରେ ସେମାନଙ୍କୁ ଉକ୍ତ ମୂର୍ତ୍ତି ପଛରେ ଲୁଚି ରହିଥିବା ପ୍ରକୃତ କାହାଣୀ ଜଣାପଡିଥିଲା।

ସୂଚନା ମୂତାବକ, 1000ବର୍ଷ ପୂରୁଣା ଉକ୍ତ ମୂର୍ତ୍ତି ମଧ୍ୟରେ ଏକ ବୌଦ୍ଧଧର୍ମୀଙ୍କ ଶବ ଥିଲା । ବୌଦ୍ଧଧର୍ମୀ ଜଣଙ୍କ ସାଧନା ଅବସ୍ଥାରେ ଥିବା ସମୟରେ ତାଙ୍କୁ ବହୁ ବର୍ଷ ଧରି ସଂରକ୍ଷିତ କରି ରଖିବା ପାଇଁ ତାଙ୍କୁ ‘‘ମମି’’ କରି ରଖିାଯାଇଥିଲା । ଏଥିରୁ ଜଣାପଡିଥିଲା ଯେ ବୌଦ୍ଧଧର୍ମୀଙ୍କ ମୃତ୍ୟୁ ପ୍ରାୟ 1100ଦଶକ ସମୟରେ ହୋଇଥିଲା । ଏଥିସହ ଅଧିକ ପରୀକ୍ଷାରୁ ଜଣାପଡିଥିଲା ଯେ, ଉକ୍ତ ବୌଦ୍ଧଧର୍ମୀଙ୍କ ମୃତ୍ୟୁ 37 ବର୍ଷ ବୟସରେ ହୋଇଥିଲା ।

ତେବେ ଏକ ସ୍ବତନ୍ତ୍ର ରିପୋର୍ଟ ମୁତାବକ, କିଛି ଲୋକ ଉକ୍ତ ବୌଦ୍ଧଧର୍ମୀଙ୍କ ଶବକୁ ସଂରକ୍ଷିତ କରି ରଖିବା ପାଇଁ ତାଙ୍କ ଶରୀରରେ ଲେପ ଲଗାଇଥିଲେ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.