ETV Bharat / international

କୋରୋନା ଯୁଦ୍ଧରେ ଅନଟ୍ରାକ ରହିଛି ଅଷ୍ଟ୍ରେଲିଆ

author img

By

Published : May 29, 2020, 7:46 PM IST

କୋରୋନା ମୁକାବିଲାରେ ଅଷ୍ଟ୍ରେଲିଆ ନିଜ ସ୍ଥିତି ସୁଦୃଢ ରଖିବା ସହ ବୀରତ୍ବର ସହ ଲଢେଇରେ ଆଗେଇ ଚାଲିଛି । ଏନେଇ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ । ଶୁକ୍ରବାର ଜାତୀୟ କ୍ୟାବିନେଟ ବୈଠକ ପରେ ମୋରିସନ କହିଛନ୍ତି କି ଭାବନାଠାରୁ ଢେର ଭଲ ସ୍ଥାନରେ ରହିଛି ଦେଶ ।

corona in australia, corona update, coronavirus news, corona fight in australia, ଅଷ୍ଟ୍ରେଲିଆରେ କୋରୋନା, କୋରୋନା ଅପଡେଟ, କୋରୋନା ଭାଇରସ ନ୍ୟୁଜ୍‌, ଅଷ୍ଟ୍ରେଲିଆରେ କୋରୋନା ମୁକାବିଲା
କୋରୋନା ଯୁଦ୍ଧରେ ଅନ ଟ୍ରାକ ରହିଛି ଅଷ୍ଟ୍ରେଲିଆ

କାନବେରା: କୋରୋନା ମୁକାବିଲାରେ ଅଷ୍ଟ୍ରେଲିଆ ନିଜ ସ୍ଥିତି ସୁଦୃଢ ରଖିବା ସହ ବୀରତ୍ବର ସହ ଲଢେଇରେ ଆଗେଇ ଚାଲିଛି । ଏନେଇ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ । ଶୁକ୍ରବାର ଜାତୀୟ କ୍ୟାବିନେଟ ବୈଠକ ପରେ ମୋରିସନ କହିଛନ୍ତି କି ଭାବନାଠାରୁ ଢେର ଭଲ ସ୍ଥାନରେ ରହିଛି ଦେଶ । ଜାନୁଆରୀ ମାସରେ କୋରୋନା ବିପତ୍ତି ଆରମ୍ଭ ହୋଇଥିବା ବେଳେ ଦେଶର ସ୍ଥିତି ନେଇ ଯାହା ଆକଳନ କରାଯାଇଥିଲା ସେ ତୁଳନାରେ ଦେଶବାସୀଙ୍କ ସହଯୋଗ ଓ ସଠିକ୍‌ ସମୟରେ ସଠିକ୍‌ ପଦକ୍ଷେପ ଯୋଗୁଁ ଦେଶ ବହୁତ ଭଲ ସ୍ଥାନରେ ରହିଛି ।

ତେବେ ଏହାର ଅର୍ଥ ନୁହେଁ କି ଦେଶ କୋରୋନାରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇଛି । ଏପରି ଭାବି ଲୋକେ ଯଦି ଆବଶ୍ୟକ ପଦକ୍ଷେପ ନନେବେ ତେବେ ପୁଣି ଥରେ ପୂର୍ବ ଭଳି ମାରାତ୍ମକ ସ୍ଥିତି ଉପୁଜିବ ଏଥିରେ ସନ୍ଦେହ ନାହିଁ । ସେପଟେ ଏପରି ସମୟରେ ଦେଶରେ ଉଭୟ ଆର୍ଥିକ ଓ ସ୍ବାସ୍ଥ୍ୟଗତ ସମାନତା ବଜାୟ ରଖିବା ଅତି କଷ୍ଟକର ହୋଇପଡିଥିବା ମୋରିସନ ପ୍ରକାଶ କରିଛନ୍ତି ।

ଦୈନିକ ରେପୋରଟ ଦେଇ ମୋରିସନ କହିଛନ୍ତି କି ଦେଶରେ ପ୍ରତିଦିନ 30,000 ଟେଷ୍ଟ କରାଯାଉଛି । ଯେଉଁଥିରୁ ମାତ୍ର 0.05 ପ୍ରତିଶତ ପଜିଟିଭି ଚିହ୍ନଟ ହେଉଛନ୍ତି । ସେପଟେ ବର୍ତ୍ତମାନ ଦେଶରେ ଭେଣ୍ଟିଲେଟରର ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇ 2ରେ ପହଞ୍ଚିଥିବା ଜଣା ପଡିଛି । ଦେଶରେ ଏବେ ମୋଟ 7100 ଆକ୍ରାନ୍ତ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା 103ରେ ପହଞ୍ଚିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.