ETV Bharat / international

ଆତ୍ମସମର୍ପଣ କଲେ 241 ଆଇଏସ ଆତଙ୍କୀ - ଆଇଏସର ଆତଙ୍କବାଦୀ କଲେ ଆତ୍ମସମର୍ପଣ

ଶନିବାର ଆଫଗାନିସ୍ତାନରେ 241 ଜଣ ଆଇଏସ ଆତଙ୍କବାଦୀ ଆତ୍ମସମର୍ପଣ କରିଛନ୍ତି । ଅଧିକ ପଢନ୍ତୁ...

ଫାଇଲ ଫଟୋ
author img

By

Published : Nov 17, 2019, 10:08 PM IST

କାବୁଲ: ଗତ ମାସରେ ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ (ଆଇଏସ)ର ମୁଖିଆ ଅବୁ ବକର ଅଲ ବାଗଦାଦି ନିପାତ ହୋଇଛି । ଏହାପରେ କ୍ରମଶଃ ଏହି ଦୁର୍ଦ୍ଦଶ ଆତଙ୍କବାଦୀ ସଂଗଠନ ଦୁର୍ବଳ ହେବାରେ ଲାଗିଛି । ଶନିବାର ଆଫଗାନିସ୍ତାନରେ 241 ଜଣ ଆଇଏସ ଆତଙ୍କବାଦୀ ଆତ୍ମସମର୍ପଣ କରିଛନ୍ତି ।

ଶନିବାର ଆଫଗାନିସ୍ତାନ ସେନା ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତିରେ ଏହି ସୂଚନା ପ୍ରଦାନ କରାଯାଇଛି । ଗତ ତିନି ଦିନ ମଧ୍ୟରେ ଆଇଏସର ମୋଟ 241 ଜଣ ସଦସ୍ୟ ସେନା ନିକଟରେ ଆତ୍ମସମର୍ପଣ କରିଛନ୍ତି । ଓଚିନ୍‌ ଓ ମୋହମନ ଡେରା ଜିଲ୍ଲାରେ ସକ୍ରିୟ ଏହି ସମସ୍ତ ଆତଙ୍କବାଦୀ ସେନା ନିକଟରେ ନିଜ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି ।

ଆତ୍ମସମର୍ପଣ କରିଥିବା ସଦସ୍ୟଙ୍କ ମଧ୍ୟରେ 71 ଜଣ ପୁରୁଷ, 63 ମହିଳା ଓ 107 ଶିଶୁ ସାମିଲ ରହିଛନ୍ତି । ବିଗତ କିଛି ବର୍ଷ ମଧ୍ୟରେ ପୂର୍ବ ଆଫଗାନିସ୍ତାନ ଅସ୍ତ୍ରତ୍ୟାଗ କରି ମୁଖ୍ୟସ୍ରୋତରେ ସାମିଲ ହେବା ଆତଙ୍କୀଙ୍କ ଏହା ସବୁଠାରୁ ବଡ ସଂଖ୍ୟା ବୋଲି ସେନା ପକ୍ଷରୁ ସୂଚନା ଦିଆଯାଇଛି ।

sample description
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.