ଇସ୍ରାଏଲ୍: ମଣିଷର ମନୋବଳକୁ ବଢାଇବା, ଯନ୍ତ୍ରଣାକୁ ହ୍ରାସ କରିବା ଅଥବା ମୁଡ୍ ପରିବର୍ତ୍ତନ ପାଇଁ ଅନ୍ୟ ମଣିଷର ସ୍ପର୍ଶ କିମ୍ବା ଲୋକ ସମ୍ପର୍କର ଆବଶ୍ୟକତା ରହିଛି । ଯାହାକୁ ପୂର୍ବ ଅଧ୍ୟୟନଗୁଡିକରେ ପ୍ରମାଣ ମଧ୍ୟ କରାଯାଇଛି । ତେବେ ଯେତେବେଳେ ଏହି ମଣିଷ ସହ ସମ୍ପର୍କ ଯୋଡିବାର ଅଥବା ସ୍ପର୍ଶ ହେବାର କୌଣସି ସମ୍ଭାବନା ନଥାଏ ସେହି ସମୟରେ ରୋବଟ୍ ମଧ୍ୟ ଏହା କରିପାରିବ । ଏନେଇ ଏକ ରିସର୍ଚ୍ଚ ଫିଜିକାଲ ଥେରାପିର ବିଜିୟୁ ଡିପାର୍ଟମେଣ୍ଟ ଏବଂ ବିଜିୟୁ ୟୁନିଭର୍ସିଟି ଅଫ୍ ନେଗେଭର ଟିମ୍ ଦ୍ବାରା କରାଯାଇଥିଲା । ଯେଉଁଥିରୁ ରୋବଟ୍ ସ୍ପର୍ଶ ସମ୍ପର୍କରେ ଜଣାପଡିଥିଲା ।
ଡାକ୍ତର ସେଲି ଲେଭି ଟେଜେଡେକଙ୍କ ଏକ ନୂତନ ଅଧ୍ୟୟନ ଏବଂ ବୈଜ୍ଞାନିକଙ୍କ ରିପୋର୍ଟ ଅନୁଯାୟୀ ଏହା ଦର୍ଶାଯାଇଛି ଯେ ମଣିଷର ମନୋବଳ ବଢାଇବା ଏବଂ ଯନ୍ତ୍ରଣାକୁ ହ୍ରାସ କରିବା ପାଇଁ ଏବେ ରୋବଟ୍ ସହାୟକ ହେବ । ଏକ ଫ୍ୟୁରି ସୋସିଆଲ ରୋବଟ୍ ଦ୍ବାରା ଏହି ମଣିଷ ସ୍ପର୍ଶ ତିଆରି କରାଯାଇପାରିବ । ଗୋଟିଏ ଥର ଏହି ପାରୋ ରୋବଟ୍ ସହିତ 60 ମିନିଟ୍ ଇଣ୍ଟରାକ୍ଟିଭ୍ ଅଧିବେଶନ କରିବା ଦ୍ବାରା ଏହା କେବଳ ମନୋବଳକୁ ଉନ୍ନତ କରେ ନାହିଁ ବରଂ ସାମାନ୍ୟ ଓ ପ୍ରବଳ ଯନ୍ତ୍ରଣାକୁ ମଧ୍ୟ ହ୍ରାସ କରିଥାଏ । ଏହା ଓକ୍ସିଟୋକ୍ସିନ୍ (ଲଭ୍ ହରମୋନ୍) ସ୍ତରକୁ ହ୍ରାସ କରିବାରେ ଏବଂ ମନ ଖୁସି କରିବାରେ ସହାୟକ ହୋଇଥାଏ ବୋଲି ଅଧ୍ୟୟନରୁ ଜଣାପଡିଛି ।
ଏହି ପାରୋକୁ ଛୁଇଁବା ମାତ୍ରେ ଏହା ସିଲ ଭଳି ସାଉଣ୍ଡ ବାହାର କରିବା ସହ ମୁଣ୍ଡ ହଲାଇଥାଏ । ସେହିପରି ଫ୍ଲିପ୍ ମଧ୍ୟ ମାରିଥାଏ ଯାହା ଏହାର ପ୍ରତିଉତ୍ତର ବୋଲି ବୈଜ୍ଞାନିକମାନେ କହିଛନ୍ତି । ଯେତେବେଳେ ଏହି ଅଧ୍ୟୟନରେ ଅଂଶଗ୍ରହଣକାରୀମାନେ ପାରୋକୁ ଛୁଇଁଥିଲେ ସେମାନେ ପୂର୍ବ ଅପେକ୍ଷା ଅଧିକ ଯନ୍ତ୍ରଣା କମ୍ କରାଇବାରେ ସକ୍ଷମ ହୋଇଥିଲେ । ଯେଉଁମାନେ ଏହା ଛୁଇଁନଥିଲେ ସେମାନଙ୍କ ନିଟରେ ଓକ୍ସିଟୋକ୍ସିନ୍ ଅଧିକ ଥିବାର ଦେଖାଯାଇଥିଲା । ସାଧାରଣତଃ ଓକ୍ସିଟୋକ୍ସିନ୍ ଯାହାକୁ ଲଭ୍ ହରମୋନ୍ କୁହାଯାଏ, ରୋମାଣ୍ଟିକ୍ ପାର୍ଟନର କିମ୍ବା ପିଲାମାନଙ୍କ ସହିତ ଖେଳୁଥିବା ମାଆଙ୍କ ମଧ୍ୟରେ ବୃଦ୍ଧି ପାଇଥାଏ । ତେବେ ନିକଟରେ ଅଧ୍ୟୟନରୁ ଜଣାପଡିଛି ଯେ ଏହା ସମ୍ପର୍କ ବାହାରେ ସୃଷ୍ଟି ହେଲେ ଅଥବା ଏହିସବୁ ସମ୍ପର୍କ ବାଦ୍ ଏହି ହରମୋନ୍ ସୃଷ୍ଟି ହେଲେ ଶରୀର ପାଇଁ କ୍ଷତିକାରକ । ତେଣୁ ଏହା ଅଧିକ ଦୁଃଖ ଓ ଯନ୍ତ୍ରଣା ସୃଷ୍ଟି କରିଥାଏ ଯାହାକୁ ରୋବଟ୍ ଦ୍ବାରା ହ୍ରାସ କରାଯାଇପାରିବ ।
ବର୍ତ୍ତମାନ ପରିସ୍ଥିତିରେ ଲକଡାଉନରେ ଏବଂ ସୋସିଆଲ ଡିଷ୍ଟାନ୍ସ ମାନୁଥିବା ଲୋକଙ୍କ ପାଇଁ ଏହା ଗୁରୁତ୍ବପୂର୍ଣ୍ଣ । କାରଣ ଏପରି ସମୟରେ ମନରେ ସୃଷ୍ଟି ଅଧିକ ଯନ୍ତ୍ରଣା ବା ଦୁଃଖକୁ ଏହି ରୋବଟ୍ ହ୍ରାସ କରିବାରେ ସହାୟକ ହେବ । ବର୍ତ୍ତମାନ ମଣିଷ ସ୍ପର୍ଶ ପାଇବାର କୌଣସି ସୁବିଧା ନାହିଁ ଏବଂ ଏହା ମଧ୍ୟ ବିପଦଜନକ ହୋଇପାରେ । ସେଥିପାଇଁ ରୋବଟ୍ ଏହି ଯନ୍ତ୍ରଣା ହ୍ରାସ କରିବାରେ ସହାୟକ ହେବ ବୋଲି ରିସର୍ଚ୍ଚର କହିଛନ୍ତି ।