ଦୁବାଇ: ସାରା ବିଶ୍ବରେ କୋରୋନା ଆତଙ୍କ ଜାରି ରହିଛି । ଏପରିସ୍ଥଳେ ଅନେକ ମଧ୍ୟ କୋରୋନା ଯୁଦ୍ଧରେ ବିଜୟ ଲାଭ କରୁଛନ୍ତି । କୋରୋନା ପ୍ରତିଶେଧକ ବାହାରିନଥିଲା ବେଳେ କୋରୋନା କବଳରୁ ରକ୍ଷା ପାଇବା ଖବର ସମସ୍ତଙ୍କ ପାଇଁ ଏକ ଆଶରା ଆଲୋକ । ଏପରିସ୍ଥଳେ ଗତ ସପ୍ତାହରେ କୋରୋନାଭାଇରସକୁ ପରାସ୍ତ କରି ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ଦୁବାଇରେ ଜଣେ ଚାରି ବର୍ଷର ଭାରତୀୟ ଶିଶୁ କନ୍ୟା । ଏହାସହ ସେ ଦେଶରେ ଏତେ କମ ବୟସରେ କୋରୋନାକୁ ପରାସ୍ତ କରିବା ପ୍ରଥମ ଘଟଣା ପାଲଟିଛି ।
ଏକ ନ୍ୟୁଜ୍ ରିପୋର୍ଟରେ ଦର୍ଶାଯାଇଛି ଯେ ଶିବାନୀ ନାମକ ଏହି ବାଳିକାକୁ 1 ଏପ୍ରିଲରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । 20 ଦିନ ପରେ, ଏପ୍ରିଲ 20 ତାଙ୍କୁ ଅଲ ଫାଟାଇଟିମ୍ ହେଲ୍ଥ ହବ୍ର ମେଡିକାଲରୁ ଡିସଚାର୍ଜ କରାଯାଇଥିଲା ।
ଶିବାନୀଙ୍କୁ ତାଙ୍କ ମା’ଙ୍କ ମାଧ୍ୟମରେ କୋରୋନାଭାଇରସ୍ ସଂକ୍ରମଣ ହୋଇଥିଲା, ଯିଏ ଜଣେ ଜଣେ ସ୍ବାସ୍ଥ୍ୟ କର୍ମୀ ଏବଂ ସେ ନିଜେ ମାର୍ଚ୍ଚରେ ଅସୁସ୍ଥ ହୋଇଥିଲେ ।
ତାଙ୍କ ମାଙ୍କର ଏବେ ଲଗାତାର 2ଥର କୋରୋନା ରିପୋର୍ଟ ନେଗେଟିଭ ଆସିଛି । ଏବେ ସେ ଡାକ୍ତରଖାନାରେ ରହିଛନ୍ତି , ଖୁବ୍ ଶୀଘ୍ର ତାଙ୍କୁ ଡିସଚାର୍ଜ କରାଯିବ ବୋଲି କୁହାଯାଉଛି ।
@IANS