ETV Bharat / international

ବାଗଦାଦ ବିମାନବନ୍ଦରରେ 3 ରକେଟ ମାଡ, 4 ଗାଡି ନଷ୍ଟ

ଇରାକରେ ଥମିବାର ନାମ ନେଉନାହିଁ ଆତଙ୍କି କାର୍ଯ୍ୟକଳାପ । ଏମିତିରେ ରବିବାର ବାଗଦାଦର ବିମାନବନ୍ଦରରେ 3ଟି ରକେଟ ମାଡ ହୋଇଥିବା ଜଣାପଡିଛି । ଏହାଦ୍ବାରା ବିମାନବନ୍ଦରରେ ଥିବା 4ଟି ଗାଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଜଣାପଡିଛି ।

author img

By

Published : Sep 7, 2020, 2:21 PM IST

rocket strikes baghdad airport, rocket strike, rocket strike in iraq, ବାଗଦାଦ ବିମାନବନ୍ଦରରେ ରକେଟ ମାଡ, ରକେଟ ମାଡ, ଇରାକରେ ରକେଟ ମାଡ
ବାଗଦାଦ ବିମାନବନ୍ଦରରେ 3 ରକେଟ ମାଡ, 4 ଗାଡି ନଷ୍ଟ

ବାଗଦାଦ: ଇରାକରେ ଥମିବାର ନାମ ନେଉନାହିଁ ଆତଙ୍କି କାର୍ଯ୍ୟକଳାପ । ଏମିତିରେ ରବିବାର ବାଗଦାଦର ବିମାନବନ୍ଦରରେ 3ଟି ରକେଟ ମାଡ ହୋଇଥିବା ଜଣା ପଡିଛି । ଏହାଦ୍ବାରା ବିମାନବନ୍ଦରରେ ଥିବା 4ଟି ଗାଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଜଣାପଡିଛି । ଏହି ରକେଟ ଗୁଡିକ କାତ୍ୟୁସା ରକେଟ ହୋଇଥିବା ନେଇ ସୂଚନା ଦେଇଛି ଇରାକ ସେନା । ରବିବାର ସନ୍ଧ୍ୟାରେ ଏହି ଆକ୍ରମଣ ହୋଇଥିବାବେଳେ ରକେଟ ଗୁଡିକ ବାଗଦାଦର ପଶ୍ଚିମାଞ୍ଚଳରେ ଥିବା ଆବୁ ଘାରିବ ଅଞ୍ଚଳରୁ ମାଡ ହୋଇଥିବା ଅନୁମାନ କରାଯାଉଛି ।

ଏନେଇ ଇରାକୀ ଜଏଣ୍ଟ ଅପରେସନ କମାଣ୍ଟ (ଜେଓସି) ବୟାନ ଜାରି କରିଛି । ତେବେ ମାଡ ହୋଇଥିବା 3ଟି ରକେଟ ମଧ୍ୟରୁ ଗୋଟିଏ ବିମାନବନ୍ଦରର କାର ପାର୍କିଂରେ ବାଜିଥିଲା । ଏଥିରେ 4ଟି ଗାଡି ନଷ୍ଟ ହୋଇଥିବା ଦେଖାଯାଇଥିଲା । ହେଲେ ଘଟଣାରେ କୌଣସି ମୃତାହତର ସୂଚନା ରହିନାହିଁ । ସେପଟେ ଏହି ଆକ୍ରମଣ ପଛରେ କୌଣସି ସଂସ୍ଥା ବର୍ତ୍ତମାନ ସୁଦ୍ଧା ଦୋଷ ସ୍ବୀକାର କରିନାହାଁନ୍ତି ।

ତେବେ ଇରାକରେ ଏପରି ଆକ୍ରମଣରେ ମୁଖ୍ୟତଃ ଆମେରିକୀୟ ଟ୍ରୁପ ଓ ବାଗଦାଦ ବିମାନବନ୍ଦର, ଇରାକୀ ସେନା ଓ ଗ୍ରୀନ ଜୋନରେ ଥିବା ଆମେରିକୀୟ ଦୂତାବାସକୁ ଟାର୍ଗେଟ କରାଯାଉଥିବା ଦେଖାଯାଉଛି । ଏହାପଛରେ କାରଣ ଏବେ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.