ETV Bharat / international

ଗାଜା ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ, 22 ମୃତ

author img

By

Published : May 11, 2021, 3:43 PM IST

ଇସ୍ରାଏଲର ଆକ୍ରମଣରେ ଗାଜାରେ 22 ଜଣଙ୍କର ମୃତ୍ୟୁ ହୋଇଛି । ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ସଂଘର୍ଷ ଏବେ ଚରମରେ ପହଞ୍ଚିଛି । ଅଧିକ ପଢନ୍ତୁ...

ଗାଜା ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ, 22 ମୃତ
ଗାଜା ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ, 22 ମୃତ

ଜେରୁଜେଲମ: ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ସଂଘର୍ଷ ଏବେ ଚରମରେ ପହଞ୍ଚିଛି । ପାଲେଷ୍ଟାଇନର ଉଗ୍ରବାଦୀମାନେ ଗାଜା ଆଡୁ ଇସ୍ରାଏଲ ଉପରେ କରୁଛନ୍ତି ରକେଟ ମାଡ । ତେବେ ଏହାର ପାଲଟା ଜବାବରେ ଇସ୍ରାଏଲର ସୁରକ୍ଷା ବାହୀନି ମଧ୍ୟ ମଙ୍ଗଳବାର ଗାଜା ଉପରେ କରିଛନ୍ତି ଏୟାର ଷ୍ଟ୍ରାଇକ ।

ଇସ୍ରାଏଲର ଆକ୍ରମଣରେ ଗାଜାରେ 22 ଜଣଙ୍କର ମୃତ୍ୟୁ ହୋଇଛି । ଗତ 24 ଘଣ୍ଟାରେ ଜେରୁଜେଲମ ଓ ୱେଷ୍ଟ ବ୍ୟାଙ୍କ୍‌ ଅଞ୍ଚଳରେ ଇସ୍ରାଏଲ ସୁରକ୍ଷାକର୍ମୀଙ୍କ ସହ ସଂଘର୍ଷରେ 700ରୁ ଊର୍ଦ୍ଧ୍ବ ପାଲେଷ୍ଟାଇନ ନାଗରିକ ଆହତ ହୋଇସାରିଲେଣି ।

ଇସ୍ରାଏଲ ସେନାର କହିବାନୁଯାୟୀ, ମଙ୍ଗଳବାର ସକାଳେ ହୋଇଥିବା ରକେଟ ଆକ୍ରମଣରେ 6 ଜଣ ପ୍ରାଣ ହରାଇଛନ୍ତି । ହିଂସା କାରଣରୁ ଜେରୁଜେଲମ ଉପରେ ଉଭୟ ଇସ୍ରାଏଲ ଓ ପାଲେଷ୍ଟାଇନ ନିଜ ନିଜର ଦାବି ଜାହିର କରୁଛନ୍ତି ।

ନିକଟ ଅତୀତରେ ପାଲେଷ୍ଟାଇନ ପ୍ରଦର୍ଶନକାରୀ ଏବଂ ଇସ୍ରାଏଲ ପୋଲିସ ମଧ୍ୟରେ ତିକ୍ତତା ଯୋଗୁଁ ଜେରୁଜେଲମରେ ଉତ୍ତେଜନା ବୃଦ୍ଧି ପାଇଛି। ରାତାରାତି ଗାଜାରୁ ଇସ୍ରାଏଲ ଉପରେ ଅନେକ ରକେଟ୍ ମାଡ ହେବା ପରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ବରିଷ୍ଠ ସୁରକ୍ଷା ଅଧିକାରୀଙ୍କୁ ଭେଟିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.