ଜେନିଭା: ସାରା ବିଶ୍ବ ମହାମାରୀର ଯନ୍ତ୍ରଣା ମଧ୍ୟରେ ଛଟପଟ ହେଉଛି । ଯାହାକୁ ନେଇ ଏବେ ସାମାଜିକ ଠାରୁ ଆରମ୍ଭ ଦୈନନ୍ଦିନ ଜୀବନ ବିପନ୍ନ ବିଚ୍ଛିନ୍ନ। ଘ଼ଡିକ ମଧ୍ୟରେ ବଦଳିଯାଇଛି ପରିବେଶ ଓ ପରିସ୍ଥିତି। ଉପାୟଶୂନ୍ୟ ଓ ଉଦବେଗଜନକ ସ୍ଥିତିରେ ବିଶ୍ବସମୂହ। ହେଲେ ଏତେ ବଡ ପରିସ୍ଥିତିର ଉତ୍ତରଦାୟୀ କିଏ ସେ ବିଷୟରେ କୌଣସି ସଠିକ୍ ପ୍ରମାଣ ମିଳିପାରି ନ।ହିଁ । ସମସ୍ତେ ଚୀନକୁ ଦୋଷ ଦେଉଥିବା ବେଳେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଚୀନର ଦୋଷକୁ ଘୋଡାଇବାରେ ବ୍ୟସ୍ତ ଥିଲା । ହେଲେ ଦିନେ ଯିଏ ଚୀନ ସପକ୍ଷରେ ଯୁକ୍ତି ବାଢୁଥିଲା ଆଜି ସେ ବି ମାନିଲା । କୋରୋନା ପାଇଁ ଚୀନ ଦାୟୀ ।
ଚୀନର ଉହାନ ମାର୍କେଟ ବା ଓଦା ବଜାର ଭାବେ ପରିଚିତ ଏହି ମାଂସ ମାର୍କେଟରୁ ହିଁ କୋରୋନା ଭାଇରସ ବ୍ୟାପିଛି ବୋଲି ଶେଷରେ ସ୍ବୀକାର କରିଛି ଡବ୍ଲ୍ୟୁଏଚଓ । ହେଲେ ଏଥିପ୍ରତି ଆହୁରି ଗବେଷଣା କରିବାର ଆବଶ୍ୟକ ବୋଲି କହିଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ।
ଆଜି ବିଶ୍ବର ଏପରି ପରିସ୍ଥିତି ପାଇଁ ସମ୍ପୂର୍ଣ୍ଣ ଭାବେ ଦାୟୀ ଚୀନ୍ । ସଠିକ ସମୟରେ ଏହି ଭାଇରସକୁ ନିଜ ଦେଶରେ ରୋକିବା ବିଫଳ ହେବା ସହ ସାରା ବିଶ୍ବବାସୀଙ୍କୁ ଚୀନ ଅନ୍ଧାରରେ ରଖିଥିଲା । ଯାହାର ପରିଣାମ ଆଜି ଭୟଙ୍କର ରୂପ ନେବା ସହ ବିଶ୍ବବ୍ୟାପୀ ରାଜନୈତକ ଓ ଅର୍ଥନୈତିକ ପୃଷ୍ଟଭୂମି ନିଶ୍ଚିହ୍ନ ହୋଇଗଲାଣି। ହେଲେ ପୂର୍ବରୁ ଚୀନର ସପକ୍ଷରେ ମତ ବାଢୁଥିବା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ବର୍ତ୍ତମାନ ପରିସ୍ଥିତିର ଚୀନକୁ ଦୋଷ ଲଦିଛି।
ଡବ୍ଲ୍ୟୁଏଚଓର ଫୁଡ ସେଫଟୀ ଜୁନାଟିକ ଭାଇରସର ବିଶେଷଜ୍ଞ ଡ.ପିଟର ବେନ ଏମ୍ବରେକ କହିଛନ୍ତି, କୋରୋନା ଭାଇରସ ବ୍ୟାପିବାର ବଡ ଭୂମିକା ହେଉଛି ଉହାନର ମାର୍କେଟ । ହେଲ ଏହା ସ୍ପଷ୍ଟ ହୋଇଛି କିପରି ଓ କେମିତି ବ୍ୟାପିଲା । କଣ ଉହାନ ବଜାରରେ ଏହାର ସ୍ରୋତ ଥିଲା । ଗତ ଜାନୁଆରୀରେ ଚୀନ ସଂକ୍ରମଣ ରୋକିବାକୁ ଉହାନ ମାର୍କେଟକୁ ବନ୍ଦ କରିଥିଲା ।
ପିଟର ଆହୁରି ମଧ୍ୟ କହିଛନ୍ତି, ଏହା ବି ସ୍ପଷ୍ଟ ନାହିଁ ଯେ, ଜୀବନ୍ତ ପଶୁ, ସଂକ୍ରମିତ ଦୋକାନୀ କିମ୍ବା ଗ୍ରାହକ ଏମାନଙ୍କ ମଧ୍ୟରୁ କିଏ ପ୍ରଥମେ ଏହି ଭାଇରସକୁ ବଜାରକୁ ଆଣିଥିଲା । ଏନେଇ ଯାଞ୍ଚ କରାଯିବ। ଚୀନ ଉପରେ ଆମେରିକା ଆଣୁଥିବା ଅଭିଯୋଗ ଉପରେ ପିଟର କିଛି ଉତ୍ତର ରଖିନାହାଁନ୍ତି ।
ମର୍ସ ଭାଇରସ ଓଟରୁ ସୃଷ୍ଟି ହେଉଥିବା ଜାଣିବା ଲାଗି ପ୍ରାୟେ ବର୍ଷେ ସମୟ ଲାଗିଥିଲା । ଏଥିରେ କୌଣସି ବିଳମ୍ବ ହୋଇନାହିଁ । ତେବେ ସମ୍ଭାବନା ଅଧିକ ରହିଛି, ଯେ ଚୀନରେ ଯାଞ୍ଚ ପାଇଁ ସମସ୍ତ ପ୍ରକାର ସାଧନ ଓ ବୃହତ ଗବେଷକ ମଧ୍ୟ ରହିଛନ୍ତି । ସମଗ୍ର ବଜାରରେ ମାଂସ ବଜାରରେ ନିୟମ ପାଳନ କରିବା, ସଫା ସୁତୁରା ଜୋର ଦେଇଛନ୍ତି ପିଟର ।