ETV Bharat / international

କୋରୋନା ସହ ଲଢିବା ପାଇଁ ହାର୍ଡ ଇମ୍ୟୁନିଟି ଭଳି କିଛି ଆଣ୍ଟିବଡି ନାହିଁ: WHO

author img

By

Published : Aug 20, 2020, 6:21 AM IST

WHO କହିଛି ଯେ କୋରୋନା ସହିତ ଲଢିବା ପାଇଁ ବର୍ତ୍ତମାନ ସମୟରେ କୌଣସି ଦେଶରେ କୌଣସି ପ୍ରକାରର ପ୍ରତିରକ୍ଷା ଉତ୍ପାଦନ କରାଯାଇ ନାହିଁ । ଏହା ସହିତ WHO ସେହି ଦେଶଗୁଡିକର ଦାବିକୁ ପ୍ରତ୍ୟାଖ୍ୟାନ କରିଛି, ଯେଉଁମାନେ କୋରୋନାର ଆଣ୍ଟିବଡି ବାହାରିଥିବା ଦାବି କରୁଛନ୍ତି । କୋରୋନା ସହ ଲଢିବା ପାଇଁ ହାର୍ଡ ଇମ୍ୟୁନିଟି ଭଳି କିଛି ଆଣ୍ଟିବଡି ନାହିଁ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ହର୍ଡ ଇମ୍ୟୁନିଟି
ହର୍ଡ ଇମ୍ୟୁନିଟି

ନୂଆଦିଲ୍ଲୀ: କୋରୋନା ସମ୍ପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପୁନର୍ବାର ଖରାପ ସଙ୍କେତ । WHO କହିଛି ଯେ କୋରୋନା ସହିତ ଲଢିବା ପାଇଁ ବର୍ତ୍ତମାନ ସମୟରେ କୌଣସି ଦେଶରେ କୌଣସି ପ୍ରକାରର ପ୍ରତିରକ୍ଷା ଉତ୍ପାଦନ କରାଯାଇ ନାହିଁ । ଏହା ସହିତ WHO ସେହି ଦେଶଗୁଡିକର ଦାବିକୁ ପ୍ରତ୍ୟାଖ୍ୟାନ କରିଛି, ଯେଉଁମାନେ କୋରୋନାର ଆଣ୍ଟିବ ଡି ବାହାରିଥିବା ଦାବି କରୁଛନ୍ତି । ଏହା ସହିତ ସଂଗଠନ ଆହୁରି ମଧ୍ୟ କହିଛି ଯେ ଦେଶର 20 ରୁ 40 ବର୍ଷ ବୟସର ଯୁବମାନେ ସଂକ୍ରମଣ ବିସ୍ତାର କରୁଛନ୍ତି ଏବଂ ସେମାନଙ୍କୁ ଏ ଦିଗରେ ସତର୍କ ରହିବା ଆବଶ୍ୟକ ।

WHO କହିଛି ଯେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ କୌଣସି ସମାଧାନ ନାହିଁ । ଯାଞ୍ଚରୁ ଜଣାପଡିଛି ଯେ ଜନସଂଖ୍ୟାର କେବଳ 10 ରୁ 20 ପ୍ରତିଶତ ଲୋକଙ୍କ ପାଖରେ ଶକ୍ତିଶାଳୀ ଇମ୍ୟୁନିଟି ରହିଛି, ଯାହା ଲୋକମାନଙ୍କ ପାଇଁ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିବାରେ ସହାୟକ ହୋଇପାରେ । କିନ୍ତୁ କମ୍ ଆଣ୍ଟିବଡି ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ମିଳିପାରିବ ନାହିଁ । ଏଭଳି ପରିସ୍ଥିତିରେ କେବଳ ଟିକା ହିଁ ସହାୟତା ଅଟେ।

ହର୍ଡ ଇମ୍ୟୁନିଟି ବା ଶକ୍ତିଶାଳୀ ଇମ୍ୟୁନିଟର ଅର୍ଥ ହେଉଛି ଯଦି ସଂକ୍ରମିତ ରୋଗ ବିସ୍ତାର ହୁଏ, ତେବେ ତା ବିରୁଦ୍ଧରେ ଲଢେଇ ପାଇଁ ଜଣଙ୍କ ଶୀରରରେ ପ୍ରତିରୋଧକ ଶକ୍ତି ବଢିଥାଏ । ଯାହା ଦ୍ବାରା ସେମାନେ ଏହି ରୋଗ ବିରୁଦ୍ଧରେ ଲଢେଇ କରିପାରିବେ। ଯେଉଁମାନେ କୋରୋନାରୁ ସୁସ୍ଥ ହୋଇଛନ୍ତି ସେମାନଙ୍କଠାରେ ଏହି ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୁଏ । ସେମାନଙ୍କ ଶରୀରରେ ଏକ ନିର୍ଦ୍ଦିଷ୍ଟ ପରିମାଣର ଆଣ୍ଟିବଡି ଅଛି ଯାହା ଏହି ରୋଗ ସହିତ ଲଢିବାରେ ସାହାଯ୍ୟ କରିଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.