ETV Bharat / international

WHO Europe: ୫-୧୪ ବର୍ଷ ପିଲାଙ୍କ ଠାରେ ବଢୁଛି ସଂକ୍ରମଣ - ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ୟୁରୋପ ନ୍ୟୁଜ

ଓମିକ୍ରନ ଭୟାବହତା ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ରଖିଲା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ(WHO)ର ୟୁରୋପ ଅଫିସ । ୫ ରୁ ୧୪ ବର୍ଷ ବୟସ୍କ ପିଲାଙ୍କ କ୍ଷେତ୍ରରେ ବଢୁଛି ସଂକ୍ରମଣ । ଅଧିକ ପଢନ୍ତୁ

WHO Europe: ୫-୧୪ ବର୍ଷ ପିଲାଙ୍କ ଠାରେ ବଢୁଛି ସଂକ୍ରମଣ

author img

By

Published : Dec 8, 2021, 3:21 PM IST

ନୂଆଦିଲ୍ଲୀ: ଏବେ ସାରା ବିଶ୍ବରେ ଆତଙ୍କ ଖେଳାଇଛି ଓମିକ୍ରନ । କୋରୋନାର ଏହି ନୂଆ ରୂପକୁ ନେଇ ଚିନ୍ତିତ ସବୁ ରାଷ୍ଟ୍ର । ଏହାରି ଭିତରେ ପିଲାଙ୍କ ଠାରେ ସଂକ୍ରମଣ ନେଇ ଏକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ରଖିଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ(WHO) । WHOର ୟୁରୋପ ଅଫିସ ମଙ୍ଗଳବାର କହିଛି କି, ସେଠାରେ ଏବେ ୫ ରୁ ୧୪ ବର୍ଷ ବୟସ୍କ ପିଲାଙ୍କ କ୍ଷେତ୍ରରେ କୋରୋନା ସଂକ୍ରମଣ ଅଧିକ ମାତ୍ରାରେ ବୃଦ୍ଧି ପାଉଛି ।

WHO ୟୁରୋପ ଆଞ୍ଚଳିକ ନିର୍ଦ୍ଦେଶକ(regional director) ହଂସ କ୍ଲୁଜ(Hans Kluge) କହିଛନ୍ତି, ଟୀକାକରଣ ଯୋଗୁଁ ମହାମାରୀରୁ କିଛି ମାତ୍ରାରେ ଆଶ୍ବସ୍ତି ମିଳୁଛି । ପୂର୍ବ ପିକ୍ ତୁଳନାରେ ମୃତ୍ୟୁସଂଖ୍ୟା କମିଛି । ହେଲେ ୫୩ଟି ରାଷ୍ଟ୍ରରେ ଗତ ଦୁଇ ମାସରେ କୋରୋନା ମାମଲା ଏବଂ ମୃତ୍ୟୁସଂଖ୍ୟା ଦ୍ବିଗୁଣିତ ହୋଇଯାଇଛି ।

ଏବେ ବି ବିଶ୍ବରେ ଡେଲ୍ଟା ଭ୍ୟାରିଏଣ୍ଟ କାୟା ମେଲାଉଛି । ଏହାରି ମଧ୍ୟରେ ୨୧ଟି ଦେଶରୁ କୋରୋନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନର ୪୩୨ ମାମଲା ଚିହ୍ନଟ ହୋଇସାରିଲାଣି । ୟୁରୋପ ଏବଂ ମଧ୍ୟ ଏସିଆରେ ଏବେ ବି ଡେଲ୍ଟା ଭ୍ୟାରିଏଣ୍ଟ ସକ୍ରିୟ ରହିଛି । ତେବେ ମୃତ୍ୟୁସଂଖ୍ୟା ରୋକିବାରେ ଭ୍ୟାକ୍ସିନ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି । ଓମିକ୍ରନ ଅଧିକ ଗମ୍ଭୀର କି ନାହିଁ ତାହା ଏବେ ଦେଖିବା ବାକି ରହିଛି ବୋଲି କହିଛନ୍ତି Hans Kluge ।

ୟୁରୋପର ଅନେକ ଦେଶରେ ଶିଶୁ ସଂକ୍ରମଣ ମାମଲା ଦୁଇଗୁଣା ବୃଦ୍ଧି ନେଇ କ୍ଲୁଜ ଚିନ୍ତା ପ୍ରକଟ କରିଛନ୍ତି । ସେ ଏହାମଧ୍ୟ କହିଛନ୍ତି ଯେ, ପ୍ରାପ୍ତ ବୟସ୍କ, ସ୍ବାସ୍ଥ୍ୟକର୍ମୀ ଏବଂ ଦୁର୍ବଳ ଇମ୍ୟୁନ ସିଷ୍ଟମ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଅପେକ୍ଷା ଶିଶୁଙ୍କୁ କମ୍ ଗମ୍ଭୀର ସଂକ୍ରମଣର ସାମ୍ନା କରିବାକୁ ପଡୁଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.