ETV Bharat / international

ଜାତିସଂଘର ଲକ୍ଷ୍ୟ: କୋରୋନା ମୁକାବିଲା ସହ ବିଶ୍ବଶାନ୍ତି ବଜାୟ ରଖିବା - ଜାତିସଂଘ

ପୂର୍ବେ ସମସ୍ତ ରାଷ୍ଟ୍ର ମିଳିତ ସହଯୋଗରେ କୋରୋନା ମୁକାବିଲା ପାଇଁ ଜାତିସଂଘ ଆହ୍ବାନ ଦେଇଥିବା ବେଳେ ଏବେ ବିଶ୍ବଶାନ୍ତିକୁ ଗୁରୁତ୍ବ ଦେଇଛି ଜାତିସଂଘ ।

un, un aims at world peace, un fights corona, corornavirus news, ଜାତିସଂଘର ଲକ୍ଷ୍ୟ ବିଶ୍ବଶାନ୍ତି, କୋରୋନାକୁ ନେଇ ଜାତିସଂଘର ପଦକ୍ଷେପ, ଜାତିସଂଘ, କୋରୋନା ଭାଇରସ ନ୍ୟୁଜ୍‌
ଜାତିସଂଘର ଲକ୍ଷ୍ୟ: କୋରୋନା ମୁକାବିଲା ସହ ବିଶ୍ବଶାନ୍ତି ବଜାୟ ରଖିବା
author img

By

Published : Apr 9, 2020, 8:02 PM IST

ନୂଆଦିଲ୍ଲୀ: ସାରା ବିଶ୍ବକୁ ଗ୍ରାସିଛି କୋରୋନା ଭୟ । ଚାରିଆଡେ ତାଲାବନ୍ଦ ଆଉ ଲୋକେ ନିଜ ନିଜ ଘରେ ନଜରବନ୍ଦୀ । ତଥାପି କୋରୋନା ନଜର କରାଳ ରୂପ ଦେଖାଇବାରେ ଟିକେ ହେଲେ ହେଳା କରୁନାହିଁ । ଏମିତିରେ ବିଶ୍ବରେ ଶାନ୍ତି ବଜାୟ ରଖିବା ପାଇଁ ଅଣ୍ଟା ଭିଡିଛି ଜାତିସଂଘ ।

ପୂର୍ବେ ସମସ୍ତ ରାଷ୍ଟ୍ର ମିଳିତ ସହଯୋଗରେ କୋରୋନା ମୁକାବିଲା ପାଇଁ ଜାତିସଂଘ ଆହ୍ବାନ ଦେଇଥିବା ବେଳେ ଏବେ ବିଶ୍ବଶାନ୍ତିକୁ ଗୁରୁତ୍ବ ଦେଇଛି ଜାତିସଂଘ । ଏନେଇ ବୁଧବାର ସୂଚନା ଦେଇ କୁହାଯାଇଛି କି କେତେକ ରାଷ୍ଟ୍ରରେ ଶାନ୍ତିଦୂତ ମାନଙ୍କୁ ଫେରାଇ ଆଣିବା ପାଇଁ ନିଷ୍ପତ୍ତି ନିଆଯାଉଥିବା ବେଳେ ଏବେ ଏହି ନିଷ୍ପତ୍ତିରେ ରୋକ ଲାଗିଛି । ବର୍ତ୍ତମାନ ପରିସ୍ଥିତିରେ ବିଶ୍ବରେ ଶାନ୍ତି ବଜାୟ ରଖିବାର ସବୁଠାରୁ ଅଧିକ ଆବଶ୍ୟକତା ରହିଥିବା କୁହାଯାଇଛି ।

ଏନେଇ କେତେକ ରାଷ୍ଟ୍ରକୁ ଶାନ୍ତିଦୂତମାନଙ୍କୁ ପଠାଯିବାର ବ୍ୟବସ୍ଥା କରାଯାଉଛି । ତେବେ ଏହି ଶାନ୍ତିଦୂତମାନେ କିପରି ନିଜ ସୁସ୍ଥ ରହି ପାରିପାର୍ଶ୍ବିକ ବାତାବରଣକୁ ସୁସ୍ଥ ରଖିବେ ସେନେଇ ବିଶେଷ ଧ୍ୟାନ ଦିଆୟିବ । ତେବେ 2010 ମସିହାରେ ଏହି ଦୂତମାନଙ୍କ ଦ୍ବାରା ହୋଇଥିବା ଭୁଲ କିପରି ନ ଦୋହରିବ ସେନେଇ ବିଶେଷ ଧ୍ୟାନ ଦିଆଯାଉଛି ।

ଏହା ମଧ୍ୟ କୁହାଯାଇଛି କି ବର୍ତ୍ତମାନ ପରିସ୍ଥିତିରେ ବିଶ୍ବର ଅନେକ ସ୍ଥାନରେ ଲୋକଙ୍କ ମଧ୍ୟରେ ବ୍ୟସ୍ତତା ଦେଖାୟାଉଛି । ଯାହା ପରିସ୍ଥିତି ସହ ମୁକାବିଲା କରିବାରେ ଅନେକ ଅସୁବିଧା ସୃଷ୍ଟି କରୁଛି । ସେପଟେ କିଛି ବିବାଦୀୟ ସ୍ଥାନରେ ଅସ୍ତ୍ରବିରତି ଉଲଂଘନ ମଧ୍ୟ ଅନ୍ୟ ଏକ ଚିନ୍ତାର କାରଣ । ତେଣୁ ବିଶ୍ବ ଶାନ୍ତିକୁ ବଜାୟ ରଖିବା ପାଇଁ ଏହି ପଦକ୍ଷେପ ଅତି ଗୁରୁତ୍ବପୂର୍ଣ୍ଣ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.