ETV Bharat / international

ୟୁକ୍ରେନରେ ବର୍ବର କାଣ୍ଡ ଚାଲିଛି: ପୋପ୍ ଫ୍ରାନ୍ସିସ୍ - ୟୁ୍କ୍ରେନ ସଙ୍କଟକୁ ନେଇ ପୋପ୍ ଫ୍ରାନ୍ସିସ୍‌ଙ୍କ ପ୍ରତିକ୍ରିୟା

ଦିନକୁ ଦିନ ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧର କରୁଣ ସ୍ଥିତ ସାମ୍ନାକୁ ଆସୁଛି । ଲକ୍ଷ ଲକ୍ଷ ସଂଖ୍ୟାରେ ୟୁକ୍ରେନ ନାଗରିକ ନିଜ ମାଟି ଛାଡି ଅନ୍ୟ ଦେଶରେ ଶରଣାର୍ଥୀ ହୋଇ ରହିଛନ୍ତି । ଅଧିକ ପଢନ୍ତୁ

ୟୁକ୍ରେନରେ ବର୍ବର କାଣ୍ଡ ଚାଲିଛି: ପୋପ୍ ଫ୍ରାନ୍ସିସ୍

author img

By

Published : Mar 13, 2022, 7:26 PM IST

ଭାଟିକାନ ସିଟି: ଦିନକୁ ଦିନ ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧର କରୁଣ ସ୍ଥିତ ସାମ୍ନାକୁ ଆସୁଛି । ଲକ୍ଷ ଲକ୍ଷ ସଂଖ୍ୟାରେ ୟୁକ୍ରେନ ନାଗରିକ ନିଜ ମାଟି ଛାଡି ଅନ୍ୟ ଦେଶରେ ଶରଣାର୍ଥୀ ହୋଇ ରହିଛନ୍ତି । ତେବେ ଯୁଦ୍ଧ ବନ୍ଦ କରିବା ଲାଗି ଖ୍ରୀଷ୍ଟାୟାନ ସଂପ୍ରଦାୟର ମୁଖ୍ୟ ଧର୍ମଗୁରୁ ପୋପ୍ ଫ୍ରାନ୍ସିସ୍ କହିଛନ୍ତି ।

ସେହିପରି ୟୁକ୍ରେନକୁ ଯୁଦ୍ଧ ବନ୍ଦ କରିବା ଲାଗି ଫ୍ରାନ୍ସିସ୍‌ ନିବେଦନ କରିଛନ୍ତି । ଏଥିସହ ସହ ଜାରି ରହିଥିବା ନର ହତ୍ୟାକୁ ବନ୍ଦ କରିବା ଲାଗି ସେ ଅନୁରୋଧ କରିଛନ୍ତି । ଆଜି ସେଣ୍ଟ ପିଟର୍‌ସ ସ୍କୋୟାର ସ୍ଥିତ ଚର୍ଚ୍ଚରେ ଲୋକଙ୍କୁ ସମ୍ବନ୍ଧିତ କରି ଏହା କହିଛନ୍ତି । ସେହିଭଳି ୟୁକ୍ରେନ କରୁଥିବା ସଶସ୍ତ୍ର ଆକ୍ରୋଶ ଗ୍ରହଣୀୟ ନୁହେଁ ବୋଲି ଫ୍ରାନ୍ସିସ୍‌ କହିବା ସହ ଏହାକୁ ବନ୍ଦ କରିବା ଲାଗି ନିବେଦନ କରିଛନ୍ତି । ଡାକ୍ତରଖାନା ଏବଂ ଅନ୍ୟାନ୍ୟ ସାଧାରଣ ନାଗରିକଙ୍କ ଉପରେ ହୋଇଥିବା ବିସ୍ଫୋରଣ ହେଉଛି ବର୍ବର କାଣ୍ଡ । ଏଥିରେ କୌଣସି ବୈଧ କାରଣ ନଥିବା ଫ୍ରାନ୍ସିସ୍ କହିଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.