ETV Bharat / international

ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କୁ ଅଣ୍ଟୁନି ଦରମା, ଦେବେ ଇସ୍ତଫା ! - UK Prime Minister salary

ନିଜ ଦରମାରେ ଚଳିବା କଷ୍ଟକର ହେଉଥିବାରୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିଶ ଜନସନ ।

ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କୁ ପୋଷଉନି ଦରମା
ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କୁ ପୋଷଉନି ଦରମା
author img

By

Published : Oct 20, 2020, 10:04 AM IST

ଲଣ୍ଡନ: ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିଶ ଜନସନ । ତାଙ୍କୁ ବର୍ତ୍ତମାନ ଇଂଲଣ୍ଡ ମୁଦ୍ରା 150,402 ପାଉଣ୍ଡ (ଭାରତୀୟ ମୁଦ୍ରା 1 କୋଟି 42 ଲକ୍ଷ 43 ହଜାର 69 ଟଙ୍କା)ଦରମା ମିଳୁଥିବାବେଳେ ସେ ଏଥିରେ ସନ୍ତୁଷ୍ଟ ନାହାଁନ୍ତି ।

ସେ ପୂର୍ବରୁ କରୁଥିବା କାମରେ ଏହାଠାରୁ ଅଧିକ ଦରମା ପାଉଥିବାରୁ ଏଥିରେ ସେ ଚଳିପାରୁନଥିବା ସୂଚନା ମିଳିଛି । ଯେଉଁଥିପାଇଁ ସେ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ବ୍ରିଟିଶ୍‌ ଖବରକାଗଜ ଅନୁଯାୟୀ, ବୋରିଶଙ୍କର 6 ଜଣ ସନ୍ତାନ ଥିବାବେଳେ ତାଙ୍କୁ ଟଙ୍କାର ସହାୟତା କରିବାକୁ ପଡୁଛି । ଏହାସହ ତାଙ୍କ ପୂର୍ବତନ ସ୍ତ୍ରୀଙ୍କୁ ମଧ୍ୟ ସେ ଭରଣ ପୋଷଣ କରୁଛନ୍ତି । ତେଣୁ ତାଙ୍କୁ ଅଧିକ ଦରମା ଦରକାର ବୋଲି ଖବର କାଗଜରେ ଉଲ୍ଲେଖ ରହିଛି ।

ସୂଚନାଥାଉକି, ବୋରିଶ ପ୍ରଧାନମନ୍ତ୍ରୀ ହେବା ତଥା ଟୋରୀ ଦଳର ମୁଖ୍ୟ ହେବା ପୂର୍ବରୁ ମାସକୁ ଟେଲିଗ୍ରାଫରୁ 275,000 ପାଉଣ୍ଡ ଓ ଦୁଇଟି ଭାଷଣ ଦେଲେ ମାସକୁ 160,000 ପାଉଣ୍ଡ ରୋଜଗାର କରୁଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.