ଲଣ୍ଡନ: ବ୍ରିଟେନରେ କୋରୋନା କହର ଜାରି ରହିଛି । ଲକଡାଉନ ବୃଦ୍ଧି କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ଜୁନ 1 ତାରିଖ ଯାଏଁ ଲକଡାଉନ ତାରିଖକୁ ବୃଦ୍ଧି କରାଯାଇଛି । ଜୁଲାଇ 1 ପରେ ପର୍ଯ୍ୟାୟ କ୍ରମେ ସର୍ବସାଧାଣ ସ୍ଥାନଗୁଡିକ କାର୍ଯ୍ୟକ୍ଷମ ହେବ ବୋଲି ସେ ଘୋଷଣା କରିଛନ୍ତି ।
ଦେଶରେ କୋରୋନା ଯୋଗୁଁ ଭୟଙ୍କର କ୍ଷତି ହୋଇଥିବାରୁ ଆର୍ଥିକ ସ୍ଥିତିକୁ ସୁଧାରିବାକୁ ଯାଇ ଜୁନ 1 ପରେ କଟକଣାକୁ କୋହଳ କରାଯିବ । ବୋରିସ କହିଛନ୍ତି, 'ବର୍ତ୍ତମାନର ସ୍ଥିତିକୁ ଅନୁଧ୍ୟାନ କଲେ ଚଳିତ ସପ୍ତାହରେ ଲକଡାଉନକୁ ଉଚ୍ଛେଦ କରିବା ଆଦୌ ଠିକ ନୁହେଁ' । ଜୁନ 1 ପରେ ପ୍ରାଥମିକ ସ୍କୁଲ ଓ ଦୋକାନଗୁଡିକ ଖୋଲାଯିବ ବୋଲି ସେ କହିଛନ୍ତି ।
ଜୁଲାଇ 1ରୁ ସର୍ବସାଧାଣଙ୍କ ପାଇଁ ପୁନଃ ଖୋଲିବାକୁ ଯାଇ ବିଦେଶୀ ଆସିବାକୁ ଥିବା ନାଗରିକଙ୍କୁ କ୍ବାରେଣ୍ଟାଇନ ରହିବାକୁ ପଡିବ । ବ୍ରିଟେନରେ ଏହି ମହାମାରୀ ପ୍ରାୟ 32,000ଜଣଙ୍କ ଜୀବନ ନେଇଛି । ଆମେରିକା ପରେ ଦ୍ୱିତୀୟ ସର୍ବାଧିକ କ୍ଷତିଗ୍ରସ୍ତ ବ୍ରିଟେନ ସହିଛି । ଗତକିଛି ତଳେ ଖୋଦ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ମଧ୍ୟ କୋରୋନାରେ ଆକ୍ରାନ୍ତ ହୋଇଥିଲେ ।