ETV Bharat / international

ସ୍ପେନରୁ ୟୁକେ ପହଞ୍ଚି କ୍ବାରେଣ୍ଟାଇନ ପାଳିବେ ବିମାନଯାତ୍ରୀ - ୟୁକେର ନୂଆ କ୍ବାରେଣ୍ଟାଇନ ନିୟମ

ଏବେ ସ୍ପେନ ପାଇଁ ପୁଣି କ୍ବାରେଣ୍ଟାଇନ ନିୟମ କଡାକଡି କରିଛି ୟୁକେ । ଏହି ନିୟମ ଅନୁଯାୟୀ ସ୍ପେନରୁ ୟୁକେ ଆସୁଥିବା ଯାତ୍ରୀମାନଙ୍କୁ 14 ଦିନିଆ କ୍ବାରେଣ୍ଟାଇନରେ ରହିବାକୁ ହେବ ।

new travel rule in uk, quarantine rule in uk, corona situation in uk, uk flight service rules, uk's new quarantine rule for spain, ୟୁକେରେ ଯାତ୍ରା ପ୍ରତିବନ୍ଧକ, ୟୁକେରେ କ୍ବାରେଣ୍ଟାଇନ ନିୟମ, ୟୁକେରେ ବିମାନଯାତ୍ରା ନିୟମ, ୟୁକେର ନୂଆ କ୍ବାରେଣ୍ଟାଇନ ନିୟମ, ୟୁକେରେ କୋରୋନା ସ୍ଥିତି
ସ୍ପେନରୁ ୟୁକେ ପହଞ୍ଚି କ୍ବାରେଣ୍ଟାଇନ ପାଳିବେ ବିମାନଯାତ୍ରୀ
author img

By

Published : Jul 27, 2020, 6:21 AM IST

ଲଣ୍ଡନ: ଘଡିକେ ଘୋଡା ଛୁଟିବା ପରି ବଦଳୁଛି ୟୁକେର କ୍ବାରେଣ୍ଟାଇନ ନିୟମ । କେବେ ୟୁକେ ସୁରକ୍ଷିତ ଦେଶର ତାଲିକା ପ୍ରସ୍ତୁତ କରି ସେହି ଦେଶର ବିମାନ ଯାତ୍ରୀଙ୍କୁ କ୍ବାରେଣ୍ଟାଇନ ନିୟମରୁ ବାଦ ଦେଉଥିବା ବେଳେ କେତେବେଳେ ପୁଣି ନୂଆ ନୂଆ ରାଷ୍ଟ୍ର ପାଇଁ ଲାଗୁ ହେଉଛି ନିୟମ । ଏମିତିରେ ୟୁରୋପୀୟ ରାଷ୍ଟ୍ରମାନଙ୍କ ପ୍ରତି ୟୁକେର ଆଭିମୁଖ୍ୟ ସବୁବେଳେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁଯାୟୀ କୋରୋନା କଟକଣା କୋହଳ କରିବା ସହ ୟୁକେକୁ ଆସୁଥିବା ବିମାନଯାତ୍ରୀଙ୍କ ପାଇଁ ପ୍ରଥମେ କ୍ବାରେଣ୍ଟାଇନ ନିୟମକୁ ବାଧ୍ୟତାମୂଳକ କରିଥିଲା ୟୁକେ । ହେଲେ ଧିରେ ଧିରେ ଏହି କଟକଣା ପରିସରରୁ ଅନେକ ରାଷ୍ଟ୍ରଙ୍କୁ ବାଦ ଦେଇଥିଲା ଦେଶ । ଏବେ କିନ୍ତୁ ସ୍ପେନ ପାଇଁ ପୁଣି କ୍ବାରେଣ୍ଟାଇନ ନିୟମ କଡାକଡି କରିଛି ୟୁକେ । ଏହି ନିୟମ ଅନୁଯାୟୀ ସ୍ପେନରୁ ୟୁକେ ଆସୁଥିବା ଯାତ୍ରୀମାନଙ୍କୁ 14 ଦିନିଆ କ୍ବାରେଣ୍ଟାଇନରେ ରହିବାକୁ ହେବ । ୟୁରୋପିଆନ ରାଷ୍ଟ୍ରମାନଙ୍କରେ ସଂକ୍ରମଣର ମାତ୍ରା ବଢୁଥିବାରୁ ଏପରି ନିଷ୍ପତ୍ତି ନିଆଯାଇଥିବା ୟୁକେ ସରକାର ସ୍ପଷ୍ଟ କରିଛନ୍ତି ।

କେବଳ ସ୍ପେନ ନୁହେଁ ବରଂ କାନାରି ଦ୍ବୀପ ଓ ବାଲେରିକ ଦ୍ବୀପର ମାଜୋର୍କା ଓ ଲିବିଜାରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଏବେ 14 ଦିନିଆ କ୍ବାରେଣ୍ଟାଇନକୁ ବାଧ୍ୟତାମୂଳକ ଘୋଷଣା କରିଛନ୍ତି ୟୁକେ ସରକାର । ସେପଟେ ୟୁକେରୁ ଯେଉଁମାନେ ସ୍ପେନ ଯାତ୍ରା କରିଛନ୍ତି ସେମାନଙ୍କୁ ମଧ୍ୟ ପରିବହନ ମନ୍ତ୍ରଣାଳୟ ସେଠାକାର ନୀତି ନିୟମ ମାନିବା ପାଇଁ ପରାମର୍ଶ ଦେଇଛି ।

ସ୍ପେନରେ ଗତ ଶୁକ୍ରବାର କେବଳ 900 ମାମଲା ସାମ୍ନାକୁ ଆସିବା ପରେ ଜରୁରୀ ନଥିଲେ ସେଠାକୁ ୟାତ୍ରା ନକରିବା ପାଇଁ ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇଛି । ତେବେ ଏହି ନୂଆ ନିୟମ ଦ୍ବାରା ପ୍ରଥମେ ପରିବହନ ବିଭାଗ ସଚିବ ଗ୍ରାଣ୍ଟ ସେପ୍ସ ପ୍ରଭାବିତ ହୋଇଛନ୍ତି । ଛୁଟି ବିତାଇବା ପାଇଁ ସେ ଶନିବାରଠାରୁ ସ୍ପେନ ଗସ୍ତ କରିଛନ୍ତି । ଛୁଟି ବିତାଇ ଫେରିବା ପରେ ସେ ନିଜକୁ 14 ଦିନ ପାଇଁ ଆଇସୋଲେସନରେ ରଖିବା ନେଇ ସ୍ପଷ୍ଟ କରିଛନ୍ତି । ଅନ୍ୟପଟେ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ବ୍ରିଟିଶ ଏୟାରୱେ ଏହାକୁ ଏକ ନୈରାଶ୍ୟଜନକ ପଦକ୍ଷେପ ବୋଲି ଆକ୍ଷେପ କରିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.