ETV Bharat / international

ନଭେମ୍ବରରେ ୟୁକେ ହସ୍ପିଟାଲରେ ହୋଇପାରେ କୋଭିଡ ଟୀକାକରଣ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ

author img

By

Published : Oct 26, 2020, 5:21 PM IST

ଲଣ୍ଡନର ଏକ ପ୍ରମୁଖ ହସ୍ପିଟାଲ ଏହାର କର୍ମଚାରୀଙ୍କୁ ଅକ୍ସଫୋର୍ଡ ୟୁନିଭରସିଟି ପକ୍ଷରୁ ବିକଶିତ କୋଭିଟ ଭ୍ୟାକ୍ସିନର ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ପ୍ରସ୍ତୁତ ହେବାକୁ କୁହାଯାଇଛି। ଅଧିକ ପଢନ୍ତୁ...

ନଭେମ୍ବରରେ ୟୁକେ ହସ୍ପିଟାଲରେ ହୋଇପାରେ କୋଭିଡ ଟିକାକରଣ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ

ଲଣ୍ଡନ: ମହାମାରୀ କୋରୋନା ସଂକ୍ରମଣ ବୃଦ୍ଧି ସମୟରେ ଆସିଛି ଖୁସି ଖବର । ଲଣ୍ଡନର ଏକ ପ୍ରମୁଖ ହସ୍ପିଟାଲ ଏହାର କର୍ମଚାରୀଙ୍କୁ ଅକ୍ସଫୋର୍ଡ ୟୁନିଭରସିଟି ପକ୍ଷରୁ ବିକଶିତ କୋଭିଟ ଭ୍ୟାକ୍ସିନର ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ପ୍ରସ୍ତୁତ ହେବାକୁ କୁହାଯାଇଛି। ବହୁ ପ୍ରତିକ୍ଷିତ ଟିକାକରଣ କାର୍ଯ୍ୟକ୍ରମର ପ୍ରସ୍ତୁତି ପାଇଁ ପ୍ରସିଦ୍ଧ ଡାକ୍ତରଖାନାରେ କ୍ଲିନିକାଲ୍ ପରୀକ୍ଷା ବନ୍ଦ କରାଯାଇଛି। ଯଦି ଏହା ସତ୍ୟ ହୁଏ, ତେବେ ଏହି ଡାକ୍ତରଖାନା କୋଭିଡ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବାରେ ବିଶ୍ବର ପ୍ରଥମ ସ୍ବାସ୍ଥ୍ୟ କେନ୍ଦ୍ର ଭାବରେ ଇତିହାସ ସୃଷ୍ଟି କରିବ ।

ରିପୋର୍ଟ ଅନୁଯାୟୀ, ନଭେମ୍ବରରେ ଆସିବାକୁ ଥିବା ମୂଲ୍ୟବାନ ଟିକା ପାଇଁ ଡାକ୍ତରଖାନାରେ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଯୋଜନା କରାଯାଇଛି। ସ୍ବାସ୍ଥ୍ୟସେବା କର୍ମଚାରୀଙ୍କ ପାଇଁ ଡାକ୍ତରଖାନାରେ ଟିକାକରଣ କାର୍ଯ୍ୟକ୍ରମ ହେବ ।

କୋରୋନା ମହାମାରୀର ମୁକାବିଲା ପାଇଁ ସାରା ବିଶ୍ବରେ ଚେଷ୍ଟା ଚାଲିଥିବା ବେଳେ ଅକ୍ସଫୋର୍ଡ ୟୁନିଭର୍ସିଟି ମଧ୍ୟ ନିଜ ଲ୍ୟାବରେ ପ୍ରସ୍ତୁତ କରିଥିଲା ଏକ ପ୍ରତିଷେଧକ ଟିକା । ଯାହାକୁ ପ୍ରାଥମିକ ଟ୍ରାଏଲରେ ସଫଳତା ମିଳିଥିବା ଲାନସେଟରେ ପ୍ରକାଶ କରାଯାଇଥିଲା । ଏହି ପ୍ରତିଷେଧକର ମାନବ ଶରୀର ଉପରେ ହୋଇଥିବା ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ଟ୍ରାଏଲରେ ମିଳିଥିଲା ସଫଳତା । ଏହି ପ୍ରତିଷେଧକର ନାମ ହେଉଛି ‘ChAdOx1 nCoV-19’ । ଏହା ଆଗକୁ ଟ୍ରାଏଲ ପ୍ରକ୍ରିୟା ପାଇଁ ସୁରକ୍ଷିତ ରହିଥିବା ସହ ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା ଗବେଷକମାନେ ମତ ଦେଇଥିଲେ ।

ସେପଟେ ଭାରତ ବାୟୋଟେକ ଦ୍ବାରା ନିର୍ମିତ ଟିକାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଆରମ୍ଭ ପାଇଁ ମିଳିସାରିଛି ମଞ୍ଜୁରୀ । ଭାରତ ବାୟୋଟେକ ପକ୍ଷରୁ ଶୁକ୍ରବାର ଏକ ବିବୃତ୍ତିରେ କୁହାଯାଇଥିଲା ଯେ ଦେଶର 25ଟି କେନ୍ଦ୍ରରେ 26,000 ଅଂଶଗ୍ରହଣକାରୀଙ୍କ ମଧ୍ୟରେ କୋଭାକ୍ସିନର ପର୍ଯ୍ୟାୟ 3 କ୍ଲିନିକାଲ ପରୀକ୍ଷା ପାଇଁ DCGI ପକ୍ଷରୁ ଅନୁମୋଦନ ପ୍ରଦାନ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.