ETV Bharat / international

ଭାରତୀୟଙ୍କ ପାଇଁ ଜୁଲାଇ 31 ପର୍ଯ୍ୟନ୍ତ ଭିସା ଅବଧି ବୃଦ୍ଧି କଲେ ବ୍ରିଟେନ ସରକାର - UK extends visas for Indians

ମହାମାରୀ କାରଣରୁ ନିଜ ଦେଶକୁ ଫେରିବାକୁ ଅସମର୍ଥ ଭାରତୀୟ ଓ ବିଦେଶୀ ନାଗରିକଙ୍କ ଭିସା ଅବଧି ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି ବ୍ରିଟେନ ସରକାର ।

ଭାରତୀୟଙ୍କ ପାଇଁ ଜୁଲାଇ 31 ପର୍ଯ୍ୟନ୍ତ ଭିଜା ଅବଧି ବୃଦ୍ଧି କଲେ ବ୍ରିଟେନ ସରକାର

author img

By

Published : May 23, 2020, 1:06 PM IST

ଲଣ୍ଡନ: ମହାମାରୀ କାରଣରୁ ନିଜ ଦେଶକୁ ଫେରିବାକୁ ଅସମର୍ଥ ଭାରତୀୟ ଓ ବିଦେଶୀ ନାଗରିକଙ୍କ ଭିସା ଅବଧି ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି ବ୍ରିଟେନ ସରକାର । ଆହୁରି ଦୁଇମାସ ବଢାଇ ଜୁଲାଇ 31 ପର୍ଯ୍ୟନ୍ତ ଭିସା ଅବଧି ବୃଦ୍ଧି କରିଥିବା ଜଣାପଡିଛି ।

ପୂ୍ର୍ବରୁ ଏହା ମେ 31 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ନେଇ ଘୋଷଣା ହୋଇଥିଲା । ଏହାକୁ ଦୁଇମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଲକଡାଉନ କଟକଣା ହେତୁ ନିଜ ଦେଶକୁ ଫେରି ପାରୁ ନାହାନ୍ତି ପ୍ରବାସୀ । ସେପଟେ ଯେଉଁମାନଙ୍କର ଜାନୁଆରୀ 24 ପରେ ଭିଜା ସରିଯାଇଥିଲା ସେମାନେ ଦୁଇମାସ ବଢାଇବା ପାଇଁ ଆବେଦନ କରିଥିଲେ । କିନ୍ତୁ ଏହା ସତ୍ତ୍ବେ ବି ନିଜ ଦେଶକୁ ଫେରି ପାରିନଥିଲେ ।

ବ୍ରିଟେନର ଗୃହ ସଚିବ ପ୍ରୀତି ପଟେଲ କହିଛନ୍ତି ଯେ ଲୋକଙ୍କ ଭିସାକୁ ଆହୁରି ବଢାଇ ଆମେ ସେମାନଙ୍କୁ ମାନସିକ ଶାନ୍ତି ପ୍ରଦାନ କରୁଛୁ । ଯଦି ସେମାନେ ନିରାପଦରେ ଦେଶ ଛାଡି ପାରିବେ ନାହିଁ ତେବେ ସେମାନେ ଜୁଲାଇ ଶେଷ ପର୍ଯ୍ୟନ୍ତ ବ୍ରିଟେନରେ ରହିପାରିବେ ।

ଯେଉଁମାନେ ଏହି ଭିସା ସମ୍ପ୍ରସାରଣ ପାଇଁ ଗୃହ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରନ୍ତି ସେମାନେ ବିମାନ ଏବଂ ସୀମା ପ୍ରତିବନ୍ଧକ ହଟାଯିବା ପରେ ଯଥାଶୀଘ୍ର ନିଜ ଦେଶକୁ ଫେରିବେ ବୋଲି ଆଶା କରାଯାଉଥିବା ସେ କହିଛନ୍ତି । ଯେଉଁମାନେ ଏହି ସମୟରେ ଗୃହ କାର୍ଯ୍ୟାଳୟକୁ ଇମେଲ କରନ୍ତି ସେମାନଙ୍କ ପାଇଁ କୌଣସି ଇମିଗ୍ରେସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ଗୃହ ମନ୍ତ୍ରାଳୟ କହିଛି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.