ETV Bharat / international

ଚୁମ୍ବନ ଦେଇ ଚାଲିଗଲା ମନ୍ତ୍ରୀ ପଦ, ଇସ୍ତଫା ଦେଲେ ମ୍ୟାଟ ହ୍ୟାନକକ - resigned uk Health Secretary

COVID-19 ଲକଡାଉନ୍ ନିୟମକୁ ଉଲ୍ଲଂଘନ କରି ଜଣେ ମହିଳା ସହଯୋଗୀଙ୍କୁ ଚୁମ୍ବନ ଦେଇଥିବାରୁ ବ୍ରିଟେନ କ୍ୟାବିନେଟ ମନ୍ତ୍ରୀ ମ୍ୟାଟ ହ୍ୟାନକକ ଶନିବାର ଦିନ ସ୍ବାସ୍ଥ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଅଧିକ ପଢନ୍ତୁ...

ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମ୍ୟାଟ ହ୍ୟାଙ୍କକ
ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମ୍ୟାଟ ହ୍ୟାଙ୍କକ
author img

By

Published : Jun 27, 2021, 6:29 PM IST

ଲଣ୍ଡନ: ବ୍ରିଟେନ କ୍ୟାବିନେଟ ମନ୍ତ୍ରୀ ମ୍ୟାଟ ହ୍ୟାନକକ ଶନିବାର ଦିନ ସ୍ବାସ୍ଥ୍ୟ ସଚିବ ପଦରୁ ଇସ୍ତଫା ଦେଇଛନ୍ତି । ସେ COVID-19 ଲକଡାଉନ୍ ନିୟମକୁ ଉଲ୍ଲଂଘନ କରି ତାଙ୍କର ଜଣେ ମହିଳା ସହଯୋଗୀଙ୍କୁ ଚୁମ୍ବନ ଦେଇଥିବାରୁ ଏହି ଇସ୍ତଫା ଦେଇଥିବା କହିଛନ୍ତି । ଡାଉନିଙ୍ଗ ଷ୍ଟ୍ରିଟଙ୍କ ମତରେ ପାକିସ୍ତାନୀ ବଂଶୋଦ୍ଭବ ସାଂସଦ ତଥା ବ୍ରିଟେନର ପୂର୍ବତନ କୁଳପତି ସାଜିଦ୍ ଜାଭିଦଙ୍କୁ ତାଙ୍କ ସ୍ଥାନରେ ଦାୟିତ୍ବ ଦିଆଯାଇଛି।

ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ଲେଖିଥିବା ଇସ୍ତଫା ପତ୍ରରେ ହାନକକ୍ କହିଛନ୍ତି ଯେ, ‘‘ଏହି ମହାମାରୀରେ ଯେଉଁମାନେ ବଳିଦାନ ଦେଇଛନ୍ତି, ଆମେ ସେମାନଙ୍କ ପ୍ରତି ସଚ୍ଚୋଟତା ଦେଖାଇବା କଥା, ହେଲେ ତାହା କରି ନାହୁଁ । ଖୋଲା ସ୍ଥାନରେ ନିୟମ ଭାଙ୍ଗିଥିବାରୁ ସରକାଙ୍କ ଠାରେ କ୍ଷମା ପ୍ରାର୍ଥନା କରୁଛି ।’’

ଟ୍ବିଟରରେ ଏକ ଭିଡିଓ ପୋଷ୍ଟ କରି ହ୍ୟାନକକ କହିଛନ୍ତି, ‘‘ଦେଶର ସ୍ବାସ୍ଥ୍ୟ ଏବଂ ସାମାଜିକ ସୁରକ୍ଷା ସଚିବ ଭାବେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଇସ୍ତଫା ଦେବା ଦେଖିଛି । ଦେଶରେ ଯେଉଁସବୁ ବଳିଦାନ ହୋଇଛି ସବୁ ପ୍ରଧାନମନ୍ତ୍ରୀ ପାଇଁ ହୋଇଛି । ଯେଉଁମାନେ ନିୟମ ପାଳନ କରୁଛନ୍ତି ସେମାନେ ମଧ୍ୟ ଠିକ ଭାବେ ପାଳନ କରିବା ଆବଶ୍ୟକ। ଯେଉଁମାନେ ତାହା ପାଳନ ନକରିବେ ସେମାନେ ଇସ୍ତଫା ଦେବା ଆବଶ୍ୟକ ।’’

ସିସିଟିଭି ଫୁଟେଜ ଲିକ୍ ହେବା ପରେ ଜଣା ପଡିଛି ଯେ, ବିବାହିତ 42 ବର୍ଷିୟ କଞ୍ଜରଭେଟିଭ ପାର୍ଟି ସାଂସଦ ତାଙ୍କ ସ୍ବାସ୍ଥ୍ୟ ଏବଂ ସୋସିଆଲ କେୟାର ବିଭାଗ (DHSC) କାର୍ଯ୍ୟାଳୟରେ 43 ବର୍ଷିୟା ଜିନା କୋଲାଡାଙ୍ଗେଲୋଙ୍କୁ ଚୁମ୍ବନ ଦେଇଥିଲେ। କୋଲାଡାଙ୍ଗେଲୋ ହାନକାଙ୍କର ଜଣେ ପୁରୁଣା ବାନ୍ଧବୀ ଏବଂ ସହକର୍ମୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.