ETV Bharat / international

ସ୍ମାର୍ଟଫୋନରେ କୋଭିଡ 19 ମୁକାବିଲା କରୁଛନ୍ତି ସ୍ବିଜରଲ୍ୟାଣ୍ଡ ସେନା - ସ୍ବିଜରଲ୍ୟାଣ୍ଡରେ କୋରୋନା ଅପଡେଟ

କୋଭିଡ 19 ସଂକ୍ରମଣକୁ ରୋକିବା ପାଇଁ ସେନା ପକ୍ଷରୁ ସ୍ମାର୍ଟଫୋନର ସହାୟତା ନିଆଯାଇଛି । ଏହାଦ୍ବାରା ଏମାନେ ଫୋନରେ ଏକ କଣ୍ଟାକ୍ଟ ଟ୍ରେସିଂ ଆପ୍ ଡାଉନଲୋଡ କରିଛନ୍ତି । ଅଧିକ ପଢନ୍ତୁ...

ସ୍ମାର୍ଟଫୋନରେ କୋଭିଡ 19 ମୁକାବିଲା କରୁଛନ୍ତି ସ୍ବିଜରଲ୍ୟାଣ୍ଡ ସେନା

author img

By

Published : May 2, 2020, 6:54 AM IST

ଚାମ୍ବଲୋନ: କୋରୋନା ଭୂତାଣୁ ମୁକାବିଲା ପାଇଁ ସମସ୍ତ ଦେଶ ପକ୍ଷରୁ ବିଭିନ୍ନ ଉପାୟ ଅବଲମ୍ବନ କରାଯାଉଛି । କିଏ ଲକଡାଉନ ଲାଗୁ କରିଛି ତ କିଏ କଣ୍ଟାକ୍ଟ ଟ୍ରେସିଂ ଆପ୍ ବାହାର କରିଛି । ସେହିପରି ଅନେକ ଦେଶରେ ଏହା ଉପରେ ବିଭିନ୍ନ ରିସର୍ଚ୍ଚ ମଧ୍ୟ ଚାଲିଛି ।

ଏହା ଭିତରେ ସ୍ବିଜରଲ୍ୟାଣ୍ଡ ସେନା ମଧ୍ୟ ପଛରେ ପଡିନାହିଁ । କୋଭିଡ 19 ସଂକ୍ରମଣକୁ ରୋକିବା ପାଇଁ ସେନା ପକ୍ଷରୁ ସ୍ମାର୍ଟଫୋନର ସହାୟତା ନିଆଯାଇଛି । ଏହାଦ୍ବାରା ଏମାନେ ଫୋନରେ ଏକ କଣ୍ଟାକ୍ଟ ଟ୍ରେସିଂ ଆପ୍ ଡାଉନଲୋଡ କରିଛନ୍ତି । ଏଥିରେ କେହି ବ୍ୟକ୍ତି ଯଦି 15 ମିନିଟ ଅନ୍ୟ କୌଣସି ବ୍ୟକ୍ତିର 2 ମିଟର ଭିତରେ ରହିଯାଏ ତେବେ ଉଭୟ ପରସ୍ପରର ସମସ୍ତ ତଥ୍ୟ ଜାଣିପାରିବେ । ଏହି ଆପ୍ ଦ୍ବାରା କୋଭିଡ 19 ସଂକ୍ରମିତ ବ୍ୟକ୍ତି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିହେବ । ଏପରିକି ଆକ୍ରାନ୍ତ ବ୍ୟକ୍ତି ନିଜ ଆଇଡି ଏଥିରେ ଅପଲୋଡ କଲେ ତାହା ସଂସ୍ପର୍ଶରେ ଅନ୍ୟମାନେ ଆସିଛନ୍ତି କି ନାହିଁ ଜାଣିପାରିବେ ଏବଂ ସେହି ଅନୁସାରେ ପ୍ରତିଷେଧକ ବ୍ୟବସ୍ଥା ନେବେ ।

ଏବେ ସେନା ଏହି ଆପ୍ ବ୍ୟବହାର କରି ନିଜକୁ ସୁରକ୍ଷିତ ରଖିଛନ୍ତି । ତେବେ ଆଗାମୀ ମେ 11ରେ ଏହାକୁ ଲଞ୍ଚ କରିବାର ସରକାର ଯୋଜନା ରଖିଛନ୍ତି । ଏଥିପାଇଁ ସେନାର ସହାୟତା ନେବେ ସରକାର । ଲୋକଙ୍କୁ ଡାଉନଲୋଡର ପ୍ରକ୍ରିୟା ଶିଖାଇବେ ସୈନିକ । ଏହି ଆପ୍ ବ୍ୟବହାର କରିବା ଦ୍ବାରା ନିଜ ଆଖପାଖରେ ଥିବା କୋଭିଡ 19 ସଂକ୍ରମିତ ବ୍ୟକ୍ତିଙ୍କ ସମ୍ପର୍କରେ ସମସ୍ତେ ଜାଣିପାରିବେ । ଏହାସହ ସମସ୍ତ ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ନେବା ସହ ଲୋକ ସଂସ୍ପର୍ଶରେ ଆସିଥିଲେ ନିଜକୁ ଆଇସୋଲେସନରେ ରଖିପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.