ETV Bharat / international

କୋଭିଡ ଟିକା ପାଇଁ 4.5 ମିଲିୟନ ଡୋଜର ଚୁକ୍ତି କଲା ସ୍ବିଜରଲ୍ୟାଣ୍ଡ - କୋଭିଡ ଟିକା ପାଇଁ 4.5 ମିଲିୟନ ଡୋଜର ଚୁକ୍ତି

ଯଦି ଆମେରିକାର ବାୟୋଟେକ୍ ଫାର୍ମ ସଫଳତାର ସହ ବିକାଶ କରେ ତେବେ ସ୍ବିଜରଲ୍ୟାଣ୍ଡକୁ 4.5 ମିଲିୟନ୍ ଡୋଜ୍ COVID-19 ଟିକା ଯୋଗାଇବା ପାଇଁ ମଡର୍ନା ସହିତ ଏକ ଚୁକ୍ତି ହୋଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କୋଭିଡ ଟିକା ପାଇଁ 4.5 ମିଲିୟନ ଡୋଜର ଚୁକ୍ତି କଲା ସ୍ବିଜର୍ଲ୍ୟାଣ୍ଡ

author img

By

Published : Aug 8, 2020, 6:51 AM IST

ଜେନିଭା: ଯଦି ଆମେରିକାର ବାୟୋଟେକ୍ ଫାର୍ମ ସଫଳତାର ସହ ବିକାଶ କରେ ତେବେ ସ୍ବିଜରଲ୍ୟାଣ୍ଡକୁ 4.5 ମିଲିୟନ୍ ଡୋଜ୍ COVID-19 ଟିକା ଯୋଗାଇବା ପାଇଁ ମଡର୍ନା ସହିତ ଏକ ଚୁକ୍ତି ହୋଇଛି । ଏହାର ସୂଚନା ଦେଇଛନ୍ତି ସ୍ୱିସ୍ ଫେଡେରାଲ୍ ସରକାର ।

ଫେଡେରାଲ୍ ଅଫିସ୍ ଅଫ୍ ପବ୍ଲିକ୍ ହେଲଥ୍ କହିଛି ଯେ ଏହି ଚୁକ୍ତିନାମା ଅନୁଯାୟୀ ଯଦି ମଡର୍ନା ସ୍ବିଜରଲ୍ୟାଣ୍ଡକୁ ଶୀଘ୍ର ଟିକା ଯୋଗାଇବ ଦେବାର ଗ୍ୟାରେଣ୍ଟି ଦେବ ଏବଂ କମ୍ପାନୀ ସହିତ କୌଣସି ସରକାରଙ୍କ ଦ୍ବାରା ପ୍ରଥମ କାରବାର ମଧ୍ୟରୁ ଏହା ଅନ୍ୟତମ ହେବ ।

ଫେଡେରାଲ୍ ସରକାର ନିଶ୍ଚିତ କରିବାକୁ ଚାହୁଁଛନ୍ତି କୋଭିଡ 19 ଟିକା ଦ୍ବାରା କେତେ ଦୃତରେ ସ୍ବିସର ଜନସଂଖ୍ୟା ସୁରକ୍ଷିତ ଅଛନ୍ତି । ଏବଂ ସ୍ବିସର ଲୋକେ ଏହି ଟିକା ଦ୍ବାରା ପ୍ରଭାବଶାଳୀ ହେଉଛନ୍ତି ନା ନାହିଁ । ଏଥିସହିତ ଭବିଷ୍ୟତର ଟିକା ବଣ୍ଟନ ପାଇଁ ସ୍ବିଜରଲ୍ୟାଣ୍ଡ ବହୁପକ୍ଷୀୟ ପ୍ରକଳ୍ପକୁ ସମର୍ଥନ କରିବ ।

ମୋଡର୍ନା ଚୁକ୍ତିରେ 2.25 ନିୟୁତ ଲୋକଙ୍କୁ ଟିକା ଦେବା ସମ୍ଭବ ହେବ । ଆଉ ଏଥିଲାଗି ଦୁଇଟି ଡୋଜ ଆବଶ୍ୟକ ହେବ। ସ୍ୱିଜରଲ୍ୟାଣ୍ଡ ସରକାର ଅନ୍ୟ ଟିକା କମ୍ପାନୀଗୁଡିକ ସହିତ ମଧ୍ୟ ଆଲୋଚନା କରୁଛନ୍ତି ଏବଂ COVID-19 ଟିକା କିଣିବା ପାଇଁ 300 ମିଲିୟନ୍ ସ୍ୱିସ୍ ଫ୍ରାଙ୍କ୍ (ପ୍ରାୟ 330 ମିଲିୟନ୍ ଡଲାର୍) ବଣ୍ଟନ କରିସାରିଛନ୍ତି । ତେବେ ମୋଡର୍ନା ସହିତ କରାଯାଇଥିବା ଚୁକ୍ତିର ମୂଲ୍ୟ ନିର୍ଦ୍ଦିଷ୍ଟ କରାଯାଇ ନାହିଁ।

ପ୍ରାରମ୍ଭିକ ପରୀକ୍ଷଣରେ ଆମେରିକାର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ ସହିତ ବିକଶିତ ପରୀକ୍ଷାମୂଳକ ମଡର୍ନା ଟିକା ମିଳିଲା । ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରାଇବାରେ ସାହାଯ୍ୟ କଲା । ତେବେ ଏହା ଏକ ବୃହତ ଅଧ୍ୟୟନ ଯାହା 30,000 ଲୋକଙ୍କ ସହ ଜଡିତ କରିବ ପାରିବ ବୋଲି ଆଶା କରାଯାଉଥିଲା ।

ଗତ ମାସରେ ଏହା ଆରମ୍ଭ ହୋଇଥିଲା ଏବଂ କୋରୋନା ଭାଇରସରୁ ରକ୍ଷା କରିବା ପାଇଁ ଟିକା ଯଥେଷ୍ଟ ଶକ୍ତିଶାଳୀ ବୋଲି ଦର୍ଶାଇବାକୁ ଆଶା କରିଥିଲେ । ତେବେ ଏକ ସୁରକ୍ଷିତ ଏବଂ ପ୍ରଭାବଶାଳୀ COVID-19 ଟିକା କିଏ ପ୍ରଥମେ ପାଇବ ସେନେଇ ବିତର୍କ ଚାଲିଥିବା ଜଣାପଡିଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.