ଷ୍ଟକହୋମ: ଉତ୍ତର ୟୁରୋପୀୟ ମହାଦେଶରେ ରହିଥିବା ସ୍ବିଡେନରେ ଏକ ବିମାନ ଦୁର୍ଘଟଣାରେ 9 ଜଣଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ବିମାନରେ ଥିବା ଜଣେ ପାଇଲଟଙ୍କ ସମେତ 8 ଜଣ ସ୍କାଇଡାଇଭରଙ୍କ ମଧ୍ୟ ମୃତ୍ୟୁ ଘଟିଥିବା ସ୍ବିଡିଶ ପୋଲିସ ସୂଚନା ଦେଇଛି ।
DHC-2 ଟର୍ବୋ ବିଭର ବିମାନ ଉଡାଣ ଭରିବାର କିଛି ସମୟ ପରେ ଏହି ଦୁର୍ଘଟଣା ଘଟିଛି । ଏହି ବିମାନ ଓରେବ୍ରୋ ବିମାନ ବନ୍ଦରର ରନୱେ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲା । ଫଳରେ ବିମାନରେ ନିଆଁ ଲାଗିଯିବା ଫଳରେ ସେଥିରେ ଥିବା ସ୍କାଇଡାଇଭର ଓ ବିମାନ ଚାଳକଙ୍କ ମୃତ୍ୟୁ ଘଟିଛି । ଏହା ଏକ ବଡ ଧରଣର ଦୁର୍ଘଟଣା ବୋଲି ସ୍ବିଡେନ ପୋଲିସ କହିଛି ।
ଏହି ଦୁର୍ଘଟଣା ପାଇଁ ସ୍ବିଡେନ ପ୍ରଧାନମନ୍ତ୍ରୀ ଷ୍ଟିଫନ ଲୋଫବେନ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ଶୋକ ସନ୍ତପ ପରିବାରକୁ ସମବେଦନା ଜଣାଇଛନ୍ତି ।