ETV Bharat / international

ଚର୍ଚ୍ଚାରେ ସ୍ବିଡେନର ଲକଡାଉନ ନିୟମ: ଖୋଲା ରହୁଛି ଦୋକାନ ବଜାର, ସ୍ଥିର ସଂକ୍ରମିତ ସଂଖ୍ୟା - ମହାମାରୀ କୋରୋନା କୋପ

ପ୍ରାୟ ସବୁ ଦେଶରେ ଲକଡାଉନ ନିୟମ କଡାକଡି ରହୁଥିବା ବେଳେ କିନ୍ତୁ ସ୍ବିଡେନରେ ଅପେକ୍ଷାକୃତ ଆରମାଦାୟକ ରହୁଛି । ଏହା ସତ୍ତ୍ବେ ବି ସଂକ୍ରମିତଙ୍କ ସଂଖ୍ୟା ସ୍ଥିର ରହିଛି ।

ଚର୍ଚ୍ଚାରେ ସ୍ବିଡେନର ଲକଡାଉନ ନିୟମ: ଖୋଲା ରହୁଛି ଦୋକାନ ବଜାର,  ତଥାପି ସ୍ଥିର ଅଛି ସଂକ୍ରମିତ ସଂଖ୍ୟା

author img

By

Published : Apr 23, 2020, 1:07 PM IST

ଷ୍ଟକହୋମ: ମହାମାରୀ କୋରୋନା କୋପରୁ ରକ୍ଷା ପାଇବା ପାଇଁ ସବୁଦେଶରେ ଲକଡାଉନ କରାଯାଉଛି । ଆଉ ଲକଡାଉନର ନିୟମ ମଧ୍ୟ ବହୁତ କଡାକଡି ରହୁଛି । କେଉଁ ଦେଶରେ ଲକଡାଉନର ପ୍ରଭାବରେ ମୃତ୍ୟୁ ସଂଖ୍ୟା କିମ୍ବା ସଂକ୍ରମିତଙ୍କ ସଂଖ୍ୟା କମୁଥିବା ବେଳେ କେଉଁଠି ବଢି ବଢି ଚାଲିଛି । ସେପଟେ ସ୍ବିଡେନରେ ଲକଡାଉନରେ ବି ଭାରି ଆରାମା ଦାୟକ ରହିଛି । କିନ୍ତୁ ସଂକ୍ରମଣ ହାର ସ୍ଥିର ରହିଛି । ଏନେଇ ଚାରିଆଡେ ଚର୍ଚ୍ଚା ହେଉଛି ।

ତେବେ ସ୍ବିଡେନ ସରକାର କେଉଁ ପଦ୍ଧତି ଆପଣାଇଛନ୍ତି ସେନେଇ ସ୍ପଷ୍ଟ ଜଣାପଡିନାହିଁ । କିନ୍ତୁ ଅପେକ୍ଷାକୃତ ଆରାମଦାୟକ ଲକଡାଉନରେ ବି ଏହା କିପରି ସମ୍ଭବ ହୋଇଛି ଏନେଇ ଅନ୍ୟ ଦେଶ ଗୁଡି ମଧ୍ୟରେ ଉତ୍ସୁକତା ଦେଖାଦେଇଛି । ସେପଟେ ଲକଡାଉନ ସତ୍ତ୍ବେ ବି ସ୍କୁଲ, ଜିମ, ରେଷ୍ଟୋରାଁ, କେଫେ, ବାର ଆଦି ଖୋଲା ରହିଛି । କିନ୍ତୁ ସରକାର ସାମାଜିକ ଦୂରତା ବଜାୟ ରଖିବା ସହ ଦାୟିତ୍ବ ବୋଧକ କାର୍ଯ୍ୟ କରିବାକୁ ଅନୁରୋଧ କରିଛନ୍ତି । ସ୍ବିଡେନରେ କୋଉଁ ରଣନୀତି ଆପଣାଯାଇଛି ସେ ନେଇ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି ।

ରବିବାର ସୁଦ୍ଧା ସ୍ୱିଡେନରେ କୋଭିଡ -19ରେ 1,540 ମୃତ୍ୟୁବରଣ କରିଥିବା ଜଣାଯାଇଛି, ଯାହା ଶନିବାରଠାରୁ 29 ବୃଦ୍ଧି ପାଇଛି । ଇଟାଲୀ, ସ୍ପେନ୍ ଏବଂ ୟୁକେ ତୁଳନାରେ ଏଠାରେ ମୃତ୍ୟୁ ସଂଖ୍ୟା ଆପେକ୍ଷିକ କୃତ କମ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.