ETV Bharat / international

ଇଟାଲୀ ସ୍ଥିତି ସଙ୍ଗୀନ: କୋରୋନାରେ 24 ଘଣ୍ଟାରେ 627 ମୃତ୍ୟୁ, ମୋଟ 4000

author img

By

Published : Mar 20, 2020, 11:38 PM IST

ସଦ୍ୟ ରିପୋର୍ଟରେ ଇଟାଲୀ କୋରୋନା ପ୍ରଭାବରେ କେତେ ମାତ୍ରାରେ ପ୍ରଭାବିତ ତାହା ସ୍ପଷ୍ଟ କରିଛି । ବିଗତ 24 ଘଣ୍ଟାରେ ଇଟାଲୀରେ 627ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ କୋରୋନା କାରଣରୁ ମୋଟ ମୃତ୍ୟୁ ସଂଖ୍ୟା ଏବେ 4ହଜାର ଅତିକ୍ରମ କରିଛି । ଅଧିକ ପଢନ୍ତୁ..

ଡିଜାଇନ ଫଟୋ
ଡିଜାଇନ ଫଟୋ

ରୋମ: ଇଟାଲୀ ଏବେ ମହାମାରୀ କୋରୋନାର ଭୟଙ୍କର ପ୍ରଭାବ ଜାରି ରହିଛି । ହୁ ହୁ ହୋଇ ବଢିବାରେ ଲାଗିଛି ମୃତକଙ୍କ ସଂଖ୍ୟା । ସଦ୍ୟ ରିପୋର୍ଟରେ ଇଟାଲୀ କୋରୋନା ପ୍ରଭାବରେ କେତେ ମାତ୍ରାରେ ପ୍ରଭାବିତ ତାହା ସ୍ପଷ୍ଟ କରିଛି । ବିଗତ 24 ଘଣ୍ଟାରେ ଇଟାଲୀରେ 627ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ କୋରୋନା କାରଣରୁ ମୋଟ ମୃତ୍ୟୁ ସଂଖ୍ୟା ଏବେ 4ହଜାର ଅତିକ୍ରମ କରିଛି ।

ଗୁରୁବାର କୋଭିଡ -19ରେ ଇଟାଲୀର ମୃତ୍ୟୁ ସଂଖ୍ୟା ଚୀନ୍‌କୁ ଅତିକ୍ରମ କରିଛି । ଗୁରୁବାର ଦେଶରେ ମୃତ୍ୟୁହାରରେ ଆଉ ଏକ ବଡ଼ ଧରଣର ବୃଦ୍ଧି ଘଟିଛି ଯାହା ବର୍ତ୍ତମାନ 4,000 ଅତିକ୍ରମ କରିଛି ।

ରିପୋର୍ଟ କରିଛି ଯେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 627 ଜଣ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଏପର୍ଯ୍ୟନ୍ତ ଇଟାଲୀରେ ମୃତ୍ୟୁ ସଂଖ୍ୟା ମୋଟ 4,032ରେ ପହଞ୍ଚିଚି ।

ଇଟାଲୀ ପାଇଁ ଏପର୍ଯ୍ୟନ୍ତ ଏହା ସବୁଠାରୁ ଖରାପ ସପ୍ତାହ ପାଲଟିଛି । ଯାହା ରବିବାର ଠାରୁ ପ୍ରତ୍ୟେକ ଦିନ ଦେଶରେ 300 ମୃତ୍ୟୁ ରେକର୍ଡ ହୋଇଛି । ପରବର୍ତ୍ତୀ ଦୁଇ ଦିନ ପାଇଁ 400 ପ୍ଲସ ଓ ଏବେ ଏହା 600 ଅତିକ୍ରମ କରିଛି |

ବିଶ୍ବରେ କୋରୋନା କେତେ ଭୟଙ୍କର ତାହା ଏହାର ବିସ୍ତାର ଓ ସଂକ୍ରମଣ ରିପୋର୍ଟରୁ ସ୍ପଷ୍ଟ ହୋଇଯାଉଛି । ସମଗ୍ର ବିଶ୍ବରେ 11186 ଜଣଙ୍କ ପ୍ରାଣ ନେଇଛି କୋରୋନା । ହେଲେ ଏସବୁ ଭିତରେ ମାରାତ୍ମକ, ଉପଚାରହୀନ କୋରୋନା ଭାଇରସ ନେଇ ଏକ ଭଲ ଖବର ରହିଛି । ସମଗ୍ର ବିଶ୍ବରେ କୋରୋନାକୁ କବଳରୁ ମୋଟ 90ହଜାର ସଂକ୍ରମିତ ଲୋକ ମୁକୁଳିଛନ୍ତି । ବର୍ତ୍ତମାନ ସୁଦ୍ଧା କୋରୋନାରେ ବିଶ୍ବରେ 266179 ସଂକ୍ରମଣ ରିପୋର୍ଟ ସାମ୍ନାକୁ ଆସିଛି ।

@IANSଇନପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.