ETV Bharat / international

10 ଡଲାରରେ ମିଳିବ ସ୍ପୁଟନିକ-ଭି ଭ୍ୟାକ୍ସିନ, ଜାନୁଆରୀରେ ଆରମ୍ଭ ହେବ ଡେଲିଭରୀ

author img

By

Published : Nov 24, 2020, 6:22 PM IST

ସ୍ପୁଟନିକ-ଭି ଭ୍ୟାକ୍ସିନର ଗୋଟିଏ ଡୋଜର ମୂଲ୍ୟ ଅନ୍ତରାଷ୍ଟ୍ରୀୟ ବଜାରରେ 10 ଡଲାର ରହିବ । ତେବେ ଋଷ ନାଗରିକଙ୍କୁ ମାଗଣାରେ ମିଳିବ ଏହି ଭ୍ୟାକ୍ସିନ । ଅଧିକ ପଢନ୍ତୁ...

10 ଡଲାରରୁ କମ ଦାମରେ ମିଳିବ ସ୍ପୁଟନିକ-ଭି ଭ୍ୟାକ୍ସିନ, ଜାନୁଆରୀରେ ଆରମ୍ଭ ହେବ ଡେଲିଭରୀ

ମସ୍କୋ: ସାରା ବିଶ୍ବରେ କ୍ରମାଗତ ଭାବରେ ବଢିଚାଲିଛି ମହାମାରୀ କୋରୋନା ସଂକ୍ରମଣ । ଏହି ମହାମାରୀର କୌଣସି ଚିକିତ୍ସା ନଥିବା କାରଣରୁ ଏବେ ଭ୍ୟାକ୍ସିନ ଉପରେ ସମସ୍ତଙ୍କ ନଜର ରହିଛି । ବଜାରକୁ କେବେ ଆସିବ ଭ୍ୟାକ୍ସିନ ଏବଂ ଏହାର ମୂଲ୍ୟ କେତେ ରହିବ, ଏପରି ଅନେକ ପ୍ରଶ୍ନ ଲୋକମାନଙ୍କ ମନରେ ରହିଛି । ଏପରିସ୍ଥିତିରେ ଋଷର ସ୍ପୁଟନିକ-ଭିକୁ ନେଇ ସାମ୍ନାକୁ ଆସିଛି ବଡ ଖବର ।

ସ୍ପୁଟନିକ-ଭି ଭ୍ୟାକ୍ସିନର ଗୋଟିଏ ଡୋଜର ମୂଲ୍ୟ ଅନ୍ତରାଷ୍ଟ୍ରୀୟ ବଜାରରେ 10 ଡଲାର ରହିବ । ତେବେ ଋଷ ନାଗରିକଙ୍କୁ ମାଗଣାରେ ମିଳିବ ଏହି ଭ୍ୟାକ୍ସିନ । ଜଣେ ବ୍ୟକ୍ତିକୁ ଭ୍ୟାକ୍ସିନର 2ଟି ଡୋଜ ଆବଶ୍ୟକ ବୋଲି ଆରଡିଆଇଏଫ କହିଛି ।

ଆରଡିଆଇଏଫ ମଙ୍ଗଳବାର ସ୍ପୁଟନିକ-ଭିର ଦାମ ନେଇ ଏହି ସୂଚନା ଦେଇଛି । ସ୍ପୁଟନିକ-ଭି ଭ୍ୟାକ୍ସିନକୁ ଗାମେଲିୟା ଏପିଡେମିଓଲୋଜି ଏବଂ ମାଇକ୍ରୋବାୟୋଲୋଜି ନ୍ୟାସନାଲ ସେଣ୍ଟର ଓ ଋଷିଆ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ୍‌ ମିଳିତ ଭାବରେ ବିକାଶିତ କରିଛନ୍ତି ।

ବିଦେଶୀ ଉତ୍ପାଦନକାରୀଙ୍କ ସହ ବିଦ୍ୟମାନ ସହଭାଗିତାକୁ ଆଧାର କରି ଜାନୁଆରୀ 2021ରେ ସ୍ପୁଟନିକ-ଭି ଟୀକାର ପ୍ରଥମ ଅନ୍ତରାଷ୍ଟ୍ରୀୟ ବିତରଣ ସାଧାରଣ ଜନାତାଙ୍କ ପାଇଁ ଉପଲବ୍ଧ ହେବ । ଅନ୍ୟପକ୍ଷେ କ୍ଲିନିକାଲ୍ ଟ୍ରାଏଲର ଦ୍ବିତୀୟ ମଧ୍ୟବର୍ତ୍ତୀ ବିଶ୍ଳେଷଣ ଅନୁଯାୟୀ ପ୍ରଥମ ଡୋଜର 28 ଦିନ ପରେ ସ୍ପୁଟନିକ-ଭି 91.4 ପ୍ରତିଶତ ପ୍ରଭାବଶାଳୀ ଥିଲା |

ଆରଡିଏଫ ସିଇଓ କିରିଲ ଡିମିଟ୍ରିଭ କହିଛନ୍ତି ଯେ ବେଲା ବ୍ରାଜିଲ, ୟୁଏଇ ଏବଂ ଭାରତରେ କ୍ଲିନିକାଲ ପରୀକ୍ଷା ଚାଲିଛି। ବିଭିନ୍ନ ଦେଶ ପାଇଁ ଫଳାଫଳ ଉପଲବ୍ଧ ହେବ । ସେ କହିଛନ୍ତି ଯେ ଜାନୁଆରୀ ସୁଦ୍ଧା ସୂଚନା ପ୍ରଦାନ କରିବାକୁ ଆମେ ଆଲୋଚନା କରୁଛୁ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.