ETV Bharat / international

Ukraine-Russia war: ରକେଟ ମାଡ଼ରେ ଭିନିସିଆ ବିମାନ ବନ୍ଦର ଧ୍ୱଂସ - ଋଷିଆର ରକେଡ ମାଡରେ ଭିନିସିଆ ବିମାନବନ୍ଦର ଧ୍ୱଂସ

ଋଷର ରକେଡ ମାଡରେ ଭିନିସିଆ ବିମାନବନ୍ଦର ଧ୍ୱଂସ(Vinnytsia airport destroyed) ହୋଇଯାଇଛି । ଏ ନେଇ ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେନେଲସ୍କି ଗତକାଲି(ରବିବାର) ଏହି ସୂଚନା ଦେଇଛନ୍ତି।

Ukraine-Russia war: ରକେଟ ମାଡ଼ରେ ଭିନିସିଆ ବିମାନ ବନ୍ଦର ଧ୍ୱଂସ

author img

By

Published : Mar 7, 2022, 9:47 AM IST

ନୂଆଦିଲ୍ଲୀ: ଋଷର ରକେଡ ମାଡରେ ଭିନିସିଆ ବିମାନବନ୍ଦର ଧ୍ୱଂସ(Vinnytsia airport destroyed) ହୋଇଯାଇଛି । ଏ ନେଇ ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେନେଲସ୍କି ଗତକାଲି(ରବିବାର) ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଏହି ବିମାନ ବନ୍ଦର ଉପରେ ୮ଟି ରକେଡ ମାଡ ହୋଇଛି ।

ୟୁକ୍ରେନ୍‌ର ବୈଦେଶିକ ମନ୍ତ୍ରୀ ଟ୍ୱିଟ୍‌ କରିଛନ୍ତି ଯେ, ‘‘ଭିନିସିଆ ସହରରେ ରୁଷର ୮ଟି ମିସାଇଲ ମାଡ଼ କରାଯାଇଛି । ସାଧାରଣ ନାଗରିକଙ୍କ ଉପରେ ବୋମା ବର୍ଷଣ ଚାଲିଛି । ତୁରନ୍ତ ୟୁକ୍ରେନ୍‌ ଆକାଶକୁ ନୋ ଫ୍ଲାଏ ଜୋନ୍‌ ଲାଗୁ କର। ଆମ ଜୀବନ ବଞ୍ଚାଅ’’ କହି ନିବେଦନ କରିଛନ୍ତି । ଏଥିସହ ସେ ସାମରିକ ସହାୟତା ମାଗିଛନ୍ତି। ଯୁଦ୍ଧ ବିମାନ, କ୍ଷେପଣାସ୍ତ୍ର ଓ କମ୍ବାଟ ଏୟାର କ୍ରାଫ୍ଟ ଦିଅ। ଋଷର ଆତଙ୍କବାଦକୁ ବନ୍ଦ କର ବୋଲି ସେ ନିବେଦନ ଜକରିଛନ୍ତି।

  • Eight Russian cruise missiles hit Vinnytsia, a large city far from the frontline. Putin continues his cowardly & barbaric missile strikes, air bombardment of civilians. Help us close the sky and save lives! Provide air and missile defense, combat aircraft! Stop Russian terrorism! pic.twitter.com/oXXoYrxr4m

    — Dmytro Kuleba (@DmytroKuleba) March 6, 2022 " class="align-text-top noRightClick twitterSection" data=" ">

କେବଳ ସେନାଘାଟି କିମ୍ବା ସାମରିକ ପ୍ରତିଷ୍ଠାନ ନୁହେଁ, ହସ୍ପିଟାଲ, ବଡବଡ କୋଠା, ଆପାର୍ଟମେଣ୍ଟ ଆଦିକୁ ଟାର୍ଗେଟ କରୁଛି ଋଷ ସେନା । ଉଭୟ ଦେଶ ମଧ୍ୟରେ ଯୁଦ୍ଧ ବିରତି ନେଇ ଆଲୋଚନା ହୋଇଥିଲେ ମଧ୍ୟ ତାହା ବିଫଳ ହୋଇଛି ଏବଂ ଋଷ ପକ୍ଷରୁ ଆକ୍ରମଣ ଜାରି ରହିଛି । ସେପଟେ ଯୁଦ୍ଧ ବନ୍ଦ କରିବା ପାଇଁ ୟୁକ୍ରେନ ଉଭୟ ଭାରତ ଓ ଚୀନର ସହାୟତା ଲୋଡିଛି ।

ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହର ଋଷ କବଜ୍ଜା କରିବା ପରେ ଏବେ ରାଜଧାନୀ କିଭ ଅଭିମୁଖେ ଅଗ୍ରସର ହୋଇଛି । ଅନ୍ୟପଟେ ଯୁଦ୍ଧଭୟ ଯୋଗୁଁ ୟୁକ୍ରେନର ପ୍ରାୟ ୧୫ ଲକ୍ଷ ଲୋକ ଅନ୍ୟ ପଡୋଶୀ ଦେଶକୁ ପ୍ରତ୍ୟାବର୍ତ୍ତନ ହୋଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.